ରାଉତପଡ଼ାରୁ ଗଲା ମହାପ୍ରଭୁଙ୍କ ପାଟବସ୍ତ୍ର, ସୂତାଲୁଗା

ଖୋର୍ଦ୍ଧା ଅଫିସ,୩ା୬: ଜୁନ ୨୩ରେ ଘୋଷଯାତ୍ରା। ଏଥିଲାଗି ମହାପ୍ରଭୁଙ୍କ ପାଟବସ୍ତ୍ର ଓ ସୂତାଲୁଗା ମଙ୍ଗଳବାର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାରୁ ପଠାଯାଇଛି। ଗତ ଫେବୃୟାରୀ ୨୫ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତାଲିକା ପାଇବା ପରେ ମହାପ୍ରଭୁଙ୍କ ପାଟବସ୍ତ୍ର ଓ ସୂତା ଲୁଗା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଲକ୍‌ଡାଉନ ଯୋଗୁ କଞ୍ଚାମାଲ ପାଇବାରେ ବିଳମ୍ବ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ କାମ ଠିକ୍‌ ସମୟରେ ସରିଛି ବୋଲି ବୁଣାକାର ଗୋପୀନାଥ ଦାସ କହିଛନ୍ତି।
ରଥଯାତ୍ରା ଲାଗି ଚେହେଲି ପାଟ, ବଡସିଂହାର ଲାଗି ଗୀତଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ଗରା ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ଲାଲ, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ ଲେଖାଏ ଚେହେଲି ପାଟ ପଠାଯାଇଛି। ବଡସିଂହାର ବେଶ ଲାଗି “କଂସାରୀ ରପି ସଂସାର, ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀ” ଲେଖାଥିବା ଶ୍ଳୋକ ଗୀତଗୋବିନ୍ଦ ପାଟ ଠାକୁରଙ୍କ ନିତିଦିନିଆ ରାତି ବଡସିଂହାର ବେଶ ଲାଗି ପଠାଯାଇଛି। ସେହିପରି ଚନ୍ଦନ ଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳି ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଠାକୁରଙ୍କ ବଡସିଂହାର ବେଶ ଲାଗି ଗୀତଗୋବିନ୍ଦ ପାଟ ପଠାଯାଇଛି। ସପ୍ତବିଗ୍ରହ ଯଥା ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନି, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ବସ୍ତ୍ର ପଠାଯାଇଛି।
ରାଉତପଡ଼ା ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ୧୯୯୩ ମସିହାରୁ ଏହି ଗ୍ରାମର ୨୫ ପରିବାରର ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ମହାପ୍ରଭୁଙ୍କ ସେବା ଲାଗି ବର୍ଷସାରା ପାଟ, ସୂତାବସ୍ତ୍ର ଓ ଲୁଗା ଯୋଗାଇ ଆସୁଛନ୍ତି ବୋଲି ବୁଣାକାର ଗୋପୀନାଥ କହିଛନ୍ତି। ମହାପ୍ରଭୁଙ୍କ ଏହି ସେବାରେ ଅପୂର୍ବ ଆନନ୍ଦ ମିଳିଥାଏ ବୋଲି ରାମଚନ୍ଦ୍ର ଦାସ, ଭଗବାନ ଦାସ, ଗୋବିନ୍ଦ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ଦାସ, ଅଶୋକ ଦାସ, ନିମାଇ ଚରଣ କୁଣ୍ଡୁ, କାର୍ତ୍ତିିକେଶ୍ୱର ପାତ୍ର ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri