ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା: ବାଲେଶ୍ୱର ପ୍ରତିଯୋଗୀଙ୍କୁ ୬ ସ୍ବର୍ଣ୍ଣ

ବାଲେଶ୍ୱର ଅଫିସ,୨୭।୧୦-ବାଲେଶ୍ୱର ଜିଲା ଫିଟ୍‌-୨-ଫାଇଟ୍‌ କରାଟେ ସେଣ୍ଟରର ପ୍ରତିଯୋଗୀ କେଉଁଝର ସହରସ୍ଥିତ ଗୁଜୁରାଟୀ ସମାଜ ପରିସରରେ ୱାର୍ଲଡ୍‌ ଟ୍ରାଡ଼ିଶନାଲ୍‌ ସୋଟୋକାନ୍‌ ଫେଡ଼େରେଶନ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ୭ବର୍ଷରୁ କମ୍‌, ୭ରୁ ୯ବର୍ଷ, ୯ରୁ ୧୧ ବର୍ଷ, ୧୨ରୁ ୧୩ ବର୍ଷ, ୧୩ରୁ ୧୫ ବର୍ଷ ବର୍ଗର ‘କାଟା ଏବଂ କୁମିତେ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବାଲେଶ୍ୱରର ପ୍ରତିଯୋଗୀ ମୋଟ ୬ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ପଦକ ହାସଲ କରିଥିବା କୋଚ୍‌ ମନୋରଞ୍ଜନ ଆଚାର୍ଯ୍ୟ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।
କେଉଁଝର ଗୁଜୁରାଟୀ ସମାଜଠାରେ ଗତ ୧୯ ଓ ୨୦ ତାରିଖରେ ଆୟୋଜିିତ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ବାଲେଶ୍ୱରରୁ ମୋଟ ୨୩ଜଣ (୧୯ଜଣ ପୁଅ ଓ ୪ଜଣ ଝିଅ) ପ୍ରତିଯୋଗୀ ଯୋଗଦେଇଥିଲେ। ବିଭିନ୍ନ ବିଭାଗରେ ନିଜର ପାରଦର୍ଶିତା ଦେଖାଇ ଆଦ୍ୟାଂଶୁ ମିଶ୍ର ୨ଟି, ପ୍ରତିନନ୍ଧନ ପୁହାଣ ୧ଟି, ଭକ୍ତିପ୍ରିୟା ବେହେରା ୧ଟି, ସତ୍ୟବ୍ରତ ଉପାଧ୍ୟାୟ ୧ଟି, କୌଶଳ ବିଶ୍ୱାଳ ୧ଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ପ୍ରତିନନ୍ଧନ ପୁହାଣ, ଦେବାଶିଷ ପଣ୍ଡା, କ୍ରିଷ୍ଣା ବେହେରା, ସ୍ବସ୍ତି ପ୍ରୟମ୍‌ ନାଏକ ଗୋଟିଏ ଲେଖାଏଁ ରୌପ୍ୟ ପଦକ ହାସଲ କରିଛନ୍ତି। ସତ୍ୟବ୍ରତ ଉପାଧ୍ୟାୟ, କୌଶଲ ବିଶ୍ୱାଲ, ସାୟନ୍‌ ବାନାର୍ଜୀ, ଚିନ୍ମୟୀ ପ୍ରଭା ଦାସ, ଅନିରୁଦ୍ଧ ପ୍ରସାଦ, ଆଦ୍ୟ ଆଶୁତୋଷ୍‌, କ୍ରିଷ୍ଣା ବେହେରା, ବିନିତ୍‌ ପ୍ରଧାନ, ସ୍ମୃତିରଞ୍ଜନ ନାଏକ, ଅନୁୟା ପଣ୍ଡା, ଦେବଜ୍ୟୋତି ମହାନ୍ତି, ଭକ୍ତି ପ୍ରିୟା ବେହେରା, ଶ୍ରେୟାନ୍‌ ଆଚାର୍ଯ୍ୟ, ଶାୟନ୍‌ ବାନାର୍ଜୀ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଥିବା ଜଣାପଡ଼ିଛି। ଏହି କୃତି ପ୍ରତିଯୋଗୀମାନେ ଆଗାମୀ ୨୦୨୦ ମେ’ ମାସରେ ବମ୍ବେର ଖଣ୍ଡାଲାଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗୀମାନେ ବାଲେଶ୍ୱରରେ ପହଞ୍ଚତ୍ବା ପରେ ସେମାନଙ୍କୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri