ରାଜ୍ୟରେ ଶିଳ୍ପ ବନ୍ଦର ପ୍ରଭାବ: ୮ବର୍ଷରେ ୯୩୯୦ଜଣ ଚାକିରି ହରାଇଛନ୍ତି

ଭୁବନେଶ୍ୱର,୬ା୮(ବ୍ୟୁରୋ): ରାଜ୍ୟର ଅନୂ୍ୟନ ୧୭ ଶିଳ୍ପ ୨୦୧୦ରୁ ୨୦୧୮ ମଧ୍ୟରେ ବନ୍ଦ ହୋଇଯିବା କାରଣରୁ ୯,୩୯୦ ଲୋକ ଚାକିରି ହରାଇଛନ୍ତି। ରାଜ୍ୟ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହା ଦର୍ଶାଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଲାଞ୍ଜିଗଡ଼ ଅଞ୍ଚଳରେ ଥିବା ବେଦାନ୍ତ ୟୁନିଟ୍‌ ବନ୍ଦହେବାରୁ ସବୁଠାରୁ ଅଧିକ ୩,୩୫୦ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଏହି ୟୁନିଟ୍‌ ୨୦୧୩ ଜୁନ୍‌ରେ ବନ୍ଦ ହୋଇଥିଲା। ସେହିପରି ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡ୍‌ ୨୦୧୨ରେ କଞ୍ଚାମାଲ ଅଭାବ ଏବଂ ସର୍ବନିମ୍ନ ବଜାର ଦର କାରଣରୁ ବନ୍ଦ ହୋଇଥିଲା। ଫଳରେ ୯୬୪ ଜଣ ଚାକିରି ହରାଇଥିଲେ। ରଘୁନାଥ ପେପର ମିଲ୍‌ ବନ୍ଦ ହେବାପରେ ୯୬୪ ଜଣ, ମାହେଶ୍ୱରୀ ଇସ୍ପାତ ଲିମିଟେଡ୍‌ ବନ୍ଦ ହେବାରୁ ୮୦୦ ଏବଂ ଜର୍ଜ ଡିଷ୍ଟ୍ରିବ୍ୟୁଟର ବନ୍ଦ ହେବା ଫଳରେ ୫୦୦ କର୍ମଚାରୀ ଚାକିରି ହରାଇଛନ୍ତି। ଅନୁରୂପଭାବେ ଆଉ କେତୋଟି ବଡ଼ ଶିଳ୍ପ ଗତ ୧୮ ବର୍ଷ ମଧ୍ୟରେ ବନ୍ଦ ହୋଇଯାଇଛିି। ଆଇଆରସି ଟ୍ୟୁବ୍ସ ବନ୍ଦ ହେବାରୁ ୪୨୭ କର୍ମଚାରୀ, ଜେନ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ବନ୍ଦ ଯୋଗୁ ୨୮୬, ଡୀପକ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ବନ୍ଦ ହେବାରୁ ୪୬୯, ଶିବଶକ୍ତି ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ପରେ ୧୧୦, ପଓ୍ବନଜୟ ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ଫଳରେ ୧୧୯ ଏବଂ ଗଣେଶ ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ହେବାପରେ ୧୧୦ କର୍ମଚାରୀ ଚାକିରି ହରାଇଥିବା ମନ୍ତ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୦ରୁ ୨୦୧୮ ମଧ୍ୟରେ ୯୫ଟି ଶିଳ୍ପ କାର୍ଯ୍ୟ ଆରମ୍ଭ କରିଛି। ଏହି ଶିଳ୍ପଗୁଡିକ ୧,୬୬,୬୧୩ ଲୋକଙ୍କୁ ନିଯୁକ୍ତି ଦେବାସହ ସେମାନେ ୨.୯୧ ଲକ୍ଷ କୋଟି ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri