Posted inଖେଳ

ରାଜସ୍ଥାନର ୫ମ ବିଜୟ

ଜୟପୁର, ୨୮।୫- ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ପରେ ଲିଆମ ଲିଭିଙ୍ଗଷ୍ଟୋନ ଓ ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାସ୍ତ କରିଛି। ସନ୍‌ରାଇଜର୍ସ ପକ୍ଷରୁ ଧାର୍ଯ୍ୟ ୧୬୧ ରନ ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୯.୧ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ୧୨ ମ୍ୟାଚରୁ ୫ମ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୧୧ ମ୍ୟାଚରୁ ୬ଷ୍ଠ ପରାଜୟ ବରଣ କରି ସନ୍‌ରାଇଜର୍ସ ୧୦ ପଏଣ୍ଟରେ ସ୍ଥିର ରହିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସନ୍‌ରାଇଜର୍ସ ଡେଭିଡ ଓ୍ବାର୍ନର ଓ ମନୀଷ ପାଣ୍ଡେଙ୍କ ଉପଯୋଗୀ ଇନିଂସ ସହାୟତାରେ ୧୬୦ ରନର ସମ୍ମାନଜନକ ସ୍କୋର କରି ପାରିଥିଲା। ମିଡଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟିଂ ବିଫଳତା ଦଳପାଇଁ ମହଙ୍ଗା ପଡ଼ିଥିଲା। ଓ୍ବାର୍ନର ୩୨ ବଲ୍‌ରୁ ୩୭ ରନ କରିଥିବାବେଳେ ମନୀଷ ୩୬ ବଲ୍‌ରୁ ୯ ଚୌକା ସହାୟତାରେ ସର୍ବାଧିକ ୬୧ ରନ କରିଥିଲେ। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ବରୁଣ ଆରୋନ, ଓଶାନେ ଥୋମାସା, ଶ୍ରେୟାସ ଗୋପାଳ ଓ ଜୟଦେବ ଉନାଡ଼କଟ ୨ଟି ଲେଖାଏ ଉଇକେଟ ନେଇଥିଲେ।

ଅଜିଙ୍କ୍ୟ ରାହାନେ ଓ ଲିଆମ ଲିଭିଙ୍ଗଷ୍ଟୋନ ଓପନିଂ ଯୋଡ଼ିରେ ୭୮ ରନ ସଂଗ୍ରହ କରି ରାଜସ୍ଥାନ ରୟାଲ୍ସ ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ରାହାନେ ୩୪ ବଲ୍‌ରୁ ୩୯(୪ ଚୌକା, ୧ ଛକା) ରନ କରି ଆଉଟ ହୋଇଥିବାବେଳେ ଲିଭିଙ୍ଗଷ୍ଟୋନ ଖେଳିଥିଲେ ବିସ୍ଫୋରକ ଇନିଂସ। ସେ ୨୬ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୪୪ ରନ କରି ଆଉଟ ହୋଇଥିଲେ। ମିଡଲ ଅର୍ଡରରେ ଅଧିନାୟକ ଷ୍ଟିଭେନ ସ୍ମିଥ(୧୬ ବଲ୍‌ରୁ ୨୨) ବିଶେଷ ସଫଳ ହୋଇ ନ ଥିଲେ ହେଁ ସାମସନ ଦ୍ରୁତ ହାରରେ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ସେ ୩୨ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୪୮ ରନ କରି ଅପରାଜିତ ରହିଥିଲେ। ସନ୍‌ରାଇଜର୍ସ ପକ୍ଷରୁ ଶାକିବ ଅଲ୍‌ ହାସନ, ରଶିଦ ଖାଁ, ଖଲିଲ ଅହମଦ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ବୋଲର୍‌ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ...

କୋହଲି-ଫିଞ୍ଚ୍‌ଙ୍କ ସମକକ୍ଷ ହେଲେ ଏହି ପାକିସ୍ତାନ କ୍ରିକେଟର୍‌

ମାଞ୍ଚେଷ୍ଟର, ୩୦।୮: ଘରୋଇ ଇଂଲଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍‌ ଅବସରରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଏକ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ...

ପ୍ରକାଶ ପାଇଲା ଓସିଏ ନିର୍ବାଚନୀ ପ୍ରୋଟୋକଲ୍‌

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନ ନିମନ୍ତେ ସୋମବାର ନିର୍ବାଚନୀ ପ୍ରୋଟୋକଲ ପ୍ରକାଶ କରାଯାଇଛି । ୨୭ ତାରିଖ ଦିନ ୧୧ଟାରୁ ମତଦାନ ପ୍ରକ୍ରିୟା...

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ...

ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି କରୋନା ପଜିଟିଭ୍‌…

କୋଲକାତା,୧୫।୭: ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ଖେଳାଳିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ...

ସୁପର୍‌ ଓଭର୍‌ ମ୍ୟାଚ୍‌ ପରେ ଶୋଇ ନ ଥିଲେ କେ.ଏଲ. ରାହୁଲ, ଜାଣନ୍ତୁ କାହିଁକି

ଦୁବାଇ,୨୧।୧୦: ଆଇପିଏଲ୍‌ ୨୦୨୦ରେ ଏବେ ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ଏହି ବିଜୟ ସହ...

ଆହତ ହୋଇଛନ୍ତି କି କୋହଲି? ରୋହିତ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରଶ୍ନରେ…

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି ଭାରତ। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହା ଏକାଧିକ ଘଟଣାକ୍ରମକୁ ନେଇ...

ଟପ୍‌ ସିଡ୍‌ ମନ୍‌ଫିଲ୍ସକୁ ହରାଇଲେ ପର୍ସେଲ

ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍‌କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍‌...

Advertisement
Archives

Model This Week