Posted inଜାତୀୟ

ରାମମନ୍ଦିର ନିର୍ମାଣରେ ବ୍ୟବହୃତ ହେବ ବଂଶୀ ପାହାଡ଼ପୁର ପଥର: ପ୍ରତି ମାସରେ ଆସିବ ୧୦ରୁ ୨୦ ଟ୍ରକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣରେ ରାଜସ୍ଥାନ ଭରତପୁର ଅନ୍ତର୍ଗତ ବଂଶୀ ପାହାଡ଼ପୁର ପଥର ବ୍ୟବହୃତ ହେବ। ମନ୍ଦିରରେ ଲାଲ୍‌ ବାଲିଆ ପଥରର ଉପଯୋଗ ୬୦ ପ୍ରତିଶତରୁ ଅଧିକ କରାଯିବ। ନିର୍ମାଣରେ ପ୍ରାୟ ୪ ଲକ୍ଷ ଘନଫୁଟ ପଥର ବ୍ୟବହାର ହେବ। ଏଥିରେ ୨.୫ ଲକ୍ଷ ଘନଫୁଟ ବଂଶୀ ପାହାଡ଼ପୁର ପଥର ଲାଗିବ। ପ୍ରତି ମାସରେ ଅଯୋଧ୍ୟାକୁ ୧୦ରୁ ୨୦ ଟ୍ରକ ପଥର ଆସିବ। ୨୦୦୬ଠାରୁ ପଥର କରସେବକ ପୁରମ୍‌ ପଠାଯାଉଛି। ଇତିମଧ୍ୟରେ ୭୦ ହଜାର ଘନଫୁଟ ପଥର ଅଯୋଧ୍ୟାର ରାମମନ୍ଦିର କାର୍ଯ୍ୟାଶାଳାକୁ ପଠାହୋଇଥିବାବେଳେ ୩୦ ହଜାର ଘନଫୁଟ ପଥର ପିଣ୍ଡଓ୍ବାଡା କାର୍ଯ୍ୟଶାଳାକୁ ପଠାଯାଇଛି। ବଂଶୀ ପାହାଡ଼ପୁର ପଥରରେ ମନ୍ଦିରର ୧୦୬ ସ୍ତମ୍ଭର ନିର୍ମାଣ କରାଯାଇଛି। ସ୍ତମ୍ଭର ଉଚ୍ଚତା ୧୬ଫୁଟ ରହିଛି। ସେହିପରି ପିଣ୍ଡଓ୍ବାଡାରେ ମନ୍ଦର ପାଇଁ ୧୯୨ଟି ସ୍ତମ୍ଭର ନିର୍ମାଣ କରାଯାଇଛି। ପିଣ୍ଡଓ୍ବାଡାରେ ୩ ଶହରୁ ଅଧିକ କାରିଗର ୯ ବର୍ଷ ଧରି ପଥର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଧେୟକ ରାଜ୍ୟ ସଭାରେ ଉପସ୍ଥାପିତ: ମଞ୍ଜୁରୀ ପାଇଁ ଛୋଟ ଦଳଙ୍କ ଭରସାରେ ଭାଜପା

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ କୃଷି ବିଧେୟକ ଉପସ୍ଥାପିତ ହୋଇଛି। ଏହାକୁ ଉପସ୍ଥାପନ କରି କୃଷି ମନ୍ତ୍ରୀ ନରେନ୍ଦ୍ର...

ବିଳମ୍ବିତ ରାତିରେ ଜମ୍ମୁ କ୍ୟାମ୍ପରେ ଶରଣ ନେଲେ କଶ୍ମୀରୀ ପଣ୍ଡିତ, କର୍ମଚାରୀ

ଜମ୍ମୁ,୩ ।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ୧୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀମାନେ ୨ ମୁଣ୍ଡ ଗଡାଇଲେଣି...

ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ…

ପଣଜୀ,୧୨।୧୦ : ଗୋଆରେ ଏକ ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆ ଉପକୂଳରେ ନିୟମିତ ବିମାନ ଉଡ଼ାଣ ସମୟରେ ଏହି ଦୁର୍ଘଟଣା...

ବୃଦ୍ଧା ମାଲିକାଣୀଙ୍କୁ ଅନ୍ଧ କରି ଚୋରି

ହାଇଦ୍ରାବାଦ,୫ା୩: ଚୋରି ପାଇଁ ମଣିଷ କେତେ ନିମ୍ନସ୍ତରକୁ ଖସିପାରେ ଏବଂ ଜଘନ୍ୟକାଣ୍ଡ ଘଟାଇପାରେ ତାହା ଦେଖିବାକୁ ମିଳିଛି ସିକନ୍ଦରାବାଦର ନାଚରମରେ। ହାଇଦ୍ରାବାଦ ପୋଲିସ ପି. ଭାର୍ଗବୀ...

୩୫ ଜଣ ଯାତ୍ରୀଙ୍କୁ ଛାଡି ୫ ଘଣ୍ଟା ପୂର୍ବରୁ ଉଡିଗଲା ବିମାନ

ଅମ୍ରିତସର,୧୯ ।୧: ପୁଣିଥରେ ହଟାହଟା ହେଲେ ବିମାନ ଯାତ୍ରୀ । ଅମ୍ରିତସରରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ତା’ର ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଯିବାରୁ ପ୍ରାୟ...

ମୋଦିଙ୍କୁ ସୋନିଆଙ୍କ ଚିଠି

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ...

ସୋନୁ ସୁଦଙ୍କୁ ରାଜ୍ୟ ସଭା ଏମ୍‌ପି, ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ଅଫର୍‌

ବଲିଉଡ ଅଭିନେତା ସୋନୁ ସୁଦ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି ବରଂ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ। କୋଭିଡ ସମୟରେ ସେ ଅନେକ ଲୋକଙ୍କୁ...

ବଳାତ୍କାର ପୀଡ଼ିତା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୮ : ସୋମବାର ସୁପ୍ରିମକୋର୍ଟ ୨୭ ସପ୍ତାହରୁ ଅଧିକ ସମୟ ଭ୍ରୁଣର ଗର୍ଭପାତ କରାଇବାକୁ ଜଣେ ବଳାତ୍କାର ପୀଡିତାଙ୍କୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ବିବାହ...

Advertisement
Archives

Model This Week