Posted inଖେଳ

ରଷିଆନ ଓପନ ବ୍ୟାଡ୍‌ମିଣ୍ଟନ : ଭାରତର ଅଭିଯାନ ଶେଷ

ଭ୍ଲାଡିଭୋସ୍ତକ (ରୁଷିଆ), ୨୦ା୭ (ପି.ଟି.): ଏଠାରେ ଚାଲିଥିବା ରଷିଆନ ଓପନ୍‌ ବିଡଡ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ମେଘନା ଜାକାମ୍‌ପୁଡିଙ୍କ ପାଇଁ ଶନିବାର ଥିଲା ଖରାପ ଦିବସ। ସେ ତାଙ୍କର ଉଭୟ ମିକ୍ସଡ ଏବଂ ମହିଳା ଡବଲ୍ସ ମ୍ୟାଚରେ ହାରିଯାଇଛନ୍ତି। ପ୍ରତିଯୋଗିତାର ମିକ୍ସଡ ଡବଲ୍ସ ସେମିଫାଇନାଲରେ ୮ମ ସିଡ୍‌ ମେଘନା ଓ ଧ୍ରୁବ କପିଲା ୭ମ ସିଡ୍‌ ଆଦନାନ୍‌ ମୌଲାନା ଓ ମିଚେଲି ଖ୍ରିଷ୍ଟିନେ ବାନ୍ଦାସୋଙ୍କଠାରୁ ୬-୨୧, ୧୫-୨୧ରେ ପରାସ୍ତ ହୋଇଯାଇଛନ୍ତି। ଏହି ମ୍ୟାଚ ମାତ୍ର ୨୭ ମିନିଟରେ ଶେଷ ହୋଇଥିଲା। ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଏହି ଟୁର୍ନାମେଣ୍ଟର ମହିଳା ଡବଲ୍ସ ସେମିଫାଇନାଲରେ ମେଘନା ଓ ତାଙ୍କ ପାର୍ଟନର ପୂର୍ବିଶା ଏସ୍‌.ରାମ୍‌ ଚତୁର୍ଥ ସିଡ୍‌ ଜାପାନର ମିକି କଶିହାରା ଏବଂ ମିୟୁକି କାଟୋଙ୍କଠାରୁ ୧୦-୨୧, ୮-୨୧ରେ ହାରିଯାଇଛନ୍ତି। ଏହି ମ୍ୟାଚ ୩୩ ମିନିଟରେ ଶେଷ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

‘ଲୋକଙ୍କ ସେବାରେ ଆସିବ ପ୍ରଧାନମନ୍ତ୍ରୀଙ୍କ ଜନୌଷଧି କେନ୍ଦ୍ର’

ପୁରୁଷୋତ୍ତମପୁର,୨୨ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରୋଗୀଙ୍କୁ ସ୍ବଳ୍ପ ମୂଲ୍ୟରେ ବିଭିନ୍ନ ଔଷଧ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରକୁ ରବିବାର ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ…

ସାଇବର ଠକେଇର ପର୍ଦ୍ଦାଫାଶ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବୁଗୁଡ଼ା,୨୨ା୨(କାଳୀଚରଣ ଦାଶ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡ଼ିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ…

ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ, ମନ୍ କି ବାତ୍‌ରେ ଚାଷଶୈଳୀର…

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୧ ତମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହି ସମୟରେ ସେ ଓଡ଼ିଶାର ଯୁବ…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର! ବୋର୍ଡିଂ ନିୟମରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଏକ ବଡ଼ ସୁବିଧା ଦେବାକୁ ପ୍ରସ୍ତୁତି ଚଳାଇଛି। ଏଣିକି ଯାତ୍ରୀମାନେ ନିଜର ବୋର୍ଡିଂ ପଏଣ୍ଟ (ଯେଉଁ ଷ୍ଟେଶନରୁ ଟ୍ରେନ ଚଢ଼ିବେ) ବଦଳାଇବା…

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri