Posted inRasifala

ରାଶିଫଳ: ମଙ୍ଗବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ
ସମସ୍ୟା ଆସିଲେ ମଧ୍ୟ କୈାଶଳରେ କାର୍ଯ୍ୟ ସାଧନ କରିପାରିବେ। ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ଚଳାଇ ନେବାକୁ ଚିନ୍ତା କରିପାରନ୍ତି। ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯାଇପାରେ।
ବୃଷ
ବୃଷ
ଦୁଶ୍ଚିନ୍ତାଜନିତ ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନ ପାରେ। ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେକରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ସାଧାରଣ ବଚସାରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ନିଜ ପରିସରର ବ୍ୟକ୍ତିମାନଙ୍କ ସାହାଯ୍ୟରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସରଳ ସମାଧାନ ହୋଇଯିବ। ବହୁଦିନ ଧରି ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ।
କର୍କଟ
କର୍କଟ
ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
କାମର ଚାପ ବୃଦ୍ଧି ପାଉଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ଅବିଚାର କଲେ ପଶ୍ଚାନ୍ତେ ବହୁମୂଲ୍ୟ ଦେବାକୁ ପଡିବ। ବନ୍ଧୁଙ୍କ ସାହାଯ୍ୟରେ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ର ସମସ୍ୟା ବିଜଡିତ ରହୁଥିବା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ପୁରାତନ ରୋଗର ପୀଡା ଅନୁଭବ କରିପାରନ୍ତି। ଭାବପ୍ରବଣବଶତଃ ଓଲଟା କଥା କହି ଅପଦସ୍ଥ ହେବେ।
ତୁଳା
ତୁଳା
ଆଜି ସକାଳୁ ସକାଳୁ ପରିବାର ମଧ୍ୟରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ବଦଳି ଯାଇଥିଲେ ମଧ୍ୟ ବନ୍ଧୁଙ୍କ ପୂର୍ବର ସେହି ଅନୁରାଗ ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବାର ସମ୍ଭାବନା ରହିଛି। ପାରିବାରିକ ସମସ୍ୟାର ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ।
ଧନୁ
ଧନୁ
ଆଜି ଆଲୋଚନାର ମଧ୍ୟଭାଗରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଅଭିଳଷିତ ଜିନିଷ ପାଇବେ। ବନ୍ଧୁଙ୍କ ପରାମର୍ଶରେ ଯୋଗଶିକ୍ଷାରେ ରୁଚିବଳିବ।
ମକର
ମକର
ଯାହା କରୁଛନ୍ତି ଭାବିଚିନ୍ତି କରିବା ଭଲ ହେବ ନତୁବା ପରେ ଏଥିପାଇଁ ଅନୁତାପ କରିବାକୁ ପଡିପାରେ। ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ହିତକର ହୋଇପାରେ।
କୁମ୍ଭ
କୁମ୍ଭ
ପଦସ୍ଥବ୍ୟକ୍ତିଙ୍କ ପରାମର୍ଶକ୍ରମେ କର୍ମକ୍ଷେତ୍ରରେ ସମସ୍ୟା ଦୂରେଇବାର ପ୍ରଯନତ୍ କରିପାରନ୍ତି। ସରଳ ଭାବରେ କୈାଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇବା ଭଲ। ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ବହୁତ ଭଲ ରହିବ। ଜମିଜମା ବ୍ୟବସାୟରେ ଉନ୍ନତି କରିବେ।
ମୀନମୀନ

କୈାଣସି ବିଷୟର ଠିକ୍‌ ନିର୍ଣ୍ଣୟ ନ କରି ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ କରିପାରନ୍ତି। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ପାରିବାରିକ ଅଶାନ୍ତି ପରିପ୍ରେକ୍ଷୀରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri