ରାତିଅଧିଆ ପେଣ୍ଡାଲ ବୁଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସ୍ଥାନରେ ଚଳିତବର୍ଷ ଛୋଟବଡ଼ ୧୭୧ ମେଢ଼ ହୋଇଥିବାବେଳେ ଅଧିକାଂଶ ପୂଜାମଣ୍ଡପର ତୋରଣ ନିଆରା ଥିମ୍‌ରେ ତିଆରି ହୋଇଛି। ସେଥିମଧ୍ୟରୁ ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଷ୍ଟେଶନବଜାର ଓ ରସୁଲଗଡ଼ ପୂଜାମଣ୍ଡପ ତୋରଣର କ୍ରେଜ୍‌ ଟିକେ ଅଧିକ ରହିଛି। ତେବେ ଶହୀଦନଗର ଏବଂ ପୁରୁଣା ଷ୍ଟେଶନବଜାର ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁନା, ରୁପାରେ ଛାଉଣି ହୋଇଛି, ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ପ୍ରବଳ ଜାମ୍‌ ରହୁଛି, ଯେଉଁଥିପାଇଁ ମନଖୋଲା ବୁଲିହେଉନି କି ପୂଜାକୁ ଉପଭୋଗ କରିହେଉନି। ସନ୍ଧ୍ୟା ସମୟରେ ଯୁବତୀଯୁବକ ତଥା ହଷ୍ଟେଲ ଛାତ୍ରୀଛାତ୍ରଙ୍କ ଭିଡ଼ ଲାଗୁଥିବାବେଳେ ରାତି ୧୦ଟା ପରେ ଲୋକେ ପରିବାର ସହ ମଣ୍ଡପ ବୁଲିବାକୁ ଆସୁଛନ୍ତି। ସେହିଭଳି ବିଳମ୍ବିତ ରାତିରେ ସାଙ୍ଗସାଥି ହୋଇ ବୁଲିବାର ବି ମଜା ନେଉଛନ୍ତି ଯୁବଗୋଷ୍ଠୀ। ରାତି ୧୧ଟା ବେଳକୁ ମଣ୍ଡପଗୁଡ଼ିକରେ ଭିଡ଼ କମ୍‌ ରହୁଥିବାରୁ ବୁଲିଦେଖିବା ସହଜ ହେଉଛି। ଅପରପକ୍ଷେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ର ପର୍ଯ୍ୟନ୍ତ ମଣ୍ଡପଗୁଡିକରେ ପୋଲିସ୍‌ ସହ ସ୍ବତନ୍ତ୍ର ସ୍ବେଚ୍ଛାସେବୀ ଜଗିରହୁଛନ୍ତି। ଭୁବନେଶ୍ୱରରେ ସୁନା, ରୁପା ଥିବା ମଣ୍ଡପର ସୁରକ୍ଷା ପାଇଁ ସ୍ବତନ୍ତ୍ର ବନ୍ଧୁକଧାରୀ ପୋଲିସ ଜଗି ରହୁଛନ୍ତି।
ଆକର୍ଷଣୀୟ ମୂର୍ତ୍ତି, ମେଢ଼
ଚଳିତବର୍ଷ ମଧ୍ୟ ରାଜଧାନୀ ପୂଜାର ମୁୁଖ୍ୟ ଆକର୍ଷଣ ସାଜିଛି ସୁଉଚ୍ଚ ତୋରଣ। ନୟାପଲ୍ଲୀରୁ ଆରମ୍ଭକରି ବରମୁଣ୍ଡା ଓ ଶହୀଦନଗର ସବୁଠାରେ ବିଶାଳକାୟ ତୋରଣ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ହେଲେ ଏହା ମଧ୍ୟରେ ବି ମୂର୍ତ୍ତି ଓ ମେଢ଼ର ନିଖୁଣ କାରିଗରି ଦର୍ଶକଙ୍କୁ କିଛିକ୍ଷଣ ପାଇଁ ଅଟକାଇ ଦେଉଛି। ନୟାପଲ୍ଲୀ, ରସୁଲଗଡ଼, ୟୁନିଟ୍‌-୪, ୟୁନିଟ-୮, ବମିଖାଲ, ଶହୀଦନଗର, ଲକ୍ଷ୍ମୀସାଗର, ଝାରପଡ଼ା ପୂଜାମଣ୍ଡପରେ ମା’ଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ରାଜ୍ୟ ବାହାରୁ ବିଶେଷକରି ପଶ୍ଚିମବଙ୍ଗର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମୂର୍ତ୍ତି ଓ ମେଢ଼ରେ କଲିକତାର ଦୁର୍ଗାମୂର୍ତ୍ତି ଓ ମେଢ଼ର ଛାପ ଦେଖିବାକୁ ମିଳୁଛି।

ଆକର୍ଷଣ ସାଜିଛି ଡିଜ୍‌ନିଲ୍ୟାଣ୍ଡ୍‌
ପ୍ରତିବର୍ଷ କିଛି ନା କିଛି ଭିନ୍ନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଝାରପଡ଼ା ପୂଜାମଣ୍ଡପ ଏଥର ପ୍ରସ୍ତୁତ କରିଛି ପ୍ୟାରିସ ‘ଡିଜ୍‌ନିଲ୍ୟାଣ୍ଡ୍‌’ ସଦୃଶ ତୋରଣ। ବିଶେଷକରି ପିଲାଙ୍କ ପାଇଁ ତିଆରି ହୋଇଥିବା ଏହି ପେଣ୍ଡାଲ ସମ୍ମୁଖରେ ରହିଛି ଦୁଇଟି ପାର୍କ। ଯେଉଁଠାରେ ପିଲାମାନେ ମିକି ମାଉସ୍‌, ଡୋନାଲ୍ଡ ଡକ୍‌ ଭଳି ପ୍ରସିଦ୍ଧ କାର୍ଟୁନ୍‌ ଚରିତ୍ରଙ୍କ ସହ ଖେଳିବାର ମଜା ନେଉଛନ୍ତି। ସେହିପରି ବୟସ୍କଙ୍କ ପାଇଁ ମଧ୍ୟ ଏହି ପୂଜା ମଣ୍ଡପ ଆକର୍ଷଣ ସାଜୁଥିବାବେଳେ ରସୁଲଗଡ଼ ପୂଜାମଣ୍ଡପ ତୋରଣର କ୍ରେଜ୍‌ ମଧ୍ୟ ଏଥର ଅଧିକ ରହିଛି। ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରୁଥିବା ଏହି ତୋରଣ ରାତି ହେଲେ ଧଳା ଓ ଗୋଲାପୀ ରଙ୍ଗର ଲାଇଟ୍‌ରେ ଝଲସୁଛି। ଯେଉଁଥିପାଇଁ ସୋସିଆଲ ମିଡିଆରେ ଏହିି ଦୁଇ ମଣ୍ଡପର ତୋରଣ ଫଟୋ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।

ଭିଡ଼ ଅସମ୍ଭାଳ ପରିସ୍ଥିତି ଅଣାୟତ୍ତ
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ସହରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟିକରିଛି। ୫ ମିନିଟ୍‌ର ରାସ୍ତା ଯିବାକୁ ଲାଗିଯାଉଛି ଅଧଘଣ୍ଟା। ରବିବାର ଅଷ୍ଟମୀ ଦର୍ଶନ ପାଇଁ ଭିଡ଼ ହୋଇଥିବାବେଳେ ଆଖି ନ ପାଇଲା ପର୍ଯ୍ୟନ୍ତ ଗାଡ଼ି ପଛକୁ ଗାଡ଼ି ଧାଡ଼ି ହୋଇ ଲମ୍ବିଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଜନପଥ, କଟକ ରୋଡ୍‌, ରସୁଲଗଡ଼ରେ ଟ୍ରାଫିକ୍‌ ଜାମ୍‌ ଅସମ୍ଭାଳ ହୋଇପଡ଼ିଥିଲା। ଏପଟେ ଟ୍ରାଫିକ୍‌ ଅବ୍ୟବସ୍ଥା ଯୋଗୁ ପରିସ୍ଥିତିକୁ ଆୟତ୍ତ କରିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ଲୋକେ ରାସ୍ତା ମଝିରେ ଗାଡ଼ି ଅଟକାଇ ତୋରଣ ଓ ମେଢ଼ ଦେଖୁଥିବାରୁ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ରାତି ପ୍ରାୟ ୭ଟା ୩୦ରେ ରସୁଲଗଡ଼ ଛକରେ ଭିଡ଼ ଭିତରେ ଏକ ଆମ୍ବୁଲାନ୍ସ ବହୁ ସମୟ ଧରି ଫସିରହିଥିଲା। ସମସ୍ତେ ଦେଖୁଥିଲେ ମଧ୍ୟ କେହି ବାଟ ଛାଡ଼ିବାକୁ ସୁଯୋଗ ଦେଇ ନ ଥିଲେ। ତେବେ ସ୍ମାର୍ଟସିଟି ପ୍ରୋଜେକ୍ଟ କାମ ଏବଂ ସେସୁ ପକ୍ଷରୁ କେବୁଲ୍‌ ବିଛା କାର୍ଯ୍ୟ ଚାଲିଥିବାରୁ ରାସ୍ତା ସାରା ଖୋଳାଖୋଳି ହୋଇ ରାସ୍ତା ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ହୋଇପଡ଼ିଥିବାରୁ ଭିଡ଼ ହେବାର ଏହା ପ୍ରମୁଖ କାରଣ ଥିଲା। କଟକ ରୋଡରେ ବମିଖାଲ ଓ ଏସ୍‌ପ୍ଲାନେଡ୍‌ ମଲ୍‌ ପାଖରେ ସର୍ବାଧିକ ଭିଡ଼ ହୋଇଥିବାବେଳେ ରସୁଲଗଡ଼ ଛକ, ନୟାପଲ୍ଲୀ, ରାଜମହଲ ଛକ, ଆଚାର୍ଯ୍ୟ ବିହାର, ଜୟଦେବ ବିହାରରୁ ପଟିଆ, ନାଲକୋ ଛକ, ଡମଣା ଛକ, ଖଣ୍ଡଗିରି, ବରମୁଣ୍ଡା ଆଦି ଛକରେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri