Posted inରାଜ୍ୟ

ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ: ପୁରୁଷ ବିଭାଗରେ କଟକ, ମହିଳା ବିଭାଗରେ ଗୁଗୁଲ ସ୍ପୋର୍ଟିଂ ଚାମ୍ପିୟନ

ରସୁଲପୁର,୧୬ା୬(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରଠାରେ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଶୁକ୍ରବାର ରାତିରେ ଉଦ୍‌ଯାପିତ ହୋଇଛି। ଏଠାରେ ଅନୁଷ୍ଠିତ ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା। ପୁରୁଷ ବିଭାଗର ଫାଇନାଲରେ ପ୍ରତିଷ୍ଠିତ କଟକ କବାଡି ଦଳ ଦୃଢ ପ୍ରତିପକ୍ଷ ଗୁଗୁଲ ସ୍ପୋର୍ଟିଂକୁ ପରାସ୍ତ କରି ଚାମ୍ପିୟନ ହୋଇଥିବାବେଳେ ମହିଳା ବିଭାଗରେ ଗୁଗୁଲ ସ୍ପୋର୍ଟିଂ ଭୁବନେଶ୍ୱର ଦଳ ଆୟୋଜକ କୁଆଖିଆ ସ୍ପୋର୍ଟିଂକୁ ପରାସ୍ତ କରି ଚଳିତବର୍ଷ ପାଇଁ ଟ୍ରଫି ହାସଲ କରିଛନ୍ତି।

ପ୍ରଥମେ ଅନୁଷ୍ଠିତ ମହିଳା ବିଭାଗର ଫାଇନାଲ ମ୍ୟାଚ୍‌ରେ ଗୁଗୁଲ ସ୍ପୋର୍ଟିଂ ଓ କୁଆଖିଆ ମଧ୍ୟରେ ଖେଳା ଯାଇଥିଲା। ଖେଳ ଆରମ୍ଭରୁ ଖୁବ୍‌ ଚିତାକର୍ଷକ ହୋଇଥିଲା। ସମ୍ପୂର୍ଣ୍ଣ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା। ମାତ୍ର ମ୍ୟାଚ ଶେଷ ବେଳକୁ ଗୁଗୁଲ ସ୍ପୋର୍ଟିଂକୁ ୨୪ ପଏଣ୍ଟ ମିଳିଥିବାବେଳେ କୁଆଖିଆ ସ୍ପୋର୍ଟିଂ ୨୨ ପଏଣ୍ଟ ହାସଲ କରିଥିଲା। ଆୟୋଜକ ଦଳ ମାତ୍ର ୨ ପଏଣ୍ଟ ପଛରେ ରହି ଚାମ୍ପିୟନ ହେବାରୁ ବଞ୍ଚତ୍ତ ହୋଇଥିଲା। ସେହିଭଳି ପୁରୁଷ ଫାଇନାଲ ମ୍ୟାଚ କଟକ ଓ ଗୁଗୁଲ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍‌ ଶେଷ ସୁଦ୍ଧା କଟକ ଦଳ ୩୦ ପଏଣ୍ଟ ହାସଲ କରିଥିବାବେଳେ ଗୁଗୁଲ ଟିମ୍‌କୁ ୧୪ ପଏଣ୍ଟ ହାସଲ କରି ପରାଜୟ ବରଣ କରିଥିଲା ା ଟ୍ରଫି ପ୍ରଦାନ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଭୟ ମହିଳା ଓ ପୁରୁଷ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। କୁଆଖିଆ ସ୍ପୋର୍ଟିଂ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଗୁପାଳ ସରପଞ୍ଚ ଭାବାନୀ ଶଙ୍କର ପଣ୍ଡା, ବାହାଦଲାପୁର ସମିତି ସଭ୍ୟ ବିଜୟ ଦାସ, ପୂର୍ବତନ ସରପଞ୍ଚ ଶିଶିର କୁମାର ମହାନ୍ତି, ଶ୍ରୀଧର ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। କ୍ଲବର ସମ୍ପାଦକ ଚନ୍ଦ୍ର ଶେଖର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁବନେତା ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଚୋରି: ଜଣେ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.):କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରୀ ଘଟଣାରେ ସଞ୍ଜୟ ମହାନ୍ତ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ...

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...

ବିବାହିତାଙ୍କୁ ବଳାତ୍କାର କରି ଜେଲ ଗଲେ ଯୁବକ

କୋକସରା୨୭।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ...

ରାଜ୍ୟରେ ଖୋଲିବ ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟରେ ସ୍ବତନ୍ତ୍ର ଭାବେ ଏକ ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟ ଖୋଲିବ। ଦୀର୍ଘ ବର୍ଷର ଏହି ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା...

ଭଦ୍ରକ କାଳୀପୂଜାର ୫ମ ଦିନ: ପୂଜା ମଣ୍ଡପରେ ପ୍ରବଳ ଭିଡ଼

ଭଦ୍ରକ ଅଫିସ, ୧।୧୧ – ଭଦ୍ରକ ଐତିହାସିକ କାଳୀପୂଜା ପାଇଁ ଚରମ୍ପା ଅଞ୍ଚଳ ଝଲସୁଛି। ଗୁରୁବାର ଥିଲା ପୂଜାର ୫ମ ଦିନ। ଲକ୍ଷାଧିକ ଜନସମାଗମକୁ ନିୟନ୍ତ୍ରଣ...

୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା...

୭ ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଉଛନ୍ତି ତେଜସ୍ବିନୀ

ଭୁବନେଶ୍ୱର,୮।୩ (ବ୍ୟୁରୋ): ଦିବ୍ୟାଙ୍ଗ ହୋଇ ବି ମନରେ ରହିଛି ଦୃଢ଼ ଆତ୍ମବିଶ୍ୱାସ। ସ୍ବାଭାବିକ ଭାବେ ଚାଲି ପାରୁ ନ ଥିଲେ ମଧ୍ୟ ୭ ଦିବ୍ୟାଙ୍ଗ ମହିଳାଙ୍କୁ...

ଚିନି ଭାବି ୟୁରିଆ ଖାଇ ୪ଗୁରୁତର

ଦେବଗଡ଼,୨୩ା୭(ଡି.ଏନ୍‌.ଏ): ଚିନି ଭାବି ୟୁରିଆ ସାର ଖାଇଦେବାରୁ ୩ ଶିଶୁ ଓ ଜଣେ ବୃଦ୍ଧା ଗୁରୁତର ଅସୁସ୍ଥ ହୋଇଛନ୍ତି। ଶୁକ୍ରବାର ଏଭଳି ଘଟଣା ଘଟିଛି ଦେବଗଡ଼...

Advertisement
Archives

Model This Week