Posted inଫୁରସତ

ରହସ୍ୟମୟ କୁଣ୍ଡ: ଏହାର ଗଭୀରତା ବୈଜ୍ଞାନିକଙ୍କୁ ଅଜଣା

ଭୋପାଳ: ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହାର ରହସ୍ୟ ସମ୍ପର୍କରେ ଆଜି ମଧ୍ୟ କାହାକୁ ଜଣାନାହିଁ। ଏପରିକି ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣି ପାରିନାହାନ୍ତି। ଏମିତି ଏକ ରହସ୍ୟମୟ କୁଣ୍ଡର ଗଭୀରତା ସମ୍ପର୍କରେ ବୈଜ୍ଞାନିକମାନେ ଆଜିପର୍ଯ୍ୟନ୍ତ ସଠିକ୍‌ ଜାଣିନାହାନ୍ତି। ଏହି କୁଣ୍ଡଟିର ନାମ ଭୀମକୁଣ୍ଡ। ଏହା ମଧ୍ୟପ୍ରଦେଶର ଛତ୍ରପୁର ଜିଲାଠାରୁ ପ୍ରାୟ ୭୦ କିଲୋମିଟର ଦୂର ବାଜନା ଗାଁରେ ରହିଛି। ଏହି କୁଣ୍ଡର କାହାଣୀ ମହାଭାରତ ସହ ଜଡ଼ିତ ରହିଛି।


କୁଣ୍ଡ ସମ୍ପର୍କରେ କୁହାଯାଏ, ମହାଭାରତ ସମୟରେ ପାଣ୍ଡବମାନେ ଏଣେତେଣେ ବୁଲିବୁଲି ଖୁବ୍‌ ଜୋର୍‌ରେ ଶୋଷ ଲାଗୁଥିଲା। କିନ୍ତୁ କେଉଁଆଡ଼େ ପାଣି ମିଳିଲା ନାହିଁ। ସେତେବେଳେ ଭୀମ ନିଜ ଗଦାରେ ଜମି ଖୋଳି ଏଠାରେ କୁଣ୍ଡ ତିଆରି କରି ଶୋଷ ମେଣ୍ଟାଇଥିଲେ। ଏହି କୁଣ୍ଡ ପ୍ରାୟ ୪୦-୮୦ ମିଟର ଚୌଡ଼ା। ଯେମିତି ଦେଖିବାକୁ ଏକ ଗଦା ସଦୃଶ। କୁଣ୍ଡଟି ଦେଖିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହାର ବିଶେଷତ୍ତ୍ୱ ଆଶ୍ଚର୍ଯ୍ୟଜନକ।

କୁହାଯାଏ, ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ହୋଇଥାଏ ସେତେବେଳେ କୁଣ୍ଡର ପାଣି ଆପଣାଛାଏଁ ବଢ଼ିଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କୁଣ୍ଡର ଗଭୀରତା ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବୈଜ୍ଞନିକମାନେ ମଧ୍ୟ ଆଜିପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। ବିଦେଶୀ ବୈଜ୍ଞାନିକମାନେ ଗଭୀରତା ଜାଣିବା ପାଇଁ ୨୦୦ମିଟର ପର୍ଯ୍ୟନ୍ତ କ୍ୟାମେରା ପଠାଇଥିଲେ। ମାତ୍ର କୌଣସି ସଠିକ୍‌ ତଥ୍ୟ ଜାଣିପାରି ନ ଥିଲେ। ଏହି କୁଣ୍ଡ ପାଣି ଗଙ୍ଗା ପରି ପବିତ୍ର ବୋଲି ଲୋକେ ମାନିଥାନ୍ତି। ଆଜିପର୍ଯ୍ୟନ୍ତ ଏହି ପାଣି କେବେ ଖରାପ ହୁଏ ନାହିଁ ବୋଲି ସ୍ଥାନୀୟ ଲୋକେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri