ରଥଯାତ୍ରା ସିଧା ପ୍ରସାରଣ ବିବାଦ: ହାଇକୋର୍ଟରେ ମାମଲା

କଟକ ଅଫିସ, ୧୧।୬: ରଥଯାତ୍ରା ସିଧା ପ୍ରସାରଣକୁ ନେଇ ଉପୁଜିଥିବା ବିବାଦ ହାଇକୋର୍ଟରେ ପହଞ୍ଚତ୍ଛି। ପୁରୀ ତିଆଡ଼ିସାହିର ପ୍ରସନ୍ନ କୁମାର ଦାସଙ୍କ ପକ୍ଷରୁ ସୋମବାର ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଆବେଦନକାରୀ ଦାସ ପିଟିଶନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି। ସରକାର ସିଧା ପ୍ରସାରଣକୁ ନେଇ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ସୂଚନାଥାଉ କି, ଚଳିତବର୍ଷ ପୁରୀ ରଥଯାତ୍ରାର ସିଧା ପ୍ରସାରଣ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମରେ ହୋଇପାରିବ ନାହିଁ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିନିମନ୍ତେ ଯେଉଁମାନେ ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ଏହି ପ୍ରସାରଣ ଅଧିକାର ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ଶ୍ରୀମନ୍ଦିର ଆଇନର ପରିପନ୍ଥୀ ବୋଲି ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି। ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ବିଶ୍ୱର କୋଣଅନୁକୋଣର ଲୋକେ ଏହାକୁ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଦେଖିବାର ସୁଯୋଗ ପାଇଥାନ୍ତି। ଏପରି କି ୱେବ୍‌ ପୋର୍ଟାଲ ମାଧ୍ୟମରେ ମଧ୍ୟ ରଥଯାତ୍ରାକୁ ଲୋକେ ଅତି ସହଜରେ ଦେଖିପାରିଥାନ୍ତି। ମାତ୍ର ସରକାର ମନମୁଖି ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି, ଯାହା କେବଳ ଶ୍ରୀମନ୍ଦିର ଆଇନ ନୁହେଁ ବରଂ ସମ୍ବିଧାନର ଧାରା ୨୫କୁ ବିରୋଧ କରୁଛି। ତେଣୁ ସରକାରଙ୍କ ଏଭଳି ବିଜ୍ଞପ୍ତିକୁ ରଦ୍ଦ କରାଯିବା ସହିତ ପୂର୍ବଭଳି ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ଏହାର ପ୍ରସାରଣ ପାଇଁ ସୁଯୋଗ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଦିଲୀପ କୁମାର ମହାପାତ୍ର, ଅରୁଣ କୁମାର ସାହୁ ଓ ଶିବ ନାରାୟଣ ପଣ୍ଡା ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ପାଇଲେ ପଟି ଦିଅଁ:  ଆରମ୍ଭ ହେଲା ମହାପ୍ରଭୁଙ୍କ ଅଣସର ନୀତି

ପୁରୀ ଅଫିସ,୧୯ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଅଣସର ଗୃହକୁ...

୩ ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ

ପୁରୀ ଅଫିସ,୧ା୭: ତିନି ଦିନିଆ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ପୁରୀରେ ପହଞ୍ଚିଛନ୍ତି । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି...

ଆକ୍ସିସ ବ୍ୟାଙ୍କ- ବିଏମ୍‌ସି ମଧ୍ୟରେ ବୁଝାମଣା: ହିତାଧିକାରୀଙ୍କୁ ଆକାଉଣ୍ଟରେ ମିଳିବ ଭତ୍ତା

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଭତ୍ତା ପାଉଥିବା ହିତାଧିକାରୀମାନେ ଫେବୃୟାରୀ ମାସଠାରୁ ଆକାଉଣ୍ଟ ଯୋଗେ ଅର୍ଥ ପାଇବେ।...

ଟିକା ପ୍ରାଇସ୍‌ ବିଡିଂ ୯ରେ

ଭୁବନେଶ୍ୱର,୫।୬(ବ୍ୟୁରୋ): ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ) ପକ୍ଷରୁ ଡକାଯାଇଥିବା ଗ୍ଲୋବାଲ ଇ-ଟେଣ୍ଡରରେ ୨ ଜଣ ବିଡର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କର ବିଡ୍‌କୁ...

କ୍ୟାବିନେଟ୍‌ରୁ ଶଶିଭୂଷଣ, ବଦ୍ରି, ଉଷା, ପ୍ରଫୁଲ୍ଲ ସାମଲ ବାଦ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ୧୧ କ୍ୟାବିନେଟ୍‌...

ହାତୀ ଦିବସରେ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର, ୧୨।୮ (ବ୍ୟୁରୋ): ଅଗଷ୍ଟ ୧୨ ଅର୍ଥାତ୍‌ ବୁଧବାର ହେଉଛି ଅନ୍ତର୍ଜାତୀୟ ହସ୍ତୀ ଦିବସ। ଏହି ହାତୀ ଦିବସରେ ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅନ୍ତର୍ଗତ...

କପି ଧରିବାରୁ ଶିକ୍ଷକଙ୍କୁ ଆକ୍ରମଣ

ପୁରୀ ଅଫିସ,୫ା୩: କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ବିଦ୍ୟାର୍ଥୀର କପି ଧରିବାକୁ କେନ୍ଦ୍ରକରି ଜଣେ ଶିକ୍ଷକ ଆକ୍ରମଣର ଶିକାର ହୋଇଥିବା...

ଓଡ଼ିଆ ରଙ୍ଗମଞ୍ଚକୁ ମହିଳାଙ୍କ ପ୍ରବେଶ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ସମୟର ପରିବର୍ତ୍ତନ ସତ୍ତ୍ୱେ ଆମ ସଂସ୍କୃତିର ମୌଳିକତାକୁ ଅକ୍ଷୁଣ୍ଣ ରଖିବା ଏକ ବଡ଼ ଆହ୍ବାନ। ସଂସ୍କୃତିର ସୁରକ୍ଷା, ବିକାଶ ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ...

Advertisement
Archives

Model This Week