Posted inଖେଳ

ରାଜ୍ୟର ଗୌରବ ପ୍ରମୋଦ

ଭୁବନେଶ୍ୱର,୧୮।୮(ସ୍ପୋଟର୍‌ସ ବ୍ୟୁରୋ)- ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଅର୍ଜୁନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରାଜ୍ୟ ଲାଗି ପୂର୍ବରୁ ଏକାଧିକ ଖେଳାଳି ଅର୍ଜୁନ ପୁରସ୍କାର ପାଇଛନ୍ତି। ତେବେ ପାରା ଆଥଲେଟ ହିସାବରେ ଏହି ସମ୍ମାନ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହେବା ରାଜ୍ୟ ଲାଗି ସ୍ବତନ୍ତ୍ରତା ଆଣିଦେଇଛି। ଜାତୀୟସ୍ତରର ପ୍ରମୋଦଙ୍କ ସମେତ ୧୯ଜଣ ଆଥଲେଟ ଅର୍ଜୁନ ପୁରସ୍କାର ପାଇବା ଲାଗି ସେ ମନୋନୀତ ହୋଇଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବେଶ୍‌ ସଫଳ ତଥା ଅସାଧାରଣ ପ୍ରଦର୍ଶନ କରି ପ୍ରମୋଦ ଗତ କିଛି ବର୍ଷ ହେବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୀର୍ଘଦିନର ସଂଘର୍ଷ, ପ୍ରଶିକ୍ଷଣ ଓ ଅଭ୍ୟାସ ବଳରେ ସେ ଜାତୀୟ ପାରା ବ୍ୟାଡମିଣ୍ଟନରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରମୋଦଙ୍କ ସମେତ ରାଜ୍ୟ ଏପର୍ଯ୍ୟନ୍ତ ମୋଟ ୮ଜଣ ଖେଳାଳି ଅର୍ଜୁନ ପୁରସ୍କାର ହାସଲ କରିଛନ୍ତି। ରାଜ୍ୟର ଅର୍ଜୁନ ପୁରସ୍କାର ବିଜେତାମାନେ ହେଲେ ମିନତି ମହାପାତ୍ର (ସାଇକ୍ଲିଂ, ୧୯୭୮-୭୯), ବିଜୟ କୁମାର ଶତପଥୀ (ଓ୍ବେଟଲିଫ୍ଟିଙ୍ଗ୍‌, ୧୯୮୧), ରଚିତା ପଣ୍ଡା (ଆଥଲେଟିକ୍ସ, ୧୯୯୮), ଦିଲୀପ ତିର୍କୀ (ହକି, ୨୦୦୧), ଜ୍ୟୋତି ସୁନୀତା କୁଲୁ (ହକି,୨୦୦୬), ଇଗ୍ନେଶ ତିର୍କୀ (ହକି, ୨୦୦୯) ଓ କେ. ରବିକୁମାର (ଓ୍ବେଟଲିଫ୍ଟିଙ୍ଗ, ୨୦୧୧)।
ବରଗଡ଼ ଜିଲାରେ ଜନ୍ମଗ୍ରହଣ କରିଥିବା ପ୍ରମୋଦଙ୍କ ବାମଗୋଡ ୪ ବର୍ଷ ବୟସରେ ପୋଲିଓରେ ଆକ୍ରାନ୍ତ ହୋଇଥିଲା। କୈଳାସ ଭଗତ ଓ କୁସୁମ ଦେବୀଙ୍କ ୩ ପୁଅ ଏବଂ ୩ ଝିଅ ମଧ୍ୟରୁ ପ୍ରମୋଦ ହେଉଛନ୍ତ ମଝିଆ। ପିଲାଟିବେଳୁ ବ୍ୟାଡମିଣ୍ଟନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସାଙ୍ଗମାନଙ୍କ ସହ ସେ ବ୍ୟାଡମିଣ୍ଟନ ଖେଳଥିଲେ ଓ ନିୟମିତ ଭାବେ ଅଭ୍ୟାସ କରୁଥିଲେ। ଏଥିପାଇଁ ଅବଶ୍ୟ ସେ ବାପାଙ୍କଠାରୁ ମାଡ଼ ଗାଳି ଖାଇଛନ୍ତି। ଆଜି ବାପା ଥିଲେ ଖୁସି ହୋଇଥାନ୍ତେ ବୋଲି ପ୍ରମୋଦ କହିଛନ୍ତି। କ୍ରୀଡ଼ା ପାଇଁ ମୋତେ ସରକାରୀ ଚାକିରି ମିଳିଛି। ଏହା ମୋର ଓ ବାପାଙ୍କର ସ୍ବପ୍ନ ପୂରଣ କରିଛି। ତେବେ ବାପାଙ୍କ ଦେହାନ୍ତ ସମୟରେ ପାଖରେ ନ ଥିଲି। ୩ ଦିନ ପରେ ଘରେ ପହଞ୍ଚିଥିଲି। ସେତେବେଳେ ବେଙ୍ଗାଲୁରୁରେ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଖେଳୁଥିଲି।
ମାତ୍ର ୧୦ ବର୍ଷ ବୟସରେ ସେ ରାଜ୍ୟସ୍ତରୀୟ ଆଉଟ୍‌ଡୋର ଟୁର୍ନାମେଣ୍ଟ ଖେଳିବା ଆରମ୍ଭ କରିଥିଲେ। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସାଧାରଣ ପିଲାଙ୍କ ପରି ଖେଳି ସମସ୍ତଙ୍କୁ ଚକିତ କରିଥିଲେ। ୨୦୦୫ରେ ସେ ଆଉଟ୍‌ଡୋର ଟୁର୍ନାମେଣ୍ଟ ଖେଳିବା ପାଇଁ ବୁର୍ଲା ଯାଇଥିଲେ। ସେଠାରେ ସେ ରାଜ୍ୟର ପ୍ରତିଷ୍ଠିତ ଖେଳାଳି କମଲ ଦାସଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲେ। କମଲ ତାଙ୍କୁ ପାରା ବ୍ୟାଡମିଣ୍ଟନ ଖେଳିବା ଜାରି ରଖିବା ପାଇଁ ଓ ପାରା ବ୍ୟାଡମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସଙ୍କ ସହ ସାକ୍ଷାତ କରିବା ଲାଗି ପରାମର୍ଶ ଦେଇଥିଲେ। ଶିବ ପ୍ରସାଦଙ୍କୁ ପ୍ରମୋଦ ଅନୁଗୋଳରେ ଦେଖା କରିଥିଲେ ଓ ତାଙ୍କ ଘରେ ରହି ଅଭ୍ୟାସ କରୁଥିଲେ।
