ରାଜପଥ, ପାରିପାର୍ଶ୍ୱିକ ରାସ୍ତା ହେଲାଣି ମରଣଯନ୍ତା: ଏନ୍‌ଏଚ୍‌ଏଆଇ, ନାଲ୍‌କୋ ଉପରେ ବର୍ଷିଲେ ଏମ୍‌ପି

ଅନୁଗୋଳ ଅଫିସ, ୧୭।୮ – ଅନୁଗୋଳ ଓ ଢେଙ୍କାନାଳ ଜିଲା ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅନେକ ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ ଅଛି। ଏଥିଯୋଗୁ ଦୁର୍ଘଟଣାମାନ ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିଲେ ବି ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଅଭିଯୋଗ କରିଛନ୍ତି। ସେହିପରି ପ୍ରକଳ୍ପ ପାରିପାର୍ଶ୍ୱିକ ଅଞ୍ଚଳର ରାସ୍ତା ଶୋଚନୀୟ ଅବସ୍ଥାରେ ଥିବା ସତ୍ତ୍ୱେ ନାଲ୍‌କୋ କର୍ତ୍ତୃପକ୍ଷ ମରାମତି କାର୍ଯ୍ୟ କରୁ ନ ଥିବା କହିବା ସହ ଏମ୍‌ପି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନୁଗୋଳ ସର୍କିଟ ହାଉସ ଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏମ୍‌ପି ସାହୁ କହିଛନ୍ତି ଯେ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଢେଙ୍କାନାଳ ଓ ଅନୁଗୋଳବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜପଥର ଅନେକ ସ୍ଥାନ ସଂକୀର୍ଣ୍ଣ, ଖାଲଖମା ହୋଇଯାଇଛି। ଡ୍ରେନେଜ୍‌ ସୁବିଧା ନ ଥିବାରୁ ପାର୍ଶ୍ୱ ଖାଲରେ ଏକ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ବର୍ଷା ପାଣି ଜମି ରହୁଥିବାରୁ ଯାନବାହାନ ଗୁଡ଼ିକର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି। ଫଳରେ ଅଯଥାରେ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ କରୁଥିବା କମ୍ପାନୀ ମନ୍ଥର ଓ ନିମ୍ନମାନର କାର୍ଯ୍ୟ କରୁଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି। ନୂଆହତାଠାରୁ ଗଡ଼ସନ୍ତ୍ରୀ ଦେଇ କାଙ୍ଗୁଲା ବେନ୍ତପୁର, ଖମାର, ଛେଳିଆପଡ଼ା, ଶରଧାପୁର, ପଞ୍ଚମହଲା, ଚନ୍ଦ୍ରବାହାଳ ପର୍ଯ୍ୟନ୍ତ ବାଇପାସ୍‌ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ସେହିପରି ନୂଆହତା ଠାରୁ ବଅଁରପାଳ, ନାଲ୍‌କୋ, ବଡ଼କେରା ପର୍ଯ୍ୟନ୍ତ ରାସ୍ତାକୁ ଏନ୍‌ଏଚ୍‌ଏଆଇ ଆର୍‌ଆଣ୍ଡବିକୁ ହସ୍ତାନ୍ତର କରିବାକୁ ଦାବି ହେଉଛି। ଅପରପକ୍ଷରେ ନାଲ୍‌କୋ ସ୍ମେଲଟର କାରଖାନା ଚତୁଃପାର୍ଶ୍ୱରେ ଥିବା ପଞ୍ଚାୟତଗୁଡ଼ିକ ରାସ୍ତା ଶୋଚନୀୟ ଅବସ୍ଥାରେ ଥିବାବେଳେ ନାଲ୍‌କୋ ଭଳି ଏକ ଲାଭଜନକ ସଂସ୍ଥା ନୀରବଦ୍ରଷ୍ଟା ସାଜିଥିବାରୁ ଏମ୍‌ପି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ ଓ ଏଲ୍‌ଏପିମାନଙ୍କୁ କାରଖାନାରେ ନିଯୁକ୍ତି ଦେବା ପାଇଁ ଏମ୍‌ପିଙ୍କ ସହ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଲଲହଡ଼ା ବିଧାୟକ ମୁକେଶ ପାଲ ଓ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମୀନକେତନ ଅମାନ୍ତ ପ୍ରମୁଖ ଦାବି କରିଛନ୍ତି। ଏ ଦିଗରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜାତୀୟ ରାଜପଥ ବିଭାଗ ଓ ନାଲ୍‌କୋ କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ ହେବ ବୋଲି ଏମ୍‌ପି ସାହୁ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅମାନ୍ତ, ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ, ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଅନୁଗୋଳ ବ୍ଲକ ବିଜେଡି ସଭାପତି ଦୁର୍ଗାଚରଣ ପ୍ରଧାନ, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ଉପରେ ବଢ଼ିଲା ଚାପ: ପରିବହନ ସ୍ବାଭାବିକ ପାଇଁ ଦାବିପତ୍ର

ତାଳଚେର,୪ା୮(ନି.ପ୍ର.)-ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ୪ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପୂର୍ବପରି ଟ୍ରକ୍‌ ଗୁଡିକରେ କୋଇଲା ପରିବହନ ପାଇଁ ପଦକ୍ଷେପ...

ଗଁ। ଚଳଣିରୁ ବାସନ୍ଦ ଅଭିଯୋଗ:ଗ୍ରାମ ସଭାପତିଙ୍କ ସମେତ ୫ ଗିରଫ

ବଇଣ୍ଡା,୭।୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଏକ ଦଳିତ ପରିବାରକୁ ବାସନ୍ଦ ଅଭିଯୋଗରେ ପୋଲିସ ସୋମବାର ୫ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ...

ସୋଲଡ଼ାରେ ପ୍ରଶାସନ ପକ୍ଷରୁ ପଲ୍ଲିସଭା: ଧଉରାଗୋଠ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ବଇଣ୍ଡା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଧଉରାଗୋଠ ଗ୍ରାମରେ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏହାକୁ...

ଛେଣ୍ଡିପଦା ବ୍ଲକରେ ୯୯୮ ପ୍ରାର୍ଥୀ: ୮୧ ପ୍ରାର୍ଥିପତ୍ର ପ୍ରତ୍ୟାହାର

ଛେଣ୍ଡିପଦା,୨୬।୧(ସ୍ବ.ପ୍ର.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପକ୍ଷରୁ ମଙ୍ଗଳବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବ୍ଲକରେ ଥିବା ମୋଟ...

୬୬୦ ହେକ୍ଟରକୁ ମାଡୁନି ପାଣି

ବଅଁରପାଳ,୩୦ା୭(ଡି.ଏନ.ଏ.) ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଅନେକ...

ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ୍‌, ୧୪।୩ ଏକ ଡକାୟତି ମାମଲାର ବିଚାର କରି ଅନୁଗୋଳ ଆସିଷ୍ଟାଣ୍ଟ ସେସନ୍‌ସ ଜଜ୍‌ କମ୍‌ ସିଜେଏମ୍‌ କୋର୍ଟ ଅଭିଯୁକ୍ତ ଜରାସିଂହାର କାଳିଆ ଓରଫ...

କଟାଗଲା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବନ୍ତଳା, ୩୦।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବେ ଚାଲିଛି ଗଞ୍ଜେଇ ଚାଷ। କୌଣସି ସୂତ୍ରରୁ ଏସ୍‌ପି ଜଗମୋହନ ମୀନା...

ଭରତପୁର କୋଇଲା ଖଣି ଦୁର୍ଘଟଣା:  ମୃତକଙ୍କ ପରିବାରକୁ ମିଳିବ ୩୦ ଲକ୍ଷ

ଅନୁଗୋଳ ଅଫିସ, ୭।୮: ଭରତପୁର କୋଇଲା ଖଣି ଦୁର୍ଘଟଣାରେ ୪ ମୃତ ଶ୍ରମିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ସହ ଜଣେ ସଦସ୍ୟଙ୍କୁ...

Advertisement
Archives

Model This Week