ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କେମିତି ରହୁଥିଲେ କ୍ୟାଟ୍ରିନା ଜାଣନ୍ତୁ

ବଲିଉଡ୍‌ ଷ୍ଟାର ରଣବୀର କପୁର-ଆଲିଆ ଭଟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଦୁଇଜଣ ବହୁ ସମୟ ଏକାଠି ବିତାଇବା, ସାଥୀ ହୋଇ ଡିନର କରିବା ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। କିନ୍ତୁ ରଣବୀରଙ୍କ ଜୀବନରେ ଆଲିଆ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫଙ୍କ ସହ ମଧ୍ୟ ଡେଟ୍‌ କରୁଥିଲେ ରଣବୀର। ‘ଭାରତ’ ଫିଲ୍ମର ପ୍ରମୋଶନରେ କ୍ୟାଟ୍ରିନା ଏହି କଥାର ଖୁଲାସା କରିଛନ୍ତି।

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କ୍ୟାଟ୍ରିନା କ’ଣ କରୁଥିଲେ ସେ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ବ୍ରେକ୍‌ଅପ୍‌ ପରେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ବହୁ ପରିବର୍ତ୍ତନ ହୋଇଛି। ସମ୍ପର୍କ ତୁଟିବା ପରେ ସେ ବହୁତ ଶିକ୍ଷା ପାଇଛନ୍ତି। ଲୋକଙ୍କୁ ଚିହ୍ନିଛନ୍ତି। ଆଶ୍ଚର୍ଯ୍ୟ ହେଉଛି ଲୋକମାନେ କ’ଣ କରିପାରନ୍ତି। ଜୀବନ କ’ଣ ବୁଝିଛି।

ଦିନେ ଯୋଗ ଶିକ୍ଷକ ମୋତେ ପଚାରିଲେ କ’ଣ ସବୁ ଠିକ୍‌ ଅଛି ତ? ଏହି ସମୟରେ ମୁଁ ମୋ ଆଖିର ଲୁହକୁ ଅଟକାଇ ପାରି ନ ଥିଲି। କାନ୍ଦିବାକୁ ଲାଗିଥିଲି। କିଛି ଉଦାସ ବି ହୋଇଛି କିନ୍ତୁ ବର୍ତ୍ତମାନ ସବୁ ଠିକ୍‌ ଅଛି ବୋଲି କ୍ୟାଟ୍ରିନା କହିଛନ୍ତି। କହିରଖୁଛୁ କ୍ୟାଟ୍ରିନା-ରଣବୀରଙ୍କ ସହ କିଛିଦିନ ଲିଭ୍‌ ଇନ୍‌ରେ ରହିଥିଲେ। ପରେ ଦୁଇଜଣ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିୟା ଅଙ୍କିତାଙ୍କ ପରେ ସୁଶାନ୍ତଙ୍କ ପାଇଁ କ୍ରିତି ଲେଖିଲେ ଏମିତି ପୋଷ୍ଟ:  ଆଖିରେ ଆସିଯିବ ଲୁହ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ  ଏକ ମାସ ବିତିଛି,  ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ...

ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଫଟୋ ଶେୟାର

ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି।...

ସରୋଗେସି ରାସ୍ତା ଆପଣାଇଥିଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ଗତ ଫେବୃୟାରୀରେ ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ତେବେ ସରୋଗେସି ରାସ୍ତା ଆପଣାଇବା ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ମୋ...

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ...

କ୍ୱାରାଣ୍ଟାଇନ୍‌ ଶେଷ କରି ଜିମ୍‌ରେ ପହଞ୍ଚିଲେ ସୋନମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଫେରିଯାଇଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ କରୋନା ସଙ୍କଟ ଯୋଗୁ...

ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଅକ୍ଷୟଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମନଖୋଲି ତାଙ୍କ ପୁଅକଥା କଥା ହୋଇଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଆରବ ଏବେ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ...

ସଲମାନଙ୍କ ସହ ଡେବ୍ୟୁ କରି ମିଳିଥିଲା ଲୋକପ୍ରିୟତା, ଏବେ ଅଭିନୟରୁ ଦୂରରେ ଏହିସବୁ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ସହ କାମ କରିବାକୁ ନବାଗତାମାନେ ଚାହିଁ ବସିଥାନ୍ତି। ତାଙ୍କ ସହ କାମ କରିବା ମାନେ ସଫଳତାକୁ ପାଖରେ ଦେଖିବା...

ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ...

Coronavirus Update


Archives

Model This Week

Why Dharitri