ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ: ଅସନ୍ତୋଷ ପରେ ଜରିମାନା ନେଲା ପୌରପାଳିକା

ଅନୁଗୋଳ ଅଫିସ, ୧୯।୭-ଘର ନିର୍ମାଣ ପାଇଁ ଜନୈକ ବ୍ୟକ୍ତି ରାସ୍ତା ଉପରେ ବିଭିନ୍ନ ସାମଗ୍ରୀ ଗଦାଇଥିବାରୁ ଅନୁଗୋଳ ସହରର ବଜାର ଛକ ରାସ୍ତାରେ ଗୁରୁବାର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୌର କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଅବଗତ ଥଲେ ବି ପଦକ୍ଷେପ ନ ନେବାରୁ ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳରେ ବାଧ୍ୟ ହୋଇ ପୌରପାଳିକା କର୍ତ୍ତୃପକ୍ଷ ବିଳମ୍ବରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିଥିଲେ।
ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବଜାର ଛକ ନିକଟରେ ଜନୈକ ବାହୁବଳୀ ବ୍ୟକ୍ତି ଘର ନିର୍ମାଣ କରୁଥିବାରୁ ୧୦୦ ମିଟର ରାସ୍ତା ଅବରୋଧ କରି ବାଲି, ଗୋଡି, ଇଟା, ସିମେଣ୍ଟ ଗଦେଇବା ସହ ନିର୍ମାଣ ସାମଗ୍ରୀ ଗୋଳା ମେଶିନ ରଖିଥିଲେ। ଏଥିଯୋଗୁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ଉପୁଜିଥିଲା। ଏପରି କି ସେହି ରାସ୍ତା ଦେଇ ଆମ୍ବୁଲାନ୍ସ ମଧ୍ୟ ମେଡିକାଲ ମଧ୍ୟକୁ ଯାଇପାରି ନ ଥିଲା। ବ୍ୟବସାୟୀମାନେ ପୌରପାଳିକାକୁ ଏ ନେଇ ଖବର ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଜାଣି ନ ଜାଣିବା ବୋଲି ଅଭିନୟ କରିଥିଲେ। ପୌର ପ୍ରଶାସନ ଓ ପୋଲିସ ସହ ସମ୍ପୃକ୍ତ ବାହୁବଳୀଙ୍କ ଭଲ ସମ୍ପର୍କ ଥିବାରୁ ତାଙ୍କର କାହାକୁ ଭୟ ନ ଥିଲା। ଫଳରେ ଅନୁମତି ନ ଆଣି ମଧ୍ୟ ସେ ରାସ୍ତାକୁ ଅବରୋଧ କରିଥିଲେ। ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଶେଷରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇବା ସହ ଜବରଦଖଲ କରିଥିବା ରାସ୍ତାରୁ ସମସ୍ତ ସାମଗ୍ରୀ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସମ୍ପୃକ୍ତ ବାହୁବଳୀଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri