ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଉତ୍ସବ ପାଳିତ ଅତୀତର ସଂରକ୍ଷଣ ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ଓଡ଼ିଶାର ଇତିହାସ ଓ ଐତିହ୍ୟ ବେଶ୍‌ ସମୃଦ୍ଧ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଭବିଷ୍ୟତର ପଥ ନକ୍ସା ପ୍ରସ୍ତୁତିରେ ଅତୀତର ବିଶେଷ ଭୂମିକା ରହିଛି। କାଳଜୟୀ ସଂସ୍କୃତି ଓ ପରମ୍ପରା ଆମ ଅସ୍ମିତା ଓ ପରିଚୟର ପ୍ରମୁଖ ଉପାଦାନ। ଏହାର ସଂରକ୍ଷଣ, ସୁରକ୍ଷା, ବ୍ୟାଖ୍ୟାନ ଓ ବିଶ୍ଳେଷଣ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରକାଶ କରିଛନ୍ତି। ରବିବାର ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୨ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଉତ୍କର୍ଷର ଅନ୍ୟନାମ ହେଉଛି ଉତ୍କଳ। ସୃଜନ ଓ କଳା କ୍ଷେତ୍ରରେ ଉତ୍କଳ ସାରା ବିଶ୍ୱରେ ପ୍ରତିଷ୍ଠିତ। ଏହାକୁ ଅବ୍ୟାହତ ରଖିବା ଆମର ଦାୟିତ୍ୱ। ସମ୍ପ୍ରତି ରାଜ୍ୟ ସରକାର ଯେଭଳି ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀକ୍ଷେତ୍ର, ଏକାମ୍ର କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ତାହା ଅଭିନନ୍ଦନୀୟ। ଓଡ଼ିଶା ନିଶ୍ଚୟ ସାରା ପୃଥିବୀର ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ରାଜ୍ୟପାଳ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସଂଗ୍ରହାଳୟ ସହିତ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯୋଡ଼ିହୋଇ ରହିଛି ବୋଲି କହିବା ସହ ଏହାକୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ତୀର୍ଥଭୂମି ବୋଲି ଅଭିହିତ କରିଥିଲେ। ଆମର ଅସ୍ମିତା ଓ ସ୍ବାଭିମାନର ମୂକସାକ୍ଷୀ ଭାବରେ ରାଜ୍ୟ ସଂଗ୍ରହାଳୟର ଭୂମିକା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ମହାଡାକପାଳ ସନ୍ତୋଷ କମିଲା, ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ଓ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ‘ପୋଷ୍ଟାଲ୍‌ ହେରିଟେଜ୍‌ ଅଫ୍‌ ଓଡ଼ିଶା ଗ୍ୟାଲେରି’ କାର୍ଯ୍ୟକ୍ରମରେ ଉଦ୍‌ଘାଟିତ ହୋଇଥିଲା। ଏହାସହ ନୂତନ ସଂଗୃହୀତ କଳା ସାମଗ୍ରୀର ପ୍ରଦର୍ଶନୀ, ଏକ ପୁସ୍ତକ ଅଧ୍ୟୟନ କେନ୍ଦ୍ର ଓ ଅଚ୍ୟୁତରାଜପୁରର ବୌଦ୍ଧ ବ୍ରୋଞ୍ଜ ସ୍ଥାପତ୍ୟ ଗ୍ୟାଲେରି ଲୋକାର୍ପିତ ହୋଇଥିଲା। ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ନାଲ୍‌ର ନୂତନ ସଂଖ୍ୟା, ବିଶିଷ୍ଟ ଐତିହାସିକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ କୃତିତ୍ୱ ଆଧାରିତ ଇଂରାଜି ପୁସ୍ତକ, ଡାକ ବିଭାଗ, ଓଡ଼ିଶା ସର୍କଲ ଦ୍ୱାରା ନୂତନ ଲଫାପା ଏବଂ ମଥୁରାନାଥ ଦାସଙ୍କ ସମ୍ପାଦିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବକ୍ତୃତାମାଳା ସଂକଳନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଥିଲା। ଉତ୍କଳ ରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ଏକ ତୈଳଚିତ୍ର ମଧ୍ୟ ଅନାବରଣ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଗ୍ରହାଳୟର ସେବା ନିବୃତ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ କଳା ସାମଗ୍ରୀ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ କମ୍ୟୁନିଟି ରେଡିଓ

ଭୁବନେଶ୍ୱର, ୧-୧(ବ୍ୟୁରୋ): ଓଡ଼ିଶାର ପ୍ରତି ବ୍ଲକରେ କମ୍ୟୁନିଟି ରେଡିଓ ସ୍ଥାପନ କରିବା ଲକ୍ଷ୍ୟରେ ମଙ୍ଗଳବାର ଆରମ୍ଭ ହୋଇଛି ମିଶନ୍‌ ସି.ଆର୍‌. ୩୧୪। ଆକ୍ସନଏଡ୍‌ ସହଯୋଗରେ ୟଙ୍ଗ...

ଆଜି ରାଜ୍ୟରୁ ୧୨୦୮ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୨୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୪,୭୩୧ରେ ପହଞ୍ଚିଥିବା ରାଜ୍ୟ ସୂଚନା...

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପିଜିଆଇଏମ୍‌ଇଆର୍‌

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ନାତକୋତ୍ତର ମେଡିକାଲ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ପିଜିଆଇଏମ୍‌ଇଆର୍‌)। ଏଥିସହ ହସ୍ପିଟାଲର ନାମ ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ...

୩୧ ଯାଏ ୪ ଜିଲା, ରାଉରକେଲାରେ କୋର୍ଟ ବନ୍ଦ

କଟକ ଅଫିସ,୧୮ା୭-ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ପରି ୪ଟି ଜିଲା ଓ ରାଉରକେଲା ପୌରାଞ୍ଚଳକୁ ସରକାର ହଟ୍‌ସ୍ପଟ୍‌ ଭାବେ ଘୋଷଣା କରିଛନ୍ତି। ଏଠାରେ ଜୁଲାଇ...

ଏଥର ହେବ ନାହିଁ ଦ୍ୱିତୀୟ ଓଜେଇଇ

ଭୁବନେଶ୍ୱର, ୧୨।୫(ବ୍ୟୁରୋ)- ଚଳିତ ବର୍ଷ ଦ୍ୱିତୀୟ ଓଜେଇଇ ହେବ ନାହିଁ। କରୋନାକୁ ଦୃଷ୍ଟିରେ ଓଜେଇଇ ପକ୍ଷରୁ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥର ବିଟେକ୍‌ ପାଇଁ...

ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ...

ଆସୁଛି ପ୍ରବଳ ବର୍ଷା

ଭୁବନେଶ୍ବର,୨୪।୯: ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସତର୍କ ସୂଚନା...

ଟ୍ରେନ୍‌ରେ ବୃଦ୍ଧଙ୍କ ମୃତ୍ୟୁ, ଓହ୍ଲାଇଦେଲେ ସହଯାତ୍ରୀ

ଭୁବନେଶ୍ୱର,୧୯ା୫(ବ୍ୟୁରୋ):ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ନିକଟରେ ଯାଉଥିବା ଏକ ଚଳନ୍ତା ଟ୍ରେନରେ ଜଣେ ବୃଦ୍ଧ ଯାତ୍ରୀଙ୍କ ହଠାତ ମୃତ୍ୟୁ ଘଟିଥିଲା। ତାଙ୍କ ସହ ଯାତ୍ରା କରୁଥିବା ବୃଦ୍ଧା...

Advertisement
Archives

Model This Week