ଭୁବନେଶ୍ୱର,୩ା୭(ବ୍ୟୁରୋ): ୨୦୧୮ ରାଜ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଥିଲା ନବାଗତମାନଙ୍କର ବର୍ଷ। ଏହିବର୍ଷ ରିଲିଜ ହୋଇଥିବା ପ୍ରାୟ ୩୦ଟି ଫିଲ୍ମ ମଧ୍ୟରୁ ଅଧିକାଂଶରେ ନବାଗତ ନାୟିକା, ନାୟକଙ୍କୁ ଦେଖିବାକୁ ମିଳିଥିଲା। ଆଗଧାଡିର ଅଭିନେତ୍ରୀ, ଅଭିନେତା ଓ ପରିଚିତ କଳାକାରଙ୍କ ପାଇଁ ମଧ୍ୟ ୨୦୧୮ ଅଳ୍ପବହୁତେ ସଫଳତା ଆଣିଥିଲା। ନକଲର ଧାରା ଜାରି ରହିଥିଲେ ବି କିଛି ମୌଳିକଧର୍ମୀ ଓ କମେଡି ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା। ସେହି ଚଳଚ୍ଚିତ୍ରଗୁଡିକ ମଧ୍ୟରୁ ଶ୍ରେଷ୍ଠତ୍ବ ଚୟନ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଗୁଣବତ୍ତା ସମ୍ପନ୍ନ ଓଡିଆ ଚଳଚ୍ଚିତ୍ର ଓ ଟେଲିଭିଜନ୍ରେ ପ୍ରସାରିତ ଧାରାବାହିକ ତଥା ଟେଲି ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୮ରେ ୨୭ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୨୦ଟି ବିଭାଗରେ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୩୧ ତାରିଖ ମଧ୍ୟରେ ସେମାନଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ରଗୁଡିକୁ ପୁରସ୍କାର ଲାଗି ପଠାଇପାରିବେ। ସେହିପରି ୭ମ ଥର ଲାଗି ୨୦୧୮ ମସିହା ପାଇଁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ପରି ଟେଲି ଧାରାବାହିକ ପାଇଁ ମଧ୍ୟ ୩୧ ତାରିଖ ଭିତରେ ଆବେଦନ କରିବାକୁ କୁହାଯାଇଛି।
ଗୁଣାତ୍ମକ ତଥା ମୌଳିକଧର୍ମୀ ଚଳଚ୍ଚିତ୍ରକୁ ଦୃଷ୍ଟିରେ ରଖି ଏଥର ପୁରସ୍କାର ଚୟନ ଲାଗି କେତେକ ନିୟମ କରାଯାଇଛି। ଚଳଚ୍ଚିତ୍ର ଏବଂ ଟେଲି ପୁରସ୍କାର ଲାଗି ଆଗ୍ରହୀ ପ୍ରଯୋଜକମାନେ ସେମାନଙ୍କ ଚଳଚ୍ଚିତ୍ର ଏବଂ ଟେଲି ଧାରାବାହିକଗୁଡିକୁ ଡିଭିଡି ଫର୍ମାଟ ଏବଂ ପେନ୍ଡ୍ରାଇଭ୍ରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟ କାର୍ଯ୍ୟଳୟରେ ଦାଖଲ କରିପାରିବେ। ଦାଖଲ କରାଯାଉଥିବା ଡିଭିଡିଗୁଡିକର ୧୦ଟି କପି ସହ ସମସ୍ତ ଗୀତର ଗୀତିକାର ତଥା ଗାୟକଙ୍କର ସମ୍ପୂର୍ଣ୍ଣ ବିବରଣୀ, କଳାକାର ଏବଂ ଟେକ୍ନିସିଆନ୍ଙ୍କ ନାମ, ଠିକଣା ଦାଖଲ କରିବାକୁ କୁହାଯାଇଛି। ଏହାବ୍ୟତୀତ ପ୍ରତ୍ୟେକ ଡିଭିଡି ପାଇଁ ସେନ୍ସର୍ ସାର୍ଟିଫିକେଟ୍ର ଆଟେଷ୍ଟେଡ୍ କପି ସଂଯୋଗ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ପୁରସ୍କାର ଚୟନ ଲାଗି ଚଳିତବର୍ଷ ୭ଟି ସର୍ତ୍ତାବଳୀ ରଖାଯାଇଛି। ଆବେଦନ କରିବାକୁ ଥିବା ଚଳଚ୍ଚିତ୍ର ଓ ଟେଲି ଚଳଚ୍ଚିତ୍ରଗୁଡିକ ୨୦୧୮ ମଧ୍ୟରେ ନିର୍ମିତ ହେବାସହ ଟେଲି ଧାରାବାହିକଗୁଡିକ ୨୦୧୮ ମଧ୍ୟରେ ପ୍ରସାରିତ ହୋଇଥିବା ବାଞ୍ଛନୀୟ ବୋଲି କୁହାଯାଇଛି। ଏଥିପାଇଁ ଯେଉଁ ଚ୍ୟାନେଲରେ ଧାରାବାହିକ ପ୍ରସାରିତ ହୋଇଥିବ ସମ୍ପୃକ୍ତ ଚ୍ୟାନେଲଗୁଡିକଠାରୁ ସେଗୁଡିକର ପ୍ରସାରଣ ପ୍ରମାଣପତ୍ର ଆବେଦନ ସହ ସଂଯୋଗ କରିବା ବାଧ୍ୟତାମୂଳକ। କେବଳ ଓଡିଆ ଭାଷା ଓ ଓଡିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ଚଳଚ୍ଚିତ୍ର, ଧାରାବାହିକ ପୁରସ୍କାର ପାଇଁ ଆବେଦନ କରିପାରିବେ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସି ଦ୍ବାରା ପ୍ରାଧିକୃତ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସର୍ତ୍ତାବଳୀ ବହିର୍ଭୂତ କିମ୍ବା ପ୍ରମାଣପତ୍ର ସହ ନିର୍ଦ୍ଧାରିତ ସମୟରେ ଦାଖଲ କରାଯାଇ ନଥିବା ଡିଭିଡିଗୁଡିକୁ ଚୟନ କମିଟି ବିଚାରକୁ ନେବନାହିଁ।
ଟେଲି ଧାରାବାହିକ ଏପିସୋଡ୍ଗୁଡିକ ମଧ୍ୟରୁ ଯେକୌଣସି ସମ୍ପୂର୍ଣ୍ଣ ୨୫ ମିନିଟ୍ ଏପିସୋଡ୍ର ଏକ ଡିଭିଡି ଦାଖଲ କରିବାକୁ କୁହାଯାଇଛି। ମନୋନୟନ ପ୍ରକ୍ରିୟା ସହ ଅଭିନେତା, ଅଭିନେତ୍ରୀ, ହାସ୍ୟ ଅଭିନେତା, ଚରିତ୍ର ଅଭିନେତା, ଖଳନାୟକ, ଖଳନାୟିକା, ଶିଶୁ କଳାକାରଙ୍କ ଅଭିନୟର ଅଂଶ ସମ୍ବନ୍ଧିତ ଡିଭିଡି ଦରଖାସ୍ତ ସହ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍: ୩୧ ତାରିଖ ମଧ୍ୟରେ ଚଳଚ୍ଚିତ୍ର, ଟେଲି ଧାରାବାହିକ ଲାଗି ଆବେଦନ
୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର
ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…
ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…
ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ
ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…
ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…
ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ
ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…
କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….
ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…
ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ
ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…
ରାତିରେ ଝିଅ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…
ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…
Archives

