Posted inRasifala

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ
ଆଜିର ଦିନଟି ଆଲୋଚନା, ସଭା ସମିତି, ପ୍ରଶାସନ ଓ କର୍ମକ୍ଷେତ୍ର ପାଇଁ ପ୍ରଶସ୍ତ ରହିବ। କିନ୍ତୁ ପରିବାର, ପରିବହନ, ଲୋକସମ୍ପର୍କ, ଯାନବାହନ ଦିଗରେ କିଛିଟା ସମସ୍ୟା ଆସିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
ଆକସ୍ମିକ ଭାବରେ ସୁଯୋଗ ଆପଣା ଛାଏଁ ଆସିବ, କିନ୍ତୁ କିଛି ଲାଭ ହେବନି। ସହଯୋଗ ଅଭାବରୁ ପ୍ରସ୍ତୁତି ପଥରେ ଥିବା କାମଗୁଡିକ ସଂପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। ବନ୍ଧୁ ଗହଣରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି। ପ୍ରକାଶନ, ମନୋରଞ୍ଜନରୁ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ମନ ଯେମିତି ଚାହୁଁଛି ଠିକ୍‌ ସେମିତି କାମଗୁଡିକ ସମ୍ପନ୍ନ ହେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। କିନ୍ତୁ ଆରଦ୍ରା ନକ୍ଷତ୍ରର ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ଓ ଅର୍ଥାବସ୍ଥାରେ ଉନ୍ନତି ଘଟିବ। ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ।
କର୍କଟ
କର୍କଟ
ଆଜି ଆପଣଙ୍କର ସାମାଜିକ ସ୍ଥିତି, ଅର୍ଥନୈତିକ ପ୍ରଗତି, ପାରିବାରିକ ପରିସ୍ଥିତିକୁ ସନ୍ତୁଳିତ କରି ରଖିବେ। ତଥାପି ଅଶ୍ଳେଷା ନକ୍ଷତ୍ରର ସାମୟିକ ଯାତ୍ରା କାଳୀନ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ। ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ ଧନ ହାନି ଯୋଗ ମଧ୍ୟ ରହିଛି। କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ। ନିଜ ଲୋକମାନଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡିବ।
କନ୍ୟା
ନିଜେ ରହୁଥିବା ପରିବେଶର ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ବିଭିନ୍ନ ପ୍ରକାରର ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ସାମ୍ବାଦିକତାରେ ଉନ୍ନତି ଘଟିବ। ପରିସ୍ଥିତି ଯାହାଥାଉନା କାହିଁକି ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ତୁଳା
ତୁଳା
ଆଜି ଆପଣଙ୍କର ମନ ଅନୁଯାୟୀ କୌଣସି କାମ କରିବାରେ ଅସୁବିଧା ହେବ ନାହିଁ। କିନ୍ତୁ କୌଣସି ନୀଚ ଜାତିର ବ୍ୟକ୍ତି ସହ କଳହର ସମ୍ମୁଖୀନ ହେବାକୁ ପଡିବାର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ।
ବିଛା
ବିଛା
ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି,ତାହା ଅବଶ୍ୟ ସାମାନ୍ୟ ବ୍ୟତିକ୍ରମ ଭିତରେ ସଫଳ ହେବ। ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ। ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତହେବେ।
ଧନୁ
ଧନୁ
ମନ ବୁଝିଲା ଭଳି କଥା କହି ପ୍ରତ୍ୟେକ ପରିସ୍ଥିତିକୁ ସକାରାମତ୍କ କରିବାରେ ସମର୍ଥ ହେବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଜମିଜମା, ଗୃହସୀମା, ପ୍ରଶାସନିକ ସ୍ତରରେ କୌଣସି ବିବାଦ ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ମକର
ମକର
ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁଁ କୌଣସିଟା ଅଗ୍ରଗତି ହୋଇପାରିବ ନାହିଁ। ଭଲ କଥା କହିଲେ ମଧ୍ୟ ବନ୍ଧୁମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ। ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ବନ୍ଧୁମାନଙ୍କ ସହାୟତାରେ ପାରିବାରିିକ ତଥା ପ୍ରଶାସନିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନୂତନ ଯୋଜନା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ମିଳିବ। ଅର୍ଥ ସମ୍ପର୍କୀୟ କୌଣସି ବିବାଦ ବୃଦ୍ଧିପାଇବ। ନିଜ ଲୋକମାନେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଶତ୍ରୁତା କରିପାରନ୍ତି।
ମୀନମୀନ

ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବାର ଆଶ୍ୱସ୍ତି ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାର୍ଯ୍ୟାରମ୍ଭର ପ୍ରସ୍ତୁତି କରିବାରେ ସଫଳ ହେବେ। ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇଯିବ ା ନୂତନ ଗୃହ, ଯାନବାହାନାଦି ଯାନ୍ତ୍ରିକ ଦ୍ରବ୍ୟ ଲାଭ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ ଆଜି ପୂର୍ଣ୍ଣାତିଥି ଦଶମୀର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅପୂର୍ଣ୍ଣ ରହିବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଶ୍ୱିନୀ ନକ୍ଷତ୍ର...

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଉଚ୍ଚସ୍ଥ ରବି ପ୍ରଭାବରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବେ । ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ଶୁକ୍ରବାର , ଫେବୃୟାରୀ ୨୬ ତାରିଖ – Daily Horoscope

ମେଷ ଆଜିର ସ୍ବଗୃହୀ ଚନ୍ଦ୍ର ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିବ ନାହିଁ। କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଶନିଦୃଷ୍ଟ...

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଷଷ୍ଠାଧିପତି ନକ୍ଷତ୍ରସ୍ଥ ହେତୁ ଭୁଲ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବ କିନ୍ତୁ ଅପରାହ୍ନରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।...

ରାଶିଫଳ: ଗୁରୁବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ ଆଜି ଉଚ୍ଚ ରାଶିରେ ଚନ୍ଦ୍ର ରହିଥିବାରୁ ଯାତ୍ରା, ବନ୍ଧୁ ମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ...

ରାଶିଫଳ: ଶୁକ୍ରବାର, ଜାନୁଆରି ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ରାଶଧ୍ୟାଧିପ ମଙ୍ଗଳ ନକ୍ଷତ୍ରସ୍ଥ ହୋଇ ତୃତୀୟ ଏକାଦଶସ୍ଥ କାରଣରୁ ମନ ଅନୁଯାୟୀ କୈାଣସି କାମ ହୋଇପାରିବ ନାହିଁ। ଆର୍ଥିକ ସ୍ବଚ୍ଛଳତା ଫେରି...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ଶୁଭେତ୍ସୁଙ୍କ ପରାମର୍ଶରେ ନୂଆ ନୂଆ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ଚତୁର୍ଥଚନ୍ଦ୍ର ଯୋଗୁଁ ଦିନଟି ଖୁସିବାସିରେ କଟିଯିବ। ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦିଛା ପାଇ ସବୁ ଦୁଃଖ ଭୁଲିଯିବେ। ଅର୍ଥ...

Play 250+ Trending Games
Archives

Model This Week

Why Dharitri