ରାଜସ୍ବରେ ଆଗୁଆ, ସେବା ଦେବାରେ ପଛୁଆ

ଜୟପୁର,୧୩।୩(ନି.ପ୍ର.) – କୋରାପୁଟ ଜିଲାର ଜୟପୁର ରେଳ ବିଭାଗ ଟିକେଟ ନେବାରେ ଆଗୁଆ ଥିବାବେଳେ ସେବା ପ୍ରଦାନରେ ପଛୁଆ ରହିଛି। ରେଳ କର୍ତ୍ତୃପକ୍ଷ ଚିଠି ଲେଖିଲେଖି ଥକିଲେଣି, କିନ୍ତୁ ଷ୍ଟେସନର କୌଣସି ଉନ୍ନତି ହେଉନାହିଁ। ବି-ଗ୍ରେଡ୍‌ପ୍ରାପ୍ତ ଏହି ଷ୍ଟେଶନରେ ଯାତ୍ରୀ ହଇରାଣ ହେଉଥିଲେ ମଧ୍ୟ ରେଳ ବିଭାଗ କାନ ଦେଉନାହିଁ। ପାଣି ଓ ପରିସ୍ରାଗାର ସମସ୍ୟା ଏଠାରେ ମୁଖ୍ୟ। ୩୫ ବର୍ଷ ତଳେ ଷ୍ଟେଶନରେ ଯେଉଁ ସମସ୍ୟା ଥିଲା, ଏବେମଧ୍ୟ ସେହି ସମସ୍ୟା ରହିଛି। ନୂତନ ଟ୍ରେନ ପଡ଼ିଛି, କିନ୍ତୁ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ିଛି।
୧୯୬୬ରେ ସ୍ଥାପିତ ଜୟପୁର ଷ୍ଟେଶନ ଦେଇ ଏକମାତ୍ର ପାସେଞ୍ଜର ଟ୍ରେନ କିରଣ୍ଡୁଲ- କୋଟବାଲସା ଚାଲୁଥିଲା। ରାଜ୍ୟ ରାଜଧାନୀରୁ ୫୫୦ କିମି ଦୂରରେ ଅବସ୍ଥିତ ଜୟପୁର ଉପଖଣ୍ଡ ସହ ନବରଙ୍ଗପୁର ଓ ମାଲକାନଗିରି ଜିଲାବାସୀ ରାଜଧାନୀକୁ ସିଧା ରେଳ ସଂଯୋଗରୁ ଉପେକ୍ଷିତ ରହୁଥିଲେ। ଫଳରେ ଜରୁରୀ କାମ ପାଇଁ ଭୁବନେଶ୍ୱର ଯିବାକୁ ହେଲେ ଏହି ଅଞ୍ଚଳର ଲୋକଙ୍କୁ କୋରାପୁଟ ଯାଇ ରେଳ ଚଢ଼ିବାକୁ ପଡୁଥିଲା। ଯାତ୍ରୀଙ୍କ ଦାବିରେ ରେଳ ବିଭାଗ ହୀରାଖଣ୍ଡ, ସମଲେଶ୍ୱରୀ, ଦୁର୍ଗ, ବିଶାଖାପାଟଣା ଟ୍ରେନ ଚାଲୁ କଲେ। ବସ୍‌ରେ ୧୮ ଘଣ୍ଟା ଯାତ୍ରା ପରେ ଭୁବନେଶ୍ୱରରେ ପହଞ୍ଚତ୍ ହେଉଥିଲା। ହୀରାଖଣ୍ଡ, ସମଲେଶ୍ୱରୀ ଭାୟା ଜୟପୁର ଦେଇ ଜଗଦଲପୁର ସମ୍ପ୍ରସାରଣ ଯୋଗୁ ନୂତନ ଭାବେ ଦୁର୍ଗକୁ ଟ୍ରେନ ହେବା ପରେ ଏହି ଅଞ୍ଚଳର ଯାତ୍ରୀଙ୍କୁ ଯେତିକି ସୁବିଧା ହୋଇଛି, ତାଠାରୁ ଦୁଇଗୁଣ ଅସୁବିଧା ଭୋଗିବାକୁ ପଡ଼ିଛି। ଜଗଦଲପୁରରୁ ଭାୟା ଜୟପୁର, କୋରାପୁଟ, ରାୟଗଡ଼ା, ପାର୍ବତୀପୁରମ ବିଜୟନଗରମ ପର୍ଯ୍ୟନ୍ତ ସିଙ୍ଗଲ ଲାଇନ ହୋଇଥିବା ବେଳେ ଏହି ଲାଇନ ଦେଇ ଦାମନଯୋଡ଼ିରୁ ଉତ୍ପାଦିତ ଆଲୁମିନା ପାଉଡର, ବୈଲାଡିଲାରୁ ବାହାରୁଥିବା ଲୁହାପଥର ପରିବହନ ହେଉଛି। ଫଳରେ ଅଧିକାଂଶ ମାଲଗାଡି ଏହି ଲାଇନ ଦେଇ ଚାଲୁଛି। ହୀରାଖଣ୍ଡକୁ ତାର ଯାତ୍ରାପଥରେ ଏହି ମାଲଗାଡ଼ିକୁ ଲାଇନ କ୍ଲିୟରାନ୍ସ ଦେଇ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବାକୁ ବିଳମ୍ବ ହେଉଛି। କୋରାପୁଟ, ଜୟପୁର କିମ୍ବା ଭୁବନେଶ୍ୱରରେ ପହଞ୍ଚତ୍ବା ସମୟ ୪ରୁ ୫ ଘଣ୍ଟା ଲେଖାଏ ବିଳମ୍ବ ଘଟୁଛି। ଜୟପୁର ଷ୍ଟେଶନରେ ପ୍ଲ୍‌ାଟଫର୍ମ ଟ୍ରେନ ବଗି ଯାଏ ଉଚ୍ଚତା ନ ଥିବାବେଳେ ଆକାରରେ ମଧ୍ୟ ଛୋଟ ଅଛି। ଅଧିକାଂଶ ସମୟରେ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇବା ଓ ଚଢ଼ିବା ପାଇଁ ଅସୁବିଧା ହୋଉଛି। ତୁରନ୍ତ ଷ୍ଟେଶନର ପ୍ଲାଟଫର୍ମ ଉଚ୍ଚତା ବଗି ଉଚ୍ଚତା ପର୍ଯ୍ୟନ୍ତ କରାଯିବା ଓ ପ୍ଲାଟଫର୍ମ ଦୈର୍ଘ୍ୟ ବଢ଼ାଇବା ପାଇଁ ଦାବି ହେଉଛି। ପା୍ଲଟଫର୍ମର ଛାତ କମ୍‌ ଥିବାରୁ ବର୍ଷା ଓ ଖରାରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ପ୍ଲାଟଫାର୍ମରେ ସିମେଣ୍ଟ ଚେୟାର ନାହିଁ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି। ଆଗକୁ ଖରାଦିନ ଥିବାବେଳେ ଷ୍ଟେଶନରେ ପାନୀୟ ଜଳର ବ୍ୟବସ୍ଥା ଠିକ ଭାବେ ନାହିଁ। ୨୦ରୁ ଅଧିକ ଷ୍ଟାଣ୍ଡ ପୋଷ୍ଟ ଥିବାବେଳେ ପାଣି ଆସୁନାହିଁ। ରେଲୱେ କୁଲି ନାହାନ୍ତି। ଷ୍ଟେଶନ ଉପରେ ନିର୍ଭରଶୀଳ ୨ ହଜାରରୁ ଅଧିକ ଦୈନିକ ଯାତ୍ରୀଙ୍କ ପାଇଁ ଆବଶ୍ୟକ ପରିମାଣରେ ରେଷ୍ଟରୁମ, ବାଥରୁମ, ଲାଟିନ ନାହିଁ। ଷ୍ଟେଶନ ସହରଠାରୁ ୬ କିମି ଦୂରରେ ଥିବାରୁ ଅଟୋବାଲାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଭଡ଼ା ୧୫୦ରୁ ୨୦୦ ଟଙ୍କା ଲେଖାଏ ନେଉଛନ୍ତି। ଏଠାରେ ପ୍ରବଳ ଭିଡ଼ ହେବାରୁ ହୀରାଖଣ୍ଡ ରହଣି ସମୟ ବର୍ତ୍ତମାନ ୨ରୁ ୧୦ ମିନିଟ ଯାଏ ବଢ଼ାଇବାକୁ ଦାବି ହେଉଛି। ହୀରାଖଣ୍ଡକୁ ସାବେରୀ ଏକ୍ସପ୍ରେସ ନାମରେ ନାମିତ କରାଯିବା ପାଇଁ ମଧ୍ୟ ଦାବି ଜୋର୍‌ ଧରିଛି। ଏ ସମ୍ପର୍କରେ ଜୟପୁର ଷ୍ଟେଶନ ମାଷ୍ଟର ଜନ୍‌ କୁଜୁରୁ କହିଛନ୍ତି, ଏଠାରେ ପାଣି ସମସ୍ୟା ରହିଛି। ୧୫ ଦିନ ଭିତରେ ଏହାର ସମାଧାନ ସହ ଅନ୍ୟ ସମସ୍ୟା ଦୂର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri