ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ : ସାଢ଼େ ୯ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ ଅଫିସ, ୧୦।୬ : ଆସନ୍ତା ଜୁଲାଇ ୪ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ସୁରୁଖୁରରେ ସମ୍ପନ୍ନ କରିବା ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ସଅଳ ନୀତି ନିର୍ଘଣ୍ଟ କରିଛି। ପ୍ରାତଃ ୬ଟାରେ ମଙ୍ଗଳ ଆଳତି କରାଯାଇ ଠାକୁରଙ୍କ ଅନ୍ୟାନ୍ୟ ନୀତି ଚାଲିବ। ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ହୋଇ ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ସରି ରଥ ଉପରକୁ ମଦନମୋହନ ବିଜେ ହେବେ। ଏହାପରେ ଚିତାଲାଗି ନୀତି ଓ ଠାକୁରଙ୍କ ବେଶ ସମ୍ପନ୍ନ ହେବ। ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜା ତିନିରଥରେ ଛେରା ପହଁରା କରିବେ। ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ହୋଇ ଘୋଡା, ସାରଥୀ ଲାଗିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ରବିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହାକୁ ମୋହର ମାରିବା ପରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବ। ଆବଶ୍ୟକ ପଡିଲେ ପରିଚାଳନା କମିଟି ଏଥିରେ ପରିବର୍ତ୍ତନ ଆଣିପାରିବ। ଗତ ୪ ତାରିଖ ନୀତି ସବ୍‌ କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ରାଜେନ୍ଦ୍ରାଭିଷେକଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା। ଛତିଶା ନିଯୋଗ ବୈଠକରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇ ନିର୍ଘଣ୍ଟ ହୋଇଛି।

ଆସନ୍ତା ୧୭ରେ ଦେବସ୍ନାନ ପୂର୍ଣ୍ଣିମା। ଏହିଦିନ ୧୦୮ ଗରା ଜଳରେ ସ୍ନାନ ସାରି ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ଏହା ପରେ ଅସୁସ୍ଥ ହୋଇଥିବା ଦାରୁଦିଅଁ ଜୁଲାଇ ୨ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ନବଯୌବନ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ୧୨ଟା ୧୫ରେ ଚକା ଅପସର ହୋଇ ମଙ୍ଗଳ ଆଳତି ହେବ। ଅପରାହ୍ନ ସାଢେ ଗୋଟାଏରେ ଦଶାବତାର ଠାକୁରଙ୍କ ବାହୁଡା ବିଜେ ହୋଇ ତାଟି ଫିଟିବ। ଏହାପରେ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ଭିତରକାଠ ପରିମାଣିକ ଦର୍ଶନ ହେବ। ପରେ ସାଢେ ୩ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଭିତରଠାକରେ ଠାକୁରଙ୍କୁ ସର୍ବସାଧାରଣ ଦର୍ଶନ କରିବେ। ବାହୁଡା ନୀତି ନିର୍ଘଣ୍ଟ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ହୋଇ ସକାଳ ୬ଟା ୪୫ ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳଧୂପ ଶେଷ ହେବ। ସକାଳ ୭ଟାରୁ ୧୧ଟା ମଧ୍ୟରେ ମହାପ୍ରଭୁଙ୍କୁ ସେନାପଟା ଲାଗି ହେବ। ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢେ ୨ଟା ସୁଦ୍ଧା ପହଣ୍ଡି ସମ୍ପନ୍ନ ହେବ। ଏହି ସମୟ ମଧ୍ୟରେ ତିନିରଥରେ ଠାକୁରଙ୍କ ବେଶ ସମ୍ପନ୍ନ କରାଯିବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ସରିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।
ଏହା ପରଦିନ ସୁନାବେଶ ରହିଥିବାରୁ ତିନିରଥ ଯେଭଳି ସନ୍ଧ୍ୟା ସୁଦ୍ଧା ସିଂହଦ୍ୱାରରେ ଲାଗିବେ ତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ୧୩ ତାରିଖରେ ମହାପ୍ରଭୁଙ୍କ ସୁନାବେଶ। ସକାଳ ୬ଟାରେ ତିନିରଥରେ ଠାକୁରଙ୍କ ମଙ୍ଗଳ ଆଳତି ହେବ। ଏହାପରେ ଦୈନନ୍ଦିନ ନୀତି ବଢିବ। ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇ ସାଢେ ୫ଟା ସୁଦ୍ଧା ବେଶ ସରିବ। ସର୍ବସାଧାରଣ ଦର୍ଶନ ପରେ ରାତ୍ର ୧୧ଟାରୁ ୧୨ଟା ମଧ୍ୟରେ ସୁନାବେଶ ମଇଲମ (ଓଲାଗି) କରାଯିବ। ପରେ ଅନ୍ୟାନ୍ୟ ନୀତି ବଢିବ। ଭୋର ୨ଟାରେ ଗରୁଡ଼ ଶୟନ ନୀତି ସମ୍ପନ୍ନ ହୋଇ ମହାପ୍ରଭୁଙ୍କ ପହୁଡ ହେବ। ୧୪ ତାରିଖ ମହାପ୍ରଭୁଙ୍କ ଅଧରପଣା ନୀତି। ତିନିରଥରେ ରାତ୍ର ୮ଟା ସୁଦ୍ଧା ଅଧରପଣା ନୀତି ସମ୍ପନ୍ନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଜୁଲାଇ ୧୫ ତାରିଖ ରଥଯାତ୍ରାର ଶେଷପର୍ବ ବା ନୀଳାଦ୍ରିବଜେ। ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବିଜେ କରିବେ। ଏହା ପରଦିନ ଅର୍ଥାତ୍‌ ଜୁଲାଇ ୧୬ ତରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାକୁ ନଜରରେ ରଖି ନୀଳାଦ୍ରିବିଜେ ପହଣ୍ଡି ସମେତ ସବୁ ନୀତିକୁ ସଅଳ କରାଯାଇଛି। ନୀଳାଦ୍ରିବିଜେ ଦିନ ଭୋର ୪ଟାରେ ତିନିରଥ ଉପରେ ମଙ୍ଗଳ ଆଳତି ହେବ। ସକାଳ ୭ଟାରୁ ୮ଟା ମଧ୍ୟରେ ସକାଳ ଧୂପ, ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୧୫ ସୁଦ୍ଧା ସନ୍ଧ୍ୟା ଆଳତି ଶେଷ କରାଯିବାକୁ ସ୍ଥିର ହୋଇଛି। ଅପରାହ୍ନ ୪ଟାରୁ ନୀଳାଦ୍ରିବିଜେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଠାକୁର ରତ୍ନସିଂହାସନରେ ପହଞ୍ଚତ୍ବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ନୀଳାଦ୍ରିବିଜେ ରାତିରେ ଠାକୁରଙ୍କୁ ପହୁଡ଼ କରିବାକୁଚେଷ୍ଟା କରାଯିବ। ଫଳରେ ଏହା ପରଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୪ଟା ବେଳକୁ ପାକତ୍ୟାଗ କରାଯିବ। ନୀତି ତ୍ୱରାନ୍ବିତ ହେଲେ ପାକଛାଡ ପୂର୍ବରୁ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ନିଳାଦ୍ରୀବିଜେ ନୀତି ନିର୍ଘଣ୍ଟ ହୋଇଛି । ଏହି ବଠକରେ ଜିଲାପାଳ ତଥା ଶ୍ରମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ପ୍ରମୁଖଙ୍କ ସହିତ ଛତିଶା ନିଯୋଗର ସଦସ୍ୟମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri