ରତଳାଙ୍ଗରେ ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣା: ସ୍ବାମୀ, ଯାଆ କୋର୍ଟ ଚାଲଣ

ବିଞ୍ଝାରପୁର,୧୬ା୧୨(ଡି.ଏନ.ଏ)- ବିଞ୍ଝାରପୁର ଥାନା ବରୀ ବ୍ଲକ ରତଳାଙ୍ଗ ଗ୍ରାପ ମଠସାହିରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା କବିତା ବରାଳଙ୍କ ମୃତଦେହ ଶୁକ୍ରବାର ସ୍ଥାନୀୟ ପୋଖରୀରେ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା। ତାଙ୍କୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବିରେ ହତ୍ୟା କରିଥିବା ନେଇ କବିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ବିଞ୍ଝାରପୁର ପୋଲିସ କବିତାଙ୍କ ସ୍ବାମୀ ଲକ୍ଷ୍ମୀଧର ସାମଲ ଓ ଯାଆ ତପସ୍ବିନୀ ସାମଲଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି।
ପ୍ରକାଶ ଯେ, ଯାଜପୁର କ୍ଲକ ସିମିଳିଆ ପଞ୍ଚାୟତର ଚୈତନ୍ୟ ବରାଳଙ୍କ ଝିଅ କବିତା ବିଞ୍ଝାରପୁର ଥାନା ରତଳାଙ୍ଗ ମଠସାହି ଗ୍ରାମର ବାମଦେବ ସାମଲଙ୍କ ପୁଅ ଲକ୍ଷ୍ମୀଧର ସାମଲଙ୍କୁ ଗତ ୩ବର୍ଷ ତଳେ ବୈଦିକରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁଘର ପକ୍ଷରୁ ୧ଲକ୍ଷ ଟଙ୍କା ଅଧିକ ଯୌତୁକ ଦାବି କରାଯିବା ସହ କବିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏନେଇ ଗତ ୧୦ତାରିଖ ରାତିରେ କବିତା ନିଜ ମା’ ଜ୍ୟୋତ୍ସ୍ନାରାଣୀଙ୍କୁ ଫୋନ କରି ୧ଲକ୍ଷ ଟଙ୍କା ନ ଦେଲେ ଶାଶୁଘର ଲୋକେ ତାଙ୍କୁ ମାରିଦେବାକୁ ଧମକ ଦେଇଥିବା କହିଥିଲେ। ବୁଧବାର ସକାଳେ କବିତାଙ୍କ ବାପଘର ଲୋକେ ଝିଅ ଶାଶୁଘରେ ପହଞ୍ଚତ୍ ଥିଲେ। ସେଠାରେ ଝିଅକୁ ନ ପାଇ ପଚାରିବାରୁ ମଙ୍ଗଳବାର ରାତିରେ କବିତା କୁଆଡ଼େ ଚାଲିଯାଇଛନ୍ତି ବୋଲି ଶାଶୁଘର ଲୋକେ ସଫେଇ ଦେଇଥିଲେ। ଏହି ଘଣାରେ କବିତାଙ୍କ ମା’ ଜ୍ୟୋତ୍ସ୍ନାରାଣୀ ତାଙ୍କ ଝିଅକୁ ଶାଶୁଘର ଲୋକେ ଯୌତୁକ ଦାବିରେ ମାରିଦେଇ ନିଖୋଜ କରିଦେଇଥିବା ସନ୍ଦେହ କରି ବିଞ୍ଝାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(୩୫୯/୨୦୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ଶୁକ୍ରବାର ସକାଳେ କବିତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଷଡ଼ଙ୍ଗୀ ରେଞ୍ଜ କରଡ଼ାପାଣି ନିଶ୍ଚିନ୍ତ ଜଙ୍ଗଲରେ ବେଆଇନ୍‌ ପଥର ଖାଦାନରୁ ପଥର ଚୋରା ଚାଲାଣ ନେଇ...

ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ୍‌ ଖେର୍‌

ପୁରୀ ଅଫିସ,୨୩ା୧: ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ ରବିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅନୁପମ ମହାପ୍ରଭୁଙ୍କ ଦର୍ଶନ କରି ବେଶ୍‌ ଭାବବିହ୍ବଳ...

ତାରିଣୀ ଷ୍ଟୋର ଗୋଦାମରୁ ଚୋରି

ଝୁମ୍ପୁରା, ୧୮।୭(ଡି.ଏନ.ଏ.)-ଝୁମ୍ପୁରା ବଜାରର ମଧ୍ୟଭାଗରେ ଥିବା ତାରିଣୀ ଷ୍ଟୋର ରାଶନ ଦୋକାନର ଗୋଦାମ ଗୃହରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ...

ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ କେରଳରୁ ରାୟଗଡ଼ାରେ ପହଞ୍ଚିଲେ ୨୧୬ ପ୍ରବାସୀ

ରାୟଗଡ଼ା ଅଫିସ,୨୧ା୫: କେରଳକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲାରୁ ବହୁ ଶ୍ରମିକ ଯାଇଥିଲେ। କରୋନା...

୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: ଜାନୁୟାରୀ ୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ...

ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ କାର୍ଯ୍ୟ ଦେଖିଲେ ୫-ଟି ସଚିବ

ପୁରୀ ଅଫିସ,୧୪।୧୦: ପୁରୀ ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌। ବୁଧବାର ୫-ଟି ସଚିବ...

ହାତିଆସୁଣୀ ପୀଠର ଉନ୍ନତୀକରଣ କରାଯାଉ

ବୋଲଗଡ଼, ୯।୧୦(ଡି.ଏନ୍‌.ଏ.):ରା.େଜ୍ୟ ସରକାର ବିଭିନ୍ନ ପୀଠର ପୁନରୁଦ୍ଧାର ଏବଂ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଖୋର୍ଦ୍ଧା ଜିଲା...

୩ ଦିନ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ

ଭଦ୍ରକ ଅଫିସ,୨୯।୧୨: ଶ୍ରଦ୍ଧାଳୁଙ୍କ ପାଇଁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ବନ୍ଦ ରହିବ। ଏ ନେଇ ମନ୍ଦିର ଓ ପୀଠ ପରିସରରେ ପ୍ରଶାସନ ପକ୍ଷରୁ...

Advertisement
Archives

Model This Week