ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ଭାରିଯାନ ସବୁବେଳେ ଚଳାଚଳ କରିଥାଏ। ଏଣୁ ଛୋଟବଡ଼ ଖାଲଖମା ସୃଷ୍ଟି ହେଲାଣି। ସାଧାରଣ ଯାତାୟତରେ ବାଧାସୃଷ୍ଟି ହେଉଛି। ଦୈନିକ ଦୁର୍ଘଟଣା ଘଟୁଛି। ଏସମ୍ପର୍କରେ ସ୍ଥାନୀୟ ନାଗରିକମାନଙ୍କ ତରଫରୁ ବହୁବାର ଅଭିଯୋଗ କରାଯାଇଛି। ହେଲେ ରାସ୍ତା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିପଡ଼ୁ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁଚନାଯୋଗ୍ୟ ଯେ, କଳିଙ୍ଗଛକ ନିକଟରେ ଏହି ହମ୍ପ୍ସ ଓ ରାସ୍ତାରେ ପାଣି ଚାଲୁଥିବା ଯୋଗୁ ପିଚୁ ଉଠିଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ଡ୍ରେନଗୁଡିକ ମଧ୍ୟ ପୋତି ହୋଇଗଲାଣି। ଘର ଏବଂ ଦୋକାନରୁ ଆବର୍ଜନା ପାଣି ଡ୍ରେନରେ ଯାଇ ନ ପାରି ହମ୍ସରେ ଜମି ରହୁଛି। ଦୀର୍ଘଦିନ ଧରି ପାଣି ଜମିରହି ଦୁର୍ଗନ୍ଧ ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଉକ୍ତ ରାସ୍ତାକୁ ଲାଗି ଲକ୍ଷ୍ମୀ ମନ୍ଦିର ରହିଛି। ହେଲେ ଲୋକମାନେ ଏହି ରାସ୍ତାରେ ଯିବାକୁ ନାପସନ୍ଦ କରୁଛନ୍ତି। ବ୍ୟସ୍ତବହୁଳ ଏହି ରାସ୍ତାଟିକୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବରିଷ୍ଠ ନାଗରିକ କୈଳାଶ ଚନ୍ଦ୍ର ବରାଳ, ଶରତ କୁମାର ଖୁଣ୍ଟିଆ, କେ.ସି.ପ୍ରତାପ ସିଂ, ବସନ୍ତ କୁମାର ଦାସ, ଦିଲ୍ଲିପ କୁମାର ସାହୁ, ସହଦେବ ବରାଳ, ଚୈତନ୍ୟ ସାହୁ, କରୁଣାକର ସାହୁ, ସ୍ମୃତିରଞ୍ଜନ ମହାପାତ୍ର, ଶରତ କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି।
Posted inଆମ ଜିଲା ଖବର, କଟକ View All
କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ
ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ବାହାରେ ବୁଲିବା ପଡ଼ିଲା ମହଙ୍ଗା
ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…
କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ
ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
Archives

