ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୧୦୦ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଗୁଣାତ୍ମକ ଶିକ୍ଷା ପ୍ରତି ଓଡ଼ିଶା ସରକାର ପ୍ରତିବଦ୍ଧ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ସମଗ୍ର ରାଜ୍ୟରେ ନୂତନ ଢାଞ୍ଚାରେ ୨୧୪ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଖୁବ୍‌ଶୀଘ୍ର ଆଉ ୧୦୦ ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ନବନିଯୁକ୍ତ ଶିକ୍ଷକଙ୍କ ପାଇଁ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷାଦାନ ଏକ ମହାନ୍‌ ବୃତ୍ତି। ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ କରାଯାଇଥାଏ। ତେଣୁ କେବଳ ପୁସ୍ତକଗତ ଶିକ୍ଷାଦାନ ମଧ୍ୟରେ ସୀମିତ ନ ରହି ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନ ଓ ସେମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେବା ଆବଶ୍ୟକ। ଆଦର୍ଶ ବିଦ୍ୟାଳୟ ଉତ୍ତମ ଶିକ୍ଷାଦାନ ସହ ପିଲାଙ୍କ ସ୍ବପ୍ନକୁ ସାକାର କରିବାରେ ସହାୟକ ହୋଇପାରିଛି। ୬୦% ଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି। ସିବିଏସ୍‌ଇ ଅଧୀନରେ ପରୀକ୍ଷା ହେଉଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ୧୦ମ ଶ୍ରେଣୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଭୁବନେଶ୍ବରରେ ଏକ ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ନେଇ ସୂଚନା ଦେଇଥିଲେ। ଏଥିପାଇଁ ଖଣ୍ଡଗିରି ନିକଟରେ ସ୍ଥାନ ଚିହ୍ନଟ ସରିଥିବାବେଳେ ଏଠାରେ ସାରା ରାଜ୍ୟରୁ ୫ ହଜାର ଛାତ୍ରୀଛାତ୍ରଙ୍କ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ। ଅନ୍ୟାନ୍ୟ ପାଠ୍ୟକ୍ରମ ସହ ଏହି ମଡେଲ୍‌ ସ୍କୁଲରେ ଧନ୍ଦାମୂଳକ ପାଠ୍ୟକ୍ରମରେ ସ୍ବତନ୍ତ୍ର ଭାବେ ଶିକ୍ଷାଦାନ ଦିଆଯିବ। ଏହାସହ ରାଜ୍ୟର ୩୦ ଜିଲାରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟକୁ ଚିହ୍ନଟ କରାଯାଇ ତାହାକୁ ମଡେଲ୍‌ ସ୍କୁଲ କରାଯିବ। ଏହି ୩୦ ବିଦ୍ୟାଳୟରେ ଭୁବନେଶ୍ବର ଢାଞ୍ଚାରେ ଧନ୍ଦାମୂଳକ ଶିକ୍ଷା ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ରହିବ ବୋଲି ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଲାଗି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୮୩ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ. ବିଜୟ ସାହୁ ଇଂଲିଶ ମିଡିୟମ୍‌ ସ୍କୁଲରେ ପଢ଼ିପାରୁ ନ ଥିବା ପଛୁଆ ଜିଲାର ପିଲାମାନେ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ କିଭଳି ନିଜ ସ୍ବପ୍ନକୁ ସାକାର କରିପାରୁଛନ୍ତି ସେ ସମ୍ପର୍କରେ କହିଥିଲେ। ୭୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଏଠାରୁ ଶିକ୍ଷାଲାଭ କରିଥିବାବେଳେ ଭୁବନେଶ୍ବରରେ ଏକ ବୃହତ୍ତମ ମଡେଲ୍‌ ସ୍କୁଲ ନିର୍ମାଣ କରାଯାଇ ସେଠାରେ ମେଧାବୀ ପିଲାଙ୍କୁ ତାଲିମ ଦିଆଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଚିତ୍ରା ଆରୁମୁଗମ୍‌ ସ୍ବାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟର ନୂଆ ଓ୍ବେବ୍‌ସାଇଟ ଲୋକାର୍ପଣ କରିବା ସହ ୪୮୯ ଶିକ୍ଷକ ଓ ୮ ଅଧ୍ୟକ୍ଷଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ୨୦୧୯ ସିବିଏସ୍‌ଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୯ ଛାତ୍ରୀଛାତ୍ର, ଶତ ପ୍ରତିଶତ ପାସ୍‌ ହାର ପାଇଁ ୯ ଆଦର୍ଶ ବିଦ୍ୟାଳୟ ଏବଂ ୬ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ...

୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୪୮ଘଣ୍ଟା ପ୍ରବଳ ବର୍ଷା ହେବ। ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ...

ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ସିନିକଟ୍‌

ବିଜେପୁର, ୬।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଟି.ଗଣ୍ଡପାଲି ପଁଚେତ୍‌ ସଦର ଗଁାର ସନିକଟ୍‌ ସାହୁ(୪୮)। ଦିନ୍‌ଥିଲା ସେ ବାହାଜଁାଗଲ୍‌ ମାଜି ମା’ବାପ୍‌, ସିଆନି...

ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି’ ଛାଡ଼

ଭୁବନେଶ୍ୱର,୧୨।୩(ବ୍ୟୁରା): ଇଞ୍ଜିନିୟରିଂ ଏବଂ ପଲିଟେକନିକ୍‌ ପିଲାଙ୍କ ହଷ୍ଟେଲ ଫି ଛାଡ କରାଯିବା ନେଇ ଶୁକ୍ରବାର ସରକାର ଘୋଷଣା କରିଛନ୍ତି। କରୋନା ପାଇଁ ୨୦୨୦ ଏପ୍ରିଲରୁ ୨୦୨୦...

ଫାଶ ଖୋଲୁଥିଲା ବେଳେ ଅଘଟଣ: ବାର୍‌ହା ଆକ୍ରମଣରେ ବୃଦ୍ଧଙ୍କ ଚାଲିଗଲା ଜୀବନ

ବଡ଼ଗାଁ,୨୯।୧୦(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଛାମୁଣ୍ଡା ଗ୍ରାମର ବାର୍‌ହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛାମୁଣ୍ଡା ଗ୍ରାମର ବିଶେଶ୍ୱର...

୨୫ରୁ ବଢ଼ିବ ଶୀତ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ତାମିଲନାଡୁ ଓ ଏହାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପସରି ଯାଇଛି। ଆସନ୍ତା ୨୫ରୁ ପୁଣି ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୪ା୩(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ଆଜି କ୍ୟାବିନେଟ: ୧୦ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା...

Advertisement
Archives

Model This Week