ରାଜସ୍ଥାନ ଝିଅଙ୍କୁ ଚେଞ୍ଜ୍‌ ମେକର୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ: ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ପକ୍ଷରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ଆଉ ଜଣେ ଭାରତୀୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସ୍ବଚ୍ଛ ଭାରତ ମିଶନ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗ୍ଲୋବାଲ୍‌ ଗୋଲ୍‌କିପର୍ସ ଆଓ୍ବାର୍ଡ ଦେଇ ସମ୍ମାନିତ କରିଛି ଫାଉଣ୍ଡେଶନ। ସେହିପରି ସମାଜରେ ପରିବର୍ତ୍ତନ ଆଣି ଅନ୍ୟମାନଙ୍କ ପ୍ରେରଣା ପାଲଟିଥିବା ରାଜସ୍ଥାନର ଝିଅ ପାୟଲ ଜାଙ୍ଗିଦ୍‌ଙ୍କୁ ଚେଞ୍ଜମେକର ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ପାୟଲ ନିଜ ପରିବାରରୁ ହିଁ ପ୍ରଥମେ ପରିବର୍ତ୍ତନର ଲଢ଼େଇ ଆରମ୍ଭ କରିଥିଲେ। ତାଙ୍କ ପରିବାର ଲୋକେ ଅତି କମ୍‌ ବୟସରେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଏହାର ବିରୋଧ କରି ଏତେ କମ୍‌ ବୟସରେ ବିବାହ କରିବେ ନାହିଁ ବୋଲି ସେ ମନା କରିଦେଇଥିଲେ। ଏହାସହ ସେ ବାଲ୍ୟ ଅଧିକାରରୁ ବଞ୍ଚିତ ଶିଶୁମାନଙ୍କ ପାଇଁ ଲଢ଼େଇ ଆରମ୍ଭ କରିଦେଇଥିଲେ। ବିଭିନ୍ନ ରାଲି, ପୋଷ୍ଟର ଓ ଘରକୁ ଘର ଯାଇ ମାଆ-ବାପାଙ୍କୁ ବାଲ୍ୟ ଅଧିକାର ବିଷୟରେ ସଚେତନ କରନ୍ତି ପାୟଲ। ପ୍ରତ୍ୟେକ ପିଲାଙ୍କୁ ତାଙ୍କ ଶିକ୍ଷା ଅଧିକାରରୁ ବଞ୍ଚିତ ନ କରି ଗୋଟିଏ ସୁଯୋଗ ଦେବାକୁ ସେ ଅଭିଭାବକଙ୍କୁ ସଚେତନ କରାଇଥାନ୍ତି। ପାୟଲଙ୍କ ଲକ୍ଷ୍ୟ, ବିଶ୍ୱର ସମସ୍ତ ଶିଶୁଙ୍କୁ ଶିକ୍ଷାର ସୁଯୋଗ ମିଳୁ ଓ ସମସ୍ତେ ପଢ଼ନ୍ତୁ। ପାୟଲଙ୍କ ବାପା ପପ୍ପୁରାମ ଜାଙ୍ଗିଦ୍‌ଙ୍କ କହିବା ଅନୁସାରେ, ପାୟଲଙ୍କ ଏହି ଅଭିଯାନ ପରେ ତାଙ୍କ ଗ୍ରାମରେ ପ୍ରାୟ ସମସ୍ତ ପିଲା ସ୍କୁଲ ଯାଇ ପାଠ ପଢ଼ୁଛନ୍ତି ଏବଂ ବାଲ୍ୟ ବିବାହ ଏବେ ଦେଖିବାକୁ ମିଳୁନି। ତେବେ ଏଭଳି ମହତ୍‌ ଉଦ୍ଦେଶ୍ୟ ଦିଗରେ କାମ କରି ସାମାଜିକ ପରିବର୍ତ୍ତନ ଆଣିପାରିଥିବାରୁ ପାୟଲ ଜାଙ୍ଗିଦଙ୍କୁ ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ଚେଞ୍ଜ ମେକର ଆଓ୍ବାର୍ଡ ଦେଇ ସମ୍ମାନିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ…

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ହିଂସା ଘଟଣାର ତଦନ୍ତ ଦାୟିତ୍ୱ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାପତି ପ୍ରଦରପ କୁମାର ଶ୍ରୀବାସ୍ତବଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ...

ଚିନ୍ତା କରନ୍ତୁ ନାହିଁ, ଖୁବ୍‌ଶୀଘ୍ର ଆସିବ କରୋନା ଔଷଧ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬:ଦେଶରେ କରୋନା ରୋଗୀଙ୍କ ବୃଦ୍ଧି ପାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ଆସୁଛି ଏବଂ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ...

ସାଢ଼େ ୮ ଲକ୍ଷ ଟଙ୍କାର ପିଆଜ ଚୋରି

ପାଟନା,୨୪।୯: ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ପିଆଜ କାରବାରରେ...

ସୁଖ୍ୟାତ ଲେଖକ ଆନ୍ଥୋନୀ ବର୍ଗେସ

ସମାନୁପାତିକ ଭାବରେ ସେ ଥିଲେ ଜଣେ ଲେଖକ ଏବଂ ଜଣେ ମ୍ୟୁଜିକ୍‌ କମ୍ପୋଜର। ସେ ସାହିତ୍ୟ ସୃଷ୍ଟିକରି ଯେତିକି ଶୀର୍ଷକୁ ଯାଇଥିଲେ; ସଂଗୀତ ମଧ୍ୟ ତାଙ୍କ...

କଂଗ୍ରେସରେ ମିଶିବା ପାଇଁ ସିଦ୍ଧୁଙ୍କୁ ୭୦ ଥର ଭେଟିଥିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୮।୨: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ନିଜ ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି...

ବୈଶ୍ୱିକ ଲିଙ୍ଗଗତ ବ୍ୟବଧାନ ରିପୋର୍ଟ:୧୩୫ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୪ା୭: ଭାରତରେ ଲିଙ୍ଗଗତ ବ୍ୟବଧାନ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଓ୍ବାଲର୍‌ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍‌)ର ଜେଣ୍ଡର ଗ୍ୟାପ୍‌ ରିପୋର୍ଟ-୨୦୨୨ରେ ୧୪୬ ଦେଶ ମଧ୍ୟରୁ ଭାରତ...

ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ବଢିବ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀରେ ଗତ ୨୪...

ଚିକିତ୍ସା ସମୟରେ ଦୁଇ ରୋଗୀଙ୍କ ମଧ୍ୟରେ ହେଲା ପ୍ରେମ; ଆଉ ତା’ପରେ…

ଚଣ୍ଡିଗଡ,୮।୮:କୁହାଯାଏ ପ୍ରେମ ଏମିତି ଶବ୍ଦ, ତାହା କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେ ନାହିଁ। ହିମାଚଳ ପ୍ରଦେଶରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ହିମାଚଳର...

Advertisement
Archives

Model This Week