Posted inଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶା-ଉତ୍ତରାଖଣ୍ଡ ମୁକାବିଲା, କୋହଲା ପାଗ ଯୋଗୁ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ

କଟକ ଅଫିସ,୨୬ା୧୨: କୋହଲା ପାଗ ସାଙ୍ଗକୁ ଆଲୋକ କମିଯିବା ଏବଂ ସାମାନ୍ୟ ବର୍ଷା ଯୋଗୁ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ବାଧାପ୍ରାପ୍ତ ହୋଇଛି। ସୂର୍ଯ୍ୟ ପରାଗ ଯୋଗୁ ଲଞ୍ଚ୍‌ ପର୍ଯ୍ୟନ୍ତ ଖେଳକୁ ବନ୍ଦ ରଖା ଯାଇଥିବାବେଳେ ଦ୍ୱିତୀୟ ଦିବସରେ ମାତ୍ର ୧୬.୨ ଓଭର ଖେଳ ସମ୍ଭବ ହୋଇଥିଲା। ଏହି ସମୟ ମଧ୍ୟରେ ଓଡ଼ିଶା ୪୭ରନ କରିବା ସହ ୩ଟି ଉଇକେଟ ହରାଇଛି। ଏଥିସହ ଓଡ଼ିଶାର ସ୍କୋର ୧୪୫/୬ରେ ପହଞ୍ଚତ୍ଛି। ଉତ୍ତରାଖଣ୍ଡର ପ୍ରଥମ ଇନିଂସ୍‌ରେ ୧୧୭ରନ କରିଥିବାରୁ ଓଡ଼ିଶା ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୦୦ରୁ ଅଧିକ ରନ୍‌ ଅଗ୍ରଣୀ ନେଲେ ଦଳ ବଳକା ଦୁଇ ଦିନରେ ଉତ୍ତରାଖଣ୍ଡକୁ ପରାସ୍ତ କରି ପାରିବ ବୋଲି ଅଧିନାୟକ ଶୁଭ୍ରାଂଶୁ ସେନାପତି କହିଛନ୍ତି।
ବସନ୍ତ ମହାନ୍ତିଙ୍କ ୬ ଉଇକେଟ ହାସଲ ବଳରେ ଉତ୍ତରାଖଣ୍ଡର ପ୍ରଥମ ଇନିଂସ୍‌ ୧୧୭ରନରେ ଶେଷ ହୋଇଥିଲା। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୩ ଉଇକେଟ ହରାଇ ୯୮ରନ କରିଥିଲା। ଶାନ୍ତନୁ ମିଶ୍ର ୩୦ରନରେ, ବିପ୍ଳବ ସାମନ୍ତରାୟ ୩୫ରନରେ ଅପରାଜିତ ଥିଲେ। ଗୁରୁବାର ବ୍ୟକ୍ତିଗତ ଦୁଇ ରନ୍‌ ଯୋଡ଼ିବା ପରେ ବିପ୍ଳବ ପ୍ରଦୀପ ଚାମୋଲିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ପାଗ ଖରାପ ହୋଇଥିବା ଯୋଗୁଁ ଉତ୍ତରାଖଣ୍ଡର ପେସ ବୋଲରମାନେ ଭରପୁର ଫାଇଦା ଉଠାଇଥିଲେ। ପ୍ରତ୍ୟେକ ଓଭରରେ ଉଇକେଟ ହାସଲ କରିବା ଭଳି ସୁଯୋଗ ସୃଷ୍ଟି ହୋଇଥିଲା। ବିପ୍ଳବଙ୍କ ପରେ କ୍ରିଜକୁ ଆସିଥିବା ଅଭିଷେକ ୮ରନ କରିଥିବା ବେଳେ ଚାମୋଲିଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ସ୍ଲିପ୍‌ ଅଞ୍ଚଳରେ କ୍ୟାଚ ଆଉଟ ହୋଇଥିଲେ। ଉତ୍ତରାଖଣ୍ଡ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଏହି କ୍ୟାଚ୍‌ ଧରିଥିଲେ। ପରେ ଉଇକେଟ କିପର ସୁଜିତ ଲେଙ୍କା ଉତ୍ତରାଖଣ୍ଡ ପେସ୍‌ ଆଟାକ୍‌କୁ ସମ୍ମୁଖୀନ କରିବାରେ ବିଫଳ ହୋଇଥିଲେ। ଫାଇନଲେଗ୍‌ ଅଞ୍ଚଳରେ ସୁଜିତଙ୍କର ଗୋଟିଏ କ୍ୟାଚ୍‌ ମିସ୍‌ ହୋଇଥିଲା। ଏହାର ପରବର୍ତ୍ତୀ ବଲ୍‌ରେ ସୁଜିତ ସ୍ଲିପ୍‌ରେ କ୍ୟାଚ୍‌ ଆଉଟ ହୋଇଥିଲେ। ତେବେ ଓପନର ଶାନ୍ତନୁ ମିଶ୍ରଙ୍କ ଚମତ୍କାର ବ୍ୟାଟିଂ ଜାରି ରଖି ଓଡ଼ିଶା ଆଶା ଉଜ୍ଜୀବିତ ରଖିଛନ୍ତି। ସେ ୧୫୧ବଲରୁ ୫୪ରନରେ ଅପରାଜିତ ଅଛନ୍ତି। ଲଗାତାର ଦୁଇଟି ଚୌକା ମାରି ଶାନ୍ତନୁ କ୍ୟାରିୟରର ୬ଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ଦେବବ୍ରତ ପ୍ରଧାନ ୨ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri