ରାଜଧାନୀରେ ବଟି ଆଦାୟ, ୪ ଗିରଫ

କଟକ ରୋଡ,୫|୯(ଡି.ଏନ୍‌.ଏ.) – ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ନିକଟ କଳ୍ପନା ଛକସ୍ଥିତ ପୁରୀ ବସଷ୍ଟାଣ୍ଡରୁ ବଟି ଆଦାୟ ଅଭିଯୋଗରେ ବଡ଼ଗଡ଼ ପୋଲିସ ବୁଧବାର ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ସେମାନେ ହେଲେ ପୁରୀ ଜିଲା ସଦର ଥାନା ଅଧୀନ ବାସେଳି ସାହିର ଲୋକନାଥ ପଣ୍ଡା (୫୨), ବଡ଼ଗଡ଼ ଥାନା ପାଣ୍ଡବନଗର କୁଶପଡିଆର ସୁଦର୍ଶନ ନାୟକ (୨୦), ବଡ଼ଗଡ଼ ଅଞ୍ଚଳର ଦିଲୀପ ରାୟ (୩୮) ଓ ଜୟନ୍ତ ସେଠୀ (୩୪)। ପୋଲିସ ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଉକ୍ତ ବସଷ୍ଟାଣ୍ଡରୁ ପୁରୀ ଯାଉଥିବା କେତେକ ବସ ଓ ଟ୍ରେକର ଚାଳକଙ୍କ ଠାରୁ ବଟି ଆଦାୟ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏ ନେଇ ପ୍ରାୟ ୪ଦିନ ହେବ ସ୍ଥାନୀୟ ଥାନାର କେତେଜଣ ଅଧିକାରୀ ସାଦା ପୋଷାକରେ ଷ୍ଟାଣ୍ଡରେ ମୁତୟନ ରହି ବଟି ଆଦାୟକାରୀଙ୍କ ଉପରେ ନଜର ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ଷ୍ଟାଣ୍ଡରେ ଟଙ୍କା ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ପୋଲିସ ଧରିଥିଲା। ଏମାନଙ୍କ ନିକଟରୁ ୮୦୦ଟଙ୍କା ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୨୩୩/୧୯)ରୁଜୁ ହୋଇଛି। ଆଗାମୀ ଦିନରେ ମଧ୍ୟ ବେଆଇନ ବଟି ଆଦାୟକାରୀଙ୍କ ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଏଲଙ୍କୁ କରୋନା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭାଜପାର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏ ନେଇ ଟୁଇଟ୍‌ କରି ସୂଚନା...

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ...

ନିରଞ୍ଜନଙ୍କ ବିରୋଧରେ ଦିଲ୍ଲୀ ଗଲେ ୬ ନେତ୍ରୀ

ଭୁବନେଶ୍ୱର, ୩।୧୨:(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦବୀରୁ ହଟାଇବା ପାଇଁ ଦଳର କେତେଗୁଡ଼ିଏ ଗୋଷ୍ଠୀ ସମ୍ପୂର୍ଣ୍ଣ ସକ୍ରିୟ ହୋଇପଡ଼ିଛନ୍ତି। ନିକଟରେ ଗୋଟିଏ...

ମନ ଜିଣିଲେ ‘ସୁପର ୨୨’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଗୋଡ଼ ନ ଥାଇ ବି ନାଚିବାର ଇଚ୍ଛା। ହାତ ନ ଥାଇ ବି ଅଭିନୟ କରିବାର ଇଚ୍ଛା। କଥା କହି ନ ପାରିଲେ ବି...

CORONAVIRUS UPDATE: ମୟୁରଭଞ୍ଜ ଛୁଇଁଲା କରୋନା; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୦ ଟପିଲା

ଭୁବନେଶ୍ୱର,୭।୫:(ବ୍ୟୁରୋ): ରାଜ୍ୟରେ ଆଉ ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଗୁରୁବାର ନୂଆ ଚିହ୍ନଟ ହୋଇଥିବା...

ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ...

ଫନୀକୁ ମାସେ ବିତିଲା: ଖୋଲା ଆକାଶ ତଳେ ବିତୁଛି ବିପନ୍ନଙ୍କ ଜୀବନ

କୃଷ୍ଣପ୍ରସାଦ,୮ା୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ଦୀର୍ଘ ୧ ମାସ ବିତିଯାଇଛି। ତଥାପି ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତଃ ଘଟୁ ନାହିଁ। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି...

ପ୍ଲାଜମା ଥେରାପିର ହବ୍‌ ହେବ ଏସ୍‌ସିବି

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ...

Advertisement


Archives

Model This Week