ରାତ୍ରିଭୋଜନ ପରେ ୧୦ ମିନିଟ ଚାଲନ୍ତୁ ମଧୁମେହ ରୋଗୀ

ଆଜିକାଲି ମଧୁମେହ ସାଧାରଣ ରୋଗରେ ପରିଣତ ହେଲାଣି। ହେଲେ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ଏସବୁ ମଧ୍ୟରେ ଦୈନିକ ବ୍ୟାୟାମ ଏବଂ ଚଲାବୁଲା କରିବା ପ୍ରମୁଖ ବିକଳ୍ପ ମଧ୍ୟରୁ ଗୋଟିଏ। ବିଶେଷକରି ରାତ୍ରିଭୋଜନ ପରେ ଦୈନିକ ୧୦ ମିନିଟ ଚାଲନ୍ତୁ। ଲାଭବାନ ହେବେ।

ମଧୁମେହ ରୋଗୀଙ୍କ ପାଇଁ ଚଲାବୁଲା କରିବାର ପ୍ରକୃଷ୍ଟ ସମୟ ହେଲା ଖାଇବା ପରେ। ଖାଇବାର ଘଣ୍ଟାଏ ନଚେତ ଦୁଇ ଘଣ୍ଟା ପରେ ଶରୀରର ଇନ୍‌ସୁଲିନ ଏବଂ ରକ୍ତ ଶର୍କରାର ମାତ୍ରା କମ୍‌ ହୋଇ ଯାଇଥାଏ। ଟାଇପ୍‌-୧ ରୋଗୀଙ୍କୁ ସକାଳେ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଏହା ଦିନସାରା ଶରୀରରେ ଉତ୍ପନ୍ନ ହେଉଥିବା ଇନ୍‌ସୁଲିନ୍‌ ମାତ୍ରାକୁ ଅଧିକ ହେବାକୁ ଦେଇ ନ ଥାଏ। ସେହିଭଳି ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ସପ୍ତାହକୁ ପାଞ୍ଚଦିନ ଏଭଳି ଚଲାବୁଲା କରିବା ଭଲ ବୋଲି ଆମେରିକା କଲେଜ ଅଫ୍‌ ସ୍ପୋଟର୍‌ସ ଆଣ୍ଡ ମେଡିସିନ୍‌ ଓ ଆମେରିକା ଡାଇବେଟିସ୍‌ ଆସୋସିଏଶନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରୋଗୀଙ୍କ ଚଲାବୁଲା କ’ଣ ପାଇଁ ଲାଭଦାୟକ:
– ଏହା ରକ୍ତରେ ଗ୍ଲୁକୋଜ (ଶର୍କରା)ସ୍ତର କମ୍‌ କରେ।
– ଇନ୍‌ସୁଲିନ ନେବା ପାଇଁ ଆବଶ୍ୟକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।
– ହୃଦ୍‌ରୋଗ ଅଥବା ଷ୍ଟ୍ରୋକ୍‌ର ବିପଦ କମ୍‌ କରିଥାଏ।
– ଖରାପ କୋଲେଷ୍ଟରଲର ସ୍ତର କମ୍‌ କରିବା ସହ ଉପାଦେୟ କୋଲେଷ୍ଟରର ସ୍ତର ବଢ଼ାଇଥାଏ।
– ମାନସିକ ଦୁଶ୍ଚିନ୍ତା କମ୍‌ କରେ।
-ମାଂସପେଶୀ ଏବଂ ହାଡ଼ ମଜଭୁତ କରେ।


Enter your email to get our daily news in your inbox.

All Right Reserved By Dharitri.Com

ସମାଜରେ ଏପରି ଲୋଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

ସ୍ବପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ? ଖୁବ୍‌ଶୀଘ୍ର ଫିଟିବ ଭାଗ୍ୟ…

ଭାଗ୍ୟ ସହ ଜଡ଼ିତ ଥାଏ କିଛି ସ୍ବପ୍ନ। ଏନେଇ ସ୍ବପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାଗ୍ୟ ସମ୍ବନ୍ଧୀୟ ସ୍ବପ୍ନ ଦେଖିବା ଭଲ। ହେଲେ...

ସୁପ୍

ଆବଶ୍ୟକ ସାମଗ୍ରୀ ଗାଜର- ୧ଟି, ବଟମ୍‌ ମସରୁମ୍‌- ୫/୬ଟି, ବନ୍ଧାକୋବି- ଅଧାକପ୍‌ରୁ କମ୍‌ (କଟା), ଫ୍ରେଞ୍ଚ ବିନ୍ସ- ଅଧାକପ୍‌, ଛୋଟ ପିଆଜ- ୧ଟି, ରସୁଣ- ୧...

ଓ୍ବାଟରପ୍ରୁଫ୍‌ ମୋଜା

ମୋଜା, ପୁଣି ଓ୍ବାଟରପ୍ରୁଫ୍‌-ଏ କଥାକୁ ହୁଏ ତ ଅନେକେ ବିଶ୍ୱାସ କରିବା କଷ୍ଟକର ହୋଇପାରେ। ହେଲେ ସେପରି ଏକ ମୋଜା ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ...

ନୃତ୍ୟ ଦେଇଛି ପରିଚୟ

ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ମାଆ ସୌମ୍ୟାସ୍ମିତା ଏବଂ ବାପା ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଝିଅ ସ୍ବସ୍ତିଦୀପା। ନୃତ୍ୟ ତାଙ୍କର ନିଶା ହେଲେ ମଧ୍ୟ ଭବିଷ୍ୟତର ଲକ୍ଷ୍ୟ...

ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ...

ଅଫିସ୍‌ ଗସିପ୍‌

ଅଫିସରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ବି ଏକ ପ୍ରକାର କଳା। କିନ୍ତୁ ସହକର୍ମୀଙ୍କ ସହ ମହିଳା କର୍ମଚାରୀମାନେ ବେଳେବେଳେ ଏମିତି ଗପରେ ମସ୍‌ଗୁଲ...

ସ୍ମାର୍ଟ କିଚେନ୍‌

ଆଜିକାଲି ସମସ୍ତେ ମଡ୍ୟୁଲାର କିଚେନ୍‌ ପସନ୍ଦ କରୁଛନ୍ତି। କିଚେନ୍‌ ମଡ୍ୟୁଲାର ହେବା ସହ ଏହାର ଯତ୍ନନେବା ମଧ୍ୟ ଜରୁରୀ। ଏହାର ସଫାସୁତରା ପ୍ରତି ମଧ୍ୟ ଧ୍ୟାନ...

Advertisement
Archives

Model This Week