ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ

କଟକ ଅଫିସ,୯।୬: ପଶ୍ଚିମବଙ୍ଗରେ ବାତ୍ୟା ‘ଅମ୍ଫାନ’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସୋମବାର ଏନ୍‌ଡିଆର୍‌ଏଫ୍‌ର ୪୯ ଜଣ ଯବାନଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା। ଫଳରେ ପଶ୍ଚିମବଙ୍ଗରୁ ଫେରିଥିବା ଉଭୟ ବିଭାଗର ମୋଟ ୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କିମ୍‌ସ ଏବଂ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗକୁ ଏନ୍‌ଡିଆର୍‌ଏଫ୍‌ର ୧୬୭ଜଣ ଯବାନ ଏବଂ ଅଗ୍ନିଶମର ୩୭୨ ଜଣ କର୍ମଚାରୀ ଯାଇଥିଲେ। ସେମାନେ ଫେରିବା ପରେ ସଙ୍ଗରୋଧରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍‌ ଅଭିଯାନ …

ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍‌ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।...

କାର୍ଯ୍ୟକ୍ଷମ ହେଲା ଦେଓ ପ୍ରକଳ୍ପ

ବାରିପଦା ଅଫିସ/ଠାକୁରମୁଣ୍ଡା, ୨୬।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ହାତୀବାରିଠାରେ ନିର୍ମାଣାଧୀନ ବହୁ ପ୍ରତିକ୍ଷୀତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ପରୀକ୍ଷାମୂଳକ...

ବିଜେଡି ନେତ୍ରୀ ମିନାକ୍ଷୀଙ୍କ ଆତ୍ମାହୁତି ଘଟଣା: ୯ ଦିନ ପରେ ଆଖି ବୁଜିଲେ

ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୨୦।୨(ବ୍ୟୁରୋ): ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ତାଙ୍କ ପୁଅ ରାଜା ଓରଫ କୃତିବାସ ମିଶ୍ରଙ୍କୁ...

ଗଞ୍ଜାମର ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ ମାସ୍କ: ମୂଲ୍ୟ ୨୫ ଟଙ୍କା

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। କେତେକ ସ୍ଥାନରେ କଳାବଜାର ହେଉଥିବା ମଧ୍ୟ...

ପାଇଲଟ୍‌ ପ୍ରକଳ୍ପ ବାଟବଣା

ଜଳେଶ୍ୱର, ୩।୬(ଡି.ଏନ.ଏ.) ଦୁଇବର୍ଷ ତଳେ ବାଲେଶ୍ୱର ଜିଲାର କ୍ଲଷ୍ଟର ରୁରାଲ ହାଉସିଂ କଲୋନୀ ଜଳେଶ୍ୱର ବ୍ଲକରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ା...

ଇଡ୍‌କୋ ଉଦ୍ୟୋଗ ସଂଶୋଧନ ଯୋଜନାର ସମୀକ୍ଷା କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ):ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ପୂର୍ବାହ୍ନରେ ଇଡ୍‌କୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା(ଏଣ୍ଟରପ୍ରାଇଜ୍‌ ରିସୋର୍ସ ପ୍ଲାନିଂ)ର ସମୀକ୍ଷା କରିଛନ୍ତି । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା(ଇଡ୍‌କୋ) ଦ୍ବାରା...

ଆନିମଲ୍‌ ଅଣ୍ଡରପାସ୍‌ କାମ ସରୁନି

କେନ୍ଦୁଝର,୨୧।୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡ଼ିକରେ ହାତୀ ସାଙ୍ଗକୁ...

କେନ୍ଦୁଝରରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ କରାଯାଇଛି। ଜିଲାରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା,...

Advertisement
Archives

Model This Week