୨୦୦୬ ଫେବୃୟାରୀରେ ଦ୍ୱିତୀୟ ଅଲ୍‌ ଇଣ୍ଡିଆ ପାରା ବ୍ୟାଡମିଣ୍ଟନ ସୁପର ସିକ୍ସ ଟୁର୍ନାମେଣ୍ଟ ଅନୁଗୋଳରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ସେ ଅଜୁର୍ନ ପୁରସ୍କାର ବିଜେତା ରମେଶ ଟିକାରାମଙ୍କୁ ହରାଇ ସାରା ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳକୁ ଚକିତ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁ ନ ଥିଲେ। ପ୍ରମୋଦ ଏପର୍ଯ୍ୟନ୍ତ ଜାତୀୟସ୍ତର ପ୍ରତିଯୋଗିତାରେ ୩୦ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍‌ ପଦପ ଜିତିଛନ୍ତି। ସେହିପରି ସେ ଅନ୍ତର୍ଜାତୀୟସ୍ତରରେ ୧୯ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଚଳିତ ୨୦୧୯ ବର୍ଷରେ ସେ ୮ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ଟି ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ଆଗକୁ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୦ ଅଲିମ୍ପିକ୍ସ ରହିଛି। ଏହି ଦୁଇ ମେଗା ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ପଦକ ହାସଲ କରିବେ ବୋଲି ପ୍ରମୋଦ ଆଶା ପ୍ରକାଶ କରିଛନ୍ତି। ଗତ ଏପ୍ରିଲ ୨ରୁ ୭ ତାରିଖ ମଧ୍ୟରେ ଦୁବାଇରେ ଅନୁଷ୍ଠିତ ଫାଜା ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ସେ ପୁରୁଷ ସିଙ୍ଗଲ୍ସ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ସେ ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ସେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୮ ମେ’ରେ ଅନୁଷ୍ଠିତ ଚତୁର୍ଥ ତୁର୍କିସ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସେ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ୍‌ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଥିଲେ।
ବିଏ ପାସ୍‌ କରିଥିବା ପ୍ରମୋଦ ଇଏସ୍‌ଆଇସିରେ ଚାକିରି କରୁଛନ୍ତି। ଜଣେ କୋଚ୍‌ ହିସାବରେ ମଧ୍ୟ ପ୍ରମୋଦଙ୍କ ଭଲ ଅଭିଜ୍ଞତା ରହିଛି। ପରେ ୨୦୦୯ରେ ଘରୋଇ ବିକାଶ ସ୍କୁଲ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୧୩ରେ ନାଗପୁରଠାରେ କୋଚିଂରେ ପ୍ରଶିକ୍ଷଣ ନେଇଥିଲେ। ୨୦୧୫ରେ ସମ୍ବଲପୁରରେ ମଧ୍ୟ ପିଲାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ତାଙ୍କ ଛାତ୍ରୀଛାତ୍ରମାନେ ରାଜ୍ୟ ଓ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri