ରାଜ୍ୟର ପ୍ରଥମ ବିଦେଶ ଡାକଘର ଉଦ୍‌ଘାଟିତ: ଏଣିକି ବିଦେଶରେ ଶୀଘ୍ର ପହଞ୍ଚିବ ଚିଠି, ପାର୍ସଲ

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଓଡ଼ିଶାରୁ ବିଦେଶକୁ ପଠାଯାଉଥିବା ଚିଠି ଓ ପାର୍ସଲ କୋଲକାତାସ୍ଥିତ ଫରେନ ପୋଷ୍ଟ ଅଫିସ୍‌ର କଷ୍ଟମ ବିଭାଗରେ ଯାଞ୍ଚ ହୁଏ। ଏହାଦ୍ୱାରା ଚିଠି ପହଞ୍ଚତ୍ବାରେ ବହୁତ ବିଳମ୍ବ ହୁଏ। ହେଲେ ଏବେ ଆଉ ବିଳମ୍ବ ହେବ ନାହିଁ। ଏହି ସମସ୍ୟା ଦୂର କରିବାକୁ ଭାରତୀୟ ଡ଼ାକ ଓ କଷ୍ଟମ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଫରେନ ପୋଷ୍ଟ ଅଫିସ (ବିଦେଶ ଡାକଘର)ର ଶୁଭାରମ୍ଭ ହୋଇଛି। ଶନିବାର ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ଠାରେ ଏହାକୁ ଭାରତୀୟ ଡାକ ବିଭାଗର ସଚିବ ଅନନ୍ତନାରାୟଣ ନନ୍ଦ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ଡ଼ାକପାଳ ଡ. ସନ୍ତୋଷ କୁମାର କମିଳା, ଡାକ ନିର୍ଦ୍ଦେଶାଳୟ ନୂଆଦିଲ୍ଲୀର ନିର୍ଦ୍ଦେଶକ ପଦ୍ମଗନ୍ଧା ମିଶ୍ର, ଡ଼ାକସେବା ମୁଖ୍ୟାଳୟ ଭୁବନେଶ୍ୱରର ଜି. ଗୁରୁନାଥନ, ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ପରିମଣ୍ଡଳ ମୁଖ୍ୟ ଡ଼ାକପାଳ ଡ. କମିଳା ସୂଚନା ଦେଇ କହିଛନ୍ତି ଯେ, ଏଠାରେ ବିଦେଶ ପଠାଯାଉଥିବା ଚିଠି ଓ ପାର୍ସଲଗୁଡିକର କଷ୍ଟମ ଯାଞ୍ଚ ହେବା ସହ ବୁକିଂ କାଉଣ୍ଟର କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ୍ସପୋର୍ଟ ଫାସିଲିଟେଶନ ସେଣ୍ଟର ଭାବେ କାର୍ଯ୍ୟ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅଧିକ ବିଦେଶୀ ରାଷ୍ଟ୍ରକୁ ବିମାନ ସେବା ଉପଲବ୍ଧ ହେବା ପରେ ଅନ୍ୟାନ୍ୟ ବୈଦେଶିକ ଡ଼ାକସେବା ମଧ୍ୟ ଏଠାରେ ଉପଲବ୍ଧ ହେବ। ଏହା ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ହସ୍ତତନ୍ତ, ଓଡ଼ିଶୀ ନୃତ୍ୟର ଆଭୂଷଣ, ପିତ୍ତଳ ମୂର୍ତ୍ତିର ଚାହିଦା ବିଦେଶରେ ଭଲ ଥିବାରୁ ଏଣିକି ସହଜରେ ପଠାଯାଇପାରିବ। ଏହାଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ ହେବା ସହ କାରିଗରମାନେ ମଧ୍ୟ ଆହୁରି ଉତ୍ସାହିତ ହେବେ। ବିଦେଶକୁ ଚିଠି ପ୍ରେରଣ ଅଧିକ ହେଲେ ଏହି ସେବାକୁ ଆହୁରି ବ୍ୟାପକ କରାଯିବ। ଯେଉଁମାନେ ଡ଼ାକ ମାଧ୍ୟମରେ ରପ୍ତାନି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ତ୍ୱରିତ ସେବା ମିଳିବ। ଅନ୍ୟ ମାଧ୍ୟମ ଅପେକ୍ଷା ଡ଼ାକ ଦ୍ୱାରା କମ୍‌ ମୂଲ୍ୟରେ ରପ୍ତାନି ସେବା ମିଳିପାରିବ। ଓଡ଼ିଶାର ୧୨୧୦ଟି ଡ଼ାକଘର ମାଧ୍ୟମରେ ବିଦେଶକୁ ବୁକିଂ କରାଯାଉଥିବା ସମସ୍ତ ଚିଠି ଏବଂ ପାର୍ସଲ ଏବେ ଏଠି ପ୍ରୋସେସିଂ କରାଯିବ। ବର୍ତ୍ତମାନ ଦୈନିକ ୩୦ରୁ ୪୦ ଚିଠି ଓ ପାର୍ସଲ ବିଦେଶ ଡ଼ାକଘରେ ପ୍ରୋସେସିଂ କରାଯିବାର ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାରେ ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ନିଶ୍ଚୟ ଉନ୍ନତି ଆସିବ ବୋଲି ଡ. କମିଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri