Posted inଖେଳ

ରାଜେଶ କୁମାରଙ୍କ ନାମ ସୁପାରିସ କଲେ ସାନ୍ଧୁ

ନୂଆଦିଲ୍ଲୀ,୧୩ା୬(ପି.ଟି.)-ଚଳିତବର୍ଷର ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ପୂର୍ବତନ ଜାତୀୟ ବକ୍ସିଂ କୋଚ୍‌ ଗୁର୍‌ବକ୍ସ ସିଂ ସାନ୍ଧୁ ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ମନୋଜ କୁମାରଙ୍କ ବ୍ୟକ୍ତିଗତ କୋଚ୍‌ ତଥା ବଡ଼ ଭାଇ ରାଜେଶ କୁମାର ରାଜୋଣ୍ଡଙ୍କ ନାମ ସୁପାରିସ କରିଛନ୍ତି। ଜଣେ ପୂର୍ବତନ ପୁରସ୍କାର ବିଜେତା ହିସାବରେ ସାନ୍ଧୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାମ ସୁପାରିସ କରିପାରିବେ। ୩୭ ବର୍ଷୀୟ ରାଜୋଣ୍ଡ ଇଣ୍ଟରନ୍ୟାଶନାଲ ବକ୍ସିଂ ଆସୋସିଏଶନ (ଏଆଇବିଏ)ର ଜଣେ ଟୁ-ଷ୍ଟାର କୋଚ୍‌। ଅଲିମ୍ପିଆନ ଓ ଅର୍ଜୁନ ପୁରସ୍କାର ବିଜେତା ମନୋଜଙ୍କ କ୍ୟାରିୟର ଗଢ଼ିିବାରେ ତାଙ୍କର ବିଶେଷ ଭୂମିକା ରହିଛି। ରାଜୋଣ୍ଡ୍‌ ବର୍ତ୍ତମାନ କୁରୁକ୍ଷେତ୍ର ୟୁନିଭର୍ସିଟିରେ କାର୍ଯ୍ୟରତ। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ବକ୍ସିଂ ପ୍ରତିଯୋଗିତାରେ ତାଙ୍କ ୟୁନିଭର୍ସିଟିକୁ ଶୀର୍ଷରେ ପହଞ୍ଚାଇବାରେ ତାଙ୍କର ବିଶେଷ ଭୂମିକା ରହିଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ପଠାଇଥିବା ଏକ ଚିଠିରେ ସାନ୍ଧୁ ଉଲ୍ଲେଖ କରିଛନ୍ତି ଯେ, ଜଣେ ବକ୍ସିଂ କୋଚ୍‌ ହିସାବରେ ରାଜେଶ କୁମାରଙ୍କ ସଫଳତାକୁ ହୃଦୟଙ୍ଗମ କରିପାରିଛି। ବକ୍ସିଂ କୋଚ୍‌ କାଟେଗୋରିରେ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ତାଙ୍କର ଯଥେଷ୍ଟ ଯୋଗ୍ୟତା ରହିଛି। ଅନ୍ୟପକ୍ଷରେ ଜଣେ ପୂର୍ବତନ ଏସିଆନ ଚାମ୍ପିୟନଶିପ୍‌ ପଦକ ବିଜେତା ମନୋଜ କହିଛନ୍ତି ତାଙ୍କ ଭାଇ ଜାତୀୟ ସ୍ବୀକୃତି ପାଇବା ଲାଗି ହକ୍‌ଦାର ଅଟନ୍ତି। ତାଙ୍କ ଯୋଗୁ ହିଁ ମୁଁ ବକ୍ସିଂରେ ସଫଳତା ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri