ରାସ୍ତା କାମରେ ଅନିୟମିତତା ଅଭିଯୋଗ: ଭିଜିଲାନ୍‌ସ ତଦନ୍ତ ଦାବି

ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ହାଟଡିହୀ ହାଇସ୍କୁଲ ଛକଠାରେ ଥିବା ନାମଫଳକରେ ଲିଖିତ ନିୟମ ଅନୁସାରେ କାମ ହେଉନାହିଁ । ହାଟଡିହୀଠାରୁ ରାସ୍ତାକାମ ଆରମ୍ଭହୋଇ ପନ୍ଦାଡୋରେ ଶେଷ ହେବାକୁଥିଲା ବେଳେ ଠିକାଦାର ପନ୍ଦାଡୋରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲିଖିତ ନିୟମ ଅନୁଯାୟୀ ସିମେଣ୍ଟ, ବାଲି, ଚିପ୍‌ସ ଦିଆଯାଇ ନ ଥିବାବେଳେ ପିଚୁକାମ ଠିକ୍‌ରେ ହୋଇନାହିଁ । ମୋରମ ଓ ମେଣ୍ଟାଲ ନିର୍ଦ୍ଧାରିତ ପରିମାଣରେ ପକାଯାଇନାହିଁ ନିର୍ମାଣକାମ ଗତ ୧୬ ଜାନୁୟାରୀ ୨୦୧୯ରେ ସଂପୂର୍ଣ୍ଣ ହେବାକୁ ଥିଲା ବେଳେ ତାହା ଏଯାବତ୍‌ ସମାପ୍ତ ହୋଇପାରି ନାହିଁ । ଏଯାବତ୍‌ ହାଟଡିହୀ ଠାରୁ ପ୍ରାୟ ୧ କି.ମି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନାହିଁ, ଯାହା ବର୍ତ୍ତମାନ ମରଣ ଯନ୍ତା ପାଲଟିଛି । ରାସ୍ତା ନିର୍ମାଣ ପାଇଁ ଗଚ୍ଛିତ ଥିବା ବାଲି,ଚିପ୍‌ସ ଓ ମୋରମକୁ ଠିକାଦାର ରାତାରାତି ନେଇଯାଇଥିବା ଅଭିଯୋଗ ହେଉଛି । ଠିକାଦାର ଜଗଦୀଶ ବେହେରା ବାହାର ଲୋକ ହୋଇଥିବାବେଳେ ସେ ଏଠାକାର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ । ଉକ୍ତ ବ୍ୟକ୍ତିଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାକାମ ବିଳମ୍ବିତ ଓ ଅଧାପନ୍ତରିଆ ହୋଇ ପଡିରହିଛି ।
ପ୍ରକାଶ ଥାଉ କି, ଉକ୍ତ ରାସ୍ତା ହାଟଡିହୀ ଓ ପନ୍ଦାଡୋ ପଞ୍ଚାୟତର ପ୍ରାୟ ୧୫ଟି ଗାଁର ମୁଖ୍ୟ ରାସ୍ତା। ଉକ୍ତ ରାସ୍ତାଦେଇ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇଥାନ୍ତି । ଏ ନେଇ ଅନେକ ସମସ୍ୟ ଉପୁଜୁଥିବାରୁ ସ୍ଥାନୀୟ ଲୋକେ ଭିଜିଲାନ୍‌ସ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ପଥରରେ ଛେଚି ମାରିଦେଲେ ସ୍ତ୍ରୀ

କପ୍ତିପଦା, ୧୭।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗାଡ଼ିଆ ପଞ୍ଚାୟତ ମହୁଲପଙ୍ଖା ଗାଁରେ ଜଣେ ମହିଳା ମଙ୍ଗଳବାର ରାତିରେ ତାଙ୍କ ସ୍ବାମୀଙ୍କୁ ପଥରରେ ଛେଚି...

ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା

ଖଇରା, ୧୦।୫(ଡି.ଏନ.ଏ.)-ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ା ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କୋଲକାତା...

ହୋଟେଲରେ ନକଲି ବିଦେଶୀ ମଦ କାରଖାନା

ସୋର,୨୮।୨(ଡି.ଏନ.ଏ.)- ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ଓ ଗୁଇନ୍ଦା ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦିଲ୍ଲୀପ...

ରଙ୍ଗ ଖେଳି ବୁଗାଳି ଡ୍ୟାମରେ ଗାଧୋଉଥିବା ବେଳେ ଯୁବକ ମୃତ

ସଜନାଗଡ, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ ଶିଆଡିମାଳ ପଞ୍ଚାୟତ ସୀତାପତିପୁର ଗ୍ରାମର ବୁଗାଳି ଡ୍ୟାମରେ ମଙ୍ଗଳବାର ମଧ୍ୟାହ୍ନରେ ନିଶିକାନ୍ତ ସାଏବାବୁ ଗାଧୋଉଥିବା ବେଳେ ନିଖୋଜ...

ଲକ୍‌ଡାଉନକୁ ନେଇ ବସ୍ତା ପ୍ରଶାସନର ବୈଠକ: ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବସ୍ତା,୨୬।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ ଘୋଷଣା ପରେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଏ ନେଇ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ବସ୍ତା...

ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇନେବା ଘଟଣା: ଶିକ୍ଷକ ନିଲମ୍ବିତ

ବାଲେଶ୍ୱର ଅଫିସ,୬।୨ – ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌...

ନିମ୍ନମାନର ପୋଷାକ ବିତରଣକୁ ବିରୋଧ

ବଡ଼ସାହି,୨୦ା୯(ସ୍ବ.ପ୍ର)- ବଡ଼ସାହି ବ୍ଲକ ଅଧୀନ ହରିପୁର ଉନ୍ନିତ ଉପ୍ରା ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୋଷାକ ଓ ଜୋତା ବିତରଣକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି ା...

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି।...

Advertisement
Archives

Model This Week