ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮:ପୁରସ୍କାର ଦୌଡ଼ରେ ୨୦ ଫିଲ୍ମ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ପାଇଁ ମୋଟ ୨୦ଟି ଫିଲ୍ମ ଆବେଦନ କରିଥିବାବେଳେ ବିଭିନ୍ନ ବିଭାଗରେ ଏହି ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଓଡ଼ିଆ ଫିଲ୍ମର ମୌଳିକତାକୁ ନେଇ ଏଥର ମଧ୍ୟ ପ୍ରଶ୍ନ ଉଠିଥିବାବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଡାଏଲଗ୍‌ ଓ ଶ୍ରେଷ୍ଠ କାହାଣୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନକଲ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଥିଲା। ଏହି ବିଭାଗଗୁଡ଼ିକରେ ଓଡ଼ିଆ ସଂସ୍କୃତିର ଝଲକ ଥିବା ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ରକୁ ଗୁରୁତ୍ୱ ଦିଆଯାଇଥିବା ଚଳଚ୍ଚିତ୍ର ଜୁରି କମିଟି ଅଧ୍ୟକ୍ଷ ତଥା ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରତିଯୋଗିତାରେ ବିଭିନ୍ନ ପ୍ରକାରର ଫିଲ୍ମ ସାମିଲ ହୋଇଥିବାବେଳେ ସେଗୁଡ଼ିକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଇଥିଲା। ଯେପରିି କାହା ପ୍ରତି ଅନ୍ୟାୟ ନ ହେବ, ତାହାକୁ ଦୃଷ୍ଟିରେ ରଖି ଜୁରି କମିଟିରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ନକଲ ଫିଲ୍ମରେ କଳାକାର ଓ ଟେକ୍ନିସିଆନ୍‌ମାନଙ୍କ କୌଣସି ଦୋଷ ନ ଥିବାରୁ ସେମାନଙ୍କୁ ସେମାନଙ୍କ ପ୍ରତିଭା ଅନୁଯାୟୀ ମନୋନୀତ କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ କୌଣସି ଚାପ ପଡ଼ି ନ ଥିବା ମହାପାତ୍ର କହିଛନ୍ତି।
ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ରରେ ଆବେଦନ ନାହିଁ
ଲଗାତର ଗତ କିଛିବର୍ଷ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ନିର୍ଦ୍ଦିଷ୍ଟ କିଛି ବିଭାଗରେ କୌଣସି ଆବେଦନ ହେଉନାହିଁ। ୨୦୧୬ରେ ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର’, ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶକ’ ତଥା ‘ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର’ ପାଇଁ ପୁରସ୍କାର ପାଇବାକୁ କେହି ମନୋନୀତ ହୋଇ ନ ଥିଲେ। ସେହିଭଳି ଓଡ଼ିଶାର ଆଦିବାସୀ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ କେହି ଆବେଦନ କରି ନ ଥିବାରୁ ଏହି ବିଭାଗରେ କୌଣସି ସମ୍ମାନ ପ୍ରଦାନ କରାଯାଇ ନ ଥିଲା। ୨୦୧୭ରେ ମଧ୍ୟ ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର’ ଓ ‘ଶ୍ରେଷ୍ଠ ଆଦିବାସୀ ଭାଷାର ଚଳଚ୍ଚିତ୍ର’ ପାଇଁ କୌଣସି ଆବେଦନ ଆସି ନ ଥିଲା। ବିଶେଷତଃ ୨୦୧୮ରେ ‘ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର’ ବିଭାଗରେ କୌଣସି ଆବେଦନ ହୋଇ ନ ଥିବାରୁ ଏହି ବିଭାଗରେ ପୁରସ୍କାର ଦିଆଯିବନାହିଁ। ଏଭଳି ଚଳଚ୍ଚିତ୍ର ନିର୍ମାଣ କରି କ୍ଷତି ସହୁଥିବାରୁ ପ୍ରଯୋଜକମାନେ ଏଥିପ୍ରତି ଆଗ୍ରହ ଦେଖାଉ ନ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉନାହିଁ, ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଇଛି।
ଧାରାବାହିକରେ ବି ନକଲ ଟ୍ରେଣ୍ଡ୍‌
କେବଳ ଚଳଚ୍ଚିତ୍ର ନୁହେଁ, ଓଡ଼ିଆ ଧାରାବାହିକରେ ମଧ୍ୟ ଆଜିକାଲି ନକଲ ଟ୍ରେଣ୍ଡ୍‌ ବହୁଳଭାବେ ଦେଖିବାକୁ ମିଳୁଛି। ହିନ୍ଦୀ ଧାରାବାହିକରୁ ଅଧିକ ନକଲ କରାଯାଉଥିବାବେଳେ ମୌଳିକଧର୍ମୀ ଓଡ଼ିଆ ଘରର କାହାଣୀ ଆଉ ଦେଖିବାକୁ ମିଳୁନି। ଏପରି କି ରୋଷେଇ ଘରେ ଭାରି ଚିକ୍‌ମିକ୍‌ ଶାଢ଼ି ଓ ଗହଣା ପିନ୍ଧି ଲୋକ କାମ କରୁଛନ୍ତି, ଯାହାକି ଆଦୌ ବାସ୍ତବ ନୁହେଁ। କେବଳ ଏତିକି ନୁହେଁ, ଧାରାବାହିକ ନାମରେ ମଧ୍ୟ ହିନ୍ଦୀ ଓ ଇଂଲିଶ ଶବ୍ଦ ବ୍ୟବହାର କରାଯାଉଛି ବୋଲି ସ୍ବୀକାର କରିଛନ୍ତି ରାଜ୍ୟ ଟେଲି ପୁରସ୍କାର ଜୁରି କମିଟି ସଦସ୍ୟ। କମିଟି ଅଧ୍ୟକ୍ଷ ଶୈଳେଶ୍ୱର ନନ୍ଦ ଏନେଇ କହିଛନ୍ତି, ଚଳିତବର୍ଷ ପ୍ରଥମଥର ପାଇଁ ସମସ୍ତ ୨୦ ବିଭାଗରେ ପୁରସ୍କାର ଦିଆଯାଇଛି। ଟେଲି ଫିଲ୍ମଗୁଡ଼ିକ ଉଚ୍ଚକୋଟୀର ହୋଇଥିବାବେଳେ ଧାରାବାହିକରେ ନକଲ ଧାରା ଦେଖିବାକୁ ମିଳୁଛି। ତେବେ ଯେଉଁଥିରେ ଓଡ଼ିଶା ସଂସ୍କୃତି, ଆମ ସାମାଜିକ ଚାଲିଚଳଣି ଓ ରୀତିନୀତିକୁ ଦର୍ଶାଯାଇଛି, ତାହାକୁ ଆମେ ଅଗ୍ରାଧିକାର ଦେଇଛୁ ବୋଲି ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri