ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି କହିଲେ ଚଳେ। ସେ ଡାକ୍ତର ହୁଅନ୍ତୁ ଅବା ପୋଲିସ। ଏମାନେ ସମସ୍ତେ ଦେଶବାସୀଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ହେଲେ କିଛି ସ୍ଥାନରେ ଏମାନଙ୍କ ଉପରକୁ ପଥର ଫିଙ୍ଗିବା, ଛେପ ପକାଇବା ଏମିତିକି ଏମାନଙ୍କୁ ଲହୁଲୁହାଣ କରିବା ପର୍ଯ୍ୟନ୍ତ କଥା ଯାଉଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି (ଭାଜପା)ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ରାଗି ଯାଇଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେଉଁମାନେ ଡାକ୍ତର, ପୋଲିସ ଭଳି କରୋନା ଯୋଦ୍ଧାଙ୍କ ଉପରକୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଲଜ୍ୟା ଲାଗିବା କଥା। କାରଣ ଏମାନେ ଅଛନ୍ତି ବୋଲି ଆମେ ସୁରକ୍ଷିତ ଅଛୁ। ଉକ୍ତ ଭିଡିଓରେ ହେମା ଦୁଇଦିନ ତଳେ ଆମ୍ବୁଲାନ୍ସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଖବରଦାତା ସମସ୍ତ କରୋନା ଯୋଦ୍ଧାଙ୍କ ଉପରେ ଯିଏବି ଆକ୍ରମଣ କରୁଛନ୍ତି ତାଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ଦେଶରେ ଲକ୍‌ ଡାଉନ ଚାଲିଥିବା ବେଳେ ଇନ୍ଦୋର, ବିହାର, ଦଲ୍ଲେୀ ଭଳି କେତେକ ସ୍ଥାନରେ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣକୁ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ସୁଦ୍ଧା ପୃଥିବୀର ୭୦ ପ୍ରତିଶତ ଜନସଂଖ୍ୟାଙ୍କୁ ଦିଆଯିବ କରୋନା ଟିକା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୬।୧୦: ଆଉ ୨ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୨ ସୁଦ୍ଧା ପୃଥିବୀର ୭୦ ପ୍ରତିଶତ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ। ଏସମ୍ପର୍କରେ ବିଶ୍ୱ...

‘ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନେବୁ’

ବାରାମତି,୨୬ା୧୦: ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ପ୍ରଭାବଶାଳୀ ବିରୋଧୀ ଦଳର ଭୂମିକା ତୁଲାଇବ ବୋଲି ଏହାର ଅଧ୍ୟକ୍ଷ ଶରଦ ପାଓ୍ବାର ଶୁକ୍ରବାର କହିଛନ୍ତି। ଜନସାଧାରଣ ଆମକୁ ସରକାର...

ଜ୍ୟାକଲିନ୍‌ଙ୍କ ସହ ମନଖୋଲି ନାଚିଲେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଦବଙ୍ଗ ୩’ର...

ଗାନ୍ଧୀ ନଗର ଲୋକ ସଭା ଆସନରେ ଶାହ ବିଜୟୀ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୩ା୫: ନିର୍ବାଚନ ରଣନୀତି ଓ ପ୍ରଚାରର ମଙ୍ଗ ଧରିଥିବା ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକା ଏଥର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୪ରେ ସେ ୟୁପି...

ଖୋର୍ଦ୍ଧା ସାନପଦର ପଞ୍ଚାୟତର ୫ ଗାଁ ୭୨ ଘଣ୍ଟା ଶଟ୍‌ଡାଉନ

ଖୋର୍ଦ୍ଧା ଅଫିସ,୧୫।୬: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରୁ ସୋମବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା।...

ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ

ପାଟନା,୧୮।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ...

ଦ୍ୱିତୀୟ ଥର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲିଜା ହେଡେନ୍‌ଙ୍କ ଘରକୁ ଖୁସି ଖବର ଆସିଛି। ସେ ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ...

ଅବସର ନେବେ ଅମିତାଭ !

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଅବସର ନେବେ ବୋଲି ତାଙ୍କ ବ୍ଲଗ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ୧୯୬୯ରୁ ‘ସାତ ହିନ୍ଦୁସ୍ତାନୀ’ ମାଧ୍ୟମରେ ବଲିଉଡ୍‌ରେ...


Coronavirus Update

Archives

Model This Week

Why Dharitri