ରାଜପଥ ପାର୍ଶ୍ୱରୁ ଉଚ୍ଛେଦ ଜାରି, ୧୪୪ ଧାରା ବଳବତ୍ତର

ବଇଣ୍ଡା, ୧୨ା୯(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଦୋକାନ ଓ ବାସଗୃହ ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୭ ପ୍ରଜାଙ୍କ ମଧ୍ୟରୁ ବୁଧବାର ୭ କ୍ଷତିଗ୍ରସ୍ତଙ୍କ ଦୋକାନ, ଘର ସହ ରାଜସ୍ବ କାର୍ଯ୍ୟାଳୟ, ଥଣ୍ଡା ପାନୀୟ ଜଳ ପ୍ରକଳ୍ପ, ପୂର୍ତ୍ତ ବିଭାଗ ଡାକବଙ୍ଗଳା ଗୃହଗୁଡିକ ଭଙ୍ଗା ଯାଇଥିଲା। ଗୁରୁବାର ୫ କ୍ଷତିଗ୍ରସ୍ତଙ୍କ ଦୋକାନ ଭଙ୍ଗାଯାଇଛି। ଉତ୍ତେଜନା, ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲଗାଯାଇଥିବା ୧୪୪ ଧାରା ବଳବତ୍ତର ରହିବା ସହ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। ଉଚ୍ଛେଦ ଯୋଗୁ ୩୫ରୁ ଊର୍ଦ୍ଧ୍ୱ ଦୋକାନୀ ସେମାନଙ୍କ ଜୀବିକା ହରାଇଥିଲେ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହି ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଭାବେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ଆଠମଲ୍ଲିକ ଏସ୍‌ଡିପିଓ ଶେଖ ଅବଦୁଲ କରିମ, ହଣ୍ଡପା ଆଇଆଇସି ଲବ ବୋଡାଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଅନ୍ୟପକ୍ଷରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ ବଇଣ୍ଡା ଛକଠାରେ ଥିବା ରାଧାକୃଷ୍ଣ ଓ ଶିବ ମନ୍ଦିରର ଜାଗାକୁ ଚିହ୍ନଟ କରି ଉକ୍ତ ଦୁଇଟି ମନ୍ଦିରକୁ ଭଙ୍ଗା ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅକ୍ଟୋବର ୩ ତାରିଖ ପରେ ଠାକୁରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରେ ମନ୍ଦିର ଭଙ୍ଗାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର କଟକରୁ ଜବତ: ୬ ଗିରଫ

କଟକ ଅଫିସ, ୯।୮: କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ। ଏହା...

ମଦବିକ୍ରିକୁ ବିରୋଧ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ମୁରିବାହାଲ, ୧୮।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ଅଧୀନ ଧୁମାମାଲ ଗ୍ରାମରେ ବ୍ୟାପକ ମଦ କାରବାର ଚାଲିଛି। ସ୍ଥାନୀୟ ପୋଲିସ ଓ...

ବିପଦପୂର୍ଣ୍ଣ ବ୍ରିଜ୍‌, ବାଜିରେ ଜୀବନ

ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା।...

ଅନୁଗୋଳ କଲେଜ ଛାତ୍ରଙ୍କ ସାହିତ୍ୟ କୃତି:ପ୍ରକାଶ କଲେ ୨୨୪ ପୃଷ୍ଠାର ଉପନ୍ୟାସ

ଅନୁଗୋଳ ଅଫିସ, ୯।୭ ମାତ୍ର ୨୦ ବର୍ଷ ବୟସରେ ୨୨୪ ପୃଷ୍ଠାର ଉପନ୍ୟାସ ଲେଖିଛନ୍ତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରଭୁ କଲ୍ୟାଣ ସିଂ।...

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ଏସ୍‌ସିଏସ୍‌ କଲେଜରେ ଉତ୍ତେଜନା

ପୁରୀ ଅଫିସ,୨୦।୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ସମସ୍ତ ବିଷୟରେ ୩୩ ପ୍ରତିଶତ ପାସ୍‌ହାର ନିଷ୍ପତ୍ତିକୁ ଏସ୍‌ଇଏସ୍‌...

ରାସ୍ତା ଝାଡ଼ୁ କଲେ ବିଚାରପତି

ପୁରୁଷୋତ୍ତମପୁର,୨୩।୧(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର ‘କ୍ଳିନ ଆଣ୍ଡ ଗ୍ରୀନ୍‌ ପ୍ରୋଜେକ୍ଟ“ଆରମ୍ଭ ହୋଇଛି।...

ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍‌ସିଏଲ ସିଏମ୍‌ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’

ତାଳଚେର,୩୦ା୭(ନି.ପ୍ର.) ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍‌ଡସ (ଏମ୍‌ସିଏଲ)ର ସିଏମ୍‌ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର...

Advertisement


Archives

Model This Week