‘ରାଧେ’ର ଶୁଟିଂ ଆରମ୍ଭ

ମୁମ୍ବାଇ:ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍‌ ଅବସରରେ ମୁକ୍ତିଲାଭ କରିବ। ସଲମାନ୍‌ ଶୁକ୍ରବାର ନିଜ ଟୁଇଟର ପେଜ୍‌ରେ ଫିଲ୍ମର ମହୁରତ୍‌ ବେଳର ଫଟୋ ଶେୟାର କରିଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ସଲ୍‌ମାନଙ୍କ ସହ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିବ। ‘ଭାରତ’ ପରେ ସଲମାନ୍‌ ଓ ଦିଶା ଦ୍ୱିତୀୟ ଥର ପାଇଁ ଏହି ଫିଲ୍ମରେ ଏକାଠି ନଜର ଆସିବେ। ଭାଇଜାନ୍‌ଙ୍କ ସାନଭାଇ ସୋହେଲ ଖାନ୍‌ ଫିଲ୍ମ ପ୍ରଯୋଜନା କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ପ୍ରଭୁଦେବା। ପୂର୍ବରୁ ସଲମାନ୍‌ ଓ ପ୍ରଭୁଦେବା ‘ଓ୍ବାଣ୍ଟେଡ୍‌’ରେ ଏକାଠି କାମ କରିଛନ୍ତି। ସଲମାନଙ୍କ ‘ଦବଙ୍ଗ-୩’ରେ ମଧ୍ୟ ପ୍ରଭୁଦେବା ନିର୍ଦ୍ଦେଶନା ଦେଇଛନ୍ତି। ଉଲ୍ଲେଖଥାଉ କି, ଆସନ୍ତାବର୍ଷ ଇଦ୍‌ରେ ସଲ୍‌ମାନ୍‌ ଓ ଆଲିୟାଙ୍କ ଫିଲ୍ମ ‘ଇନ୍‌ସଆଲ୍ଲା’ ରିଲିଜ୍‌ ହେବାର ଥିଲା। କିନ୍ତୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁଶାଲୀ ଏହାର ଶୁଟିଂ ଅଧାରୁ ବନ୍ଦ କରିଦେଇଥିଲେ। ୨୦୨୦ ଇଦ୍‌ରେ ସଲମାନ୍‌ଙ୍କ ‘ରାଧେ’ ଓ ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀବମ୍ବ’ ଏକାଠି ବଡ଼ ପରଦାରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ କିନ୍ନର ଭୂମିକାରେ ନଜର ଆସିବେ। ତାଙ୍କ ବିପକ୍ଷରେ ‘କବୀର ସିଂ’ ଆକ୍ଟ୍ରେସ୍‌ କିଆରା ଆଡଭାନୀ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri