Posted inରାଜ୍ୟ

ରାଜଧାନୀରେ ରାତିର କର୍ଫ୍ୟୁ: ଚାରିଆଡ଼େ ଖୋଲାମେଲା

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ କରିଛି କମିଶନରେଟ ପୋଲିସ। ଏପରି କି ରାତିରେ କେବଳ ଭୂତ ହିଁ ଯାଇପାରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌ କରି କହିଛନ୍ତି। ଏଭଳିସ୍ଥିତିରେ ଲକ୍‌ଡାଉନ୍‌ରେ ରାଜଧାନୀରେ ଗୁରୁବାର ରାତିର କର୍ଫ୍ୟୁ କିଭଳି ଥିଲା ସେନେଇ ଧରିତ୍ରୀ ଟିମ୍‌ କରିଥିଲା ଅନୁସନ୍ଧାନ। ସନ୍ଧ୍ୟା ୭ରୁ ରାତି ୨ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ଛକ, ଗଳି କନ୍ଦିରେ ବୁଲି ରାଜଧାନୀର ରାତିକୁ ପରଖା ଯାଇଥିଲା। ୭ଟା ବାଜିବା ପୂର୍ବରୁ ପୋଲିସ ଭ୍ୟାନ୍‌ଗୁଡ଼ିକ ସାଇରନ୍‌ ବଜାଇ ସହରର ଗଳି କନ୍ଦିରେ ବୁଲି ଦୋକାନ ବଜାର ବନ୍ଦ କରୁଛି। ଲୋକଙ୍କୁ ଘରକୁ ଚାଲିଯିବାକୁ କହୁଛି। ଯେଉଁମାନେ ଯାଉ ନାହାନ୍ତି ସେମାନଙ୍କୁ ପୋଲିସ ଲାଠି ମାଡ଼ କରୁଥିବା ଦେଖିବାକୁ ମିଳୁଛି। ରାତି ୯ଟା ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଛକରେ ପୋଲିସ ଦେଖିବାକୁ ମିଳୁଛି। ହେଲେ ରାତି ପ୍ରାୟ ସାଢେ ୯ଟା ପରଠୁ ରାଜଧାନୀର କୌଣସି ଛକରେ ଜଣେ ହେଲେ ବି ପୋଲିସଙ୍କୁ ଦେଖିବାକୁ ମିଳୁ ନାହିଁ। ସହରର ବିଭିନ୍ନ ଛକ ଖୋଲାମେଲା। ହାତ ଗଣତି ପିସିଆର ଭ୍ୟାନ୍‌କୁ ବୁଲୁଥିବା ଦେଖିବାକୁ ମିଳୁଛି। ଯିଏ ପାଇଲା ଯୁଆଡ଼େ ଚାଲିଲା। କେହି କାହାକୁ ଅଟକାଇବାକୁ ନାହଁାନ୍ତି। ଭୁବନେଶ୍ୱର ବାହାରର ଅନେକ ଲୋକେ ସହର ଭିତରକୁ ସହଜରେ ଯିବା ଆସିବା କରିପାରୁଛନ୍ତି। ରାତି ପ୍ରାୟ ଗୋଟାଏ ସମୟରେ ବାଣୀବିହାର ଛକରେ ପହଞ୍ଚିବା ପରେ ଦେଖିବାକୁ ପାଇଲୁ ଅନେକ ଲୋକ ବାଇକ ଧରି ଯାତାୟାତ କରୁଛନ୍ତି। କ’ଣ ପାଇଁ ଏମାନେ ଯାଉଥିବା ସନ୍ଦେହ ହେବାରୁ ଜଣଙ୍କୁ ଅଟକାଇ ପଚାରିବାରୁ ସେ କେନ୍ଦ୍ରାପଡ଼ା ଯାଉଥିବା କହିଥିଲେ। ବିଳମ୍ବିତ ରାତିରେ ପୋଲିସର ଚେକିଂ ନ ଥିବାରୁ ସହଜରେ ଯିବା ଆସିବା କରିହେଉଛି ବୋଲି କହିଥିଲେ। ସେହିପରି ମାଷ୍ଟରକ୍ୟାଣ୍ଟିନ ଛକ,ଏଜି ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଜୟଦେବ ବିହାର ଛକ,ଖଣ୍ଡଗିରି ଛକ,ଏୟାରପୋର୍ଟ ଛକ, ଲକ୍ଷ୍ମୀସାଗର ଛକ,ନାଲ୍‌କୋ ଛକ,ପଟିଆ ଛକ ଆଦି ଅଞ୍ଚଳରେ ପୋଲିସ ପୋଷ୍ଟ ଥିଲେ ମଧ୍ୟ ଜଣେ ହେଲେ ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳି ନ ଥିଲା। କେବଳ ପୋଲିସ ପୋଷ୍ଟ ନିକଟରେ କୁକୁର ବୁଲୁଥିବା ଦେଖିବାକୁ ପାଇଥିଲୁ।

ଖୋଲା ଆକାଶ ତଳେ ଜୀବନ
ଲକ୍‌ଡାଉନ୍‌ ଫଳରେ ଅନେକ ଲୋକ ଭୁବନେଶ୍ୱରରେ ଫସି ରହିଯାଇଛନ୍ତି। ରହିବା ପାଇଁ ବାସ ନ ଥିବାରୁ ରାଜଧାନୀର ଫୁଟଫାଥ ସେମାନଙ୍କ ପାଇଁ ଶୋଇବା ଘର ପାଲଟି ଯାଇଛି। ମଶା, ଡାଅଁାଶ କାମୁଡୁ ଥିଲେ ମଧ୍ୟ ସେମାନଙ୍କୁ କିଛି ଫରକ ପଡୁନି। ଦିନରେ ଲୋକମାନେ ଯାହା ଖାଇବାକୁ ଦିଅନ୍ତି ସେଥିରେ ସେମାନେ ବଞ୍ଚନ୍ତି ହେଲେ ରାତିରେ କେହି ଆସୁ ନ ଥିବାରୁ ଅନେକେ ଉପାସରେ ଶୋଉଥିବା କହିଛନ୍ତି। ବିଶେଷ କରି ଖଣ୍ଡଗିରି ପାଦଦେଶରେ ଥିବା ବସ୍‌ ଷ୍ଟାଣ୍ଡରେ ମହାରାଷ୍ଟ୍ରର ୭୦ଲୋକ ଫସି ରହିଛନ୍ତି। ସେମାନେ ବେଲୁନ୍‌ ଏବଂ ଅନ୍ୟ ବେପାର କରିବାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ କୁଆଡ଼େ ଯାଇ ନ ପାରି ଖୋଲା ଆକାଶ ତଳେ ବର୍ଷା, କାକରରେ ଶୋଉଛନ୍ତି। ସେହିପରି ମାଷ୍ଟରକ୍ୟାଣ୍ଟିନ୍‌ ଫୁଟଫାଥ ଏବଂ ସହରର ବିଭିନ୍ନ ଫୁଟ୍‌ପାଥରେ ଅନେକେ ଲୋକ ଶୋଇଥିବା ଦେଖିବାକୁ ମିଳିଛି।

ଥାନା ଗେଟ୍‌ରେ ତାଲା, ବାହାରେ ଡିସିଓ
ରାଜଧାନୀ ରାତିରେ ଥାନାର ଦୃଶ୍ୟ ମଧ୍ୟ କିଛି ନିଆରା ଥିଲା। କରୋନା ଭୟରେ ଏକାଧିକ ଥାନା ଗେଟରେ ତାଲା ପଡିଥିଲା। ଥାନାର ଡିସିିଓ ଥାନା ବାହାରେ ଟେବୁଲ ପକାଇ ବସିଥିବା ଦେଖିବାକୁ ମିଳିଥିଲା। ଯଦି କେହି ଥାନାକୁ ଆସୁଥିଲେ ସେମାନେ ଗେଟ ବାହାରେ ଆସିବାର କାରଣ କହିବା ପରେ ପୋଲିସ ତାଙ୍କର ସମସ୍ୟା ବୁଝୁଥିଲା। ଖଣ୍ଡଗିରି, ନୟାପଲୀ, ମହିଳା, କ୍ୟାପିଟାଲ, ଲକ୍ଷ୍ମୀସାଗର, ଖାରବେଳନଗର ଆଦି ଅନେକ ଥାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥଲା।

ରାତିରେ ଯେଉଁମାନେ ବୁଲୁଛନ୍ତି ସେମାନଙ୍କ ପାସ୍‌ ଅଛି: ସିପି
ଏନେଇ ସିପି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ,ଯେଉଁମାନେ ରାତିରେ ବୁଲୁ୍‌ଛନ୍ତି ସେମାନଙ୍କ ପାସ୍‌ ରହିଛି। ନ ହେଲେ ସେମାନେ ବୁଲିବାକୁ ସାହସ କରିବେନି। ଦିନ ସାରା ପୋଲିସ କାର୍ଯ୍ୟ କରୁଛି, ତେଣୁ ରାତିରେ ସେମାନେ ବିଶ୍ରାମ ନେଉଛନ୍ତି। ରାତିରେ ଜଗିବା ସମ୍ଭବ ନୁହେଁ। ଲୋକେ ସତର୍କ ହେଲେଣି ସେମାନେ ରାତିରେ ବାହାରକୁ ବାହାରିବେ ନାହିଁ ବୋଲି ଷଡ଼ଙ୍ଗୀ କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri