ରଣପୁର ବ୍ଲକରେ ଇନ୍ଦିରାଆବାସ ଜାଲିଆତିଘର ନ କରି ବିଲ୍‌ ପାସ୍‌

ରଣପୁର,୨ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଇନ୍ଦିରାଆବାସ (ବର୍ତ୍ତମାନ ବନ୍ଦ ହୋଇଯାଇଛି) ଯୋଜନାରେ ବ୍ୟାପକ ଜାଲିଆତି ହୋଇଥିବା ଚିତ୍ର ନଜରକୁ ଆସିଛି। କେତେକ ହିତାଧିକାରୀ ଘର ନ କରି ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କୁ ହାତ କରି ବିଲ୍‌ ନେଇଯାଇଛନ୍ତି। ଏହାର ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ବଜ୍ରକୋଟ ପଞ୍ଚାୟତରେ ୨୦୧୩-୧୪ରେ କେତେକ ହିତାଧିକାରୀଙ୍କୁ ଇନ୍ଦିରାଆବାସ ଯୋଜନାରେ ସାମିଲ କରାଯାଇ ପ୍ରତ୍ୟେକଙ୍କୁ ପକ୍କା ଘର କରିବା ପାଇଁ ୭୫ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ବ୍ଲକ ତରଫରୁ ଏହି ପଞ୍ଚାୟତ ଅନ୍ତର୍ଗତ ଭେରୁପଡା ଗ୍ରାମର କୈଳାସ ସାହୁଙ୍କ ସ୍ତ୍ରୀ ଆଶାଲତା ସାହୁ (କାର୍ଯ୍ୟାଦେଶ ନଂ.୪୫୯/୨୦୧୩-୧୪), ଶଙ୍କର ସାହୁଙ୍କ ସ୍ତ୍ରୀ ଝରୀ ସାହୁ (କାର୍ଯ୍ୟାଦେଶ ନଂ.୮୩୭/୨୦୧୪-୧୫)ଙ୍କୁ ଦିଆଯାଇ ଉଭୟଙ୍କୁ ୧୫ହଜାର ଟଙ୍କା ଲେଖାଏ ଚେକ୍‌ ପ୍ରଦାନ କରାଯାଇଥିଲା। ୬ମାସ ଭିତରେ ଗୃହକାର୍ଯ୍ୟ ସମାପ୍ତ ନ କଲେ କାର୍ଯ୍ୟାଦେଶ ରଦ୍ଦ କରାଯିବ ବୋଲି କୁହାଯାଇଥିଲା। ହେଲେ ହିତାଧିକାରୀ ଗୃହ ନ କରି ୬ବର୍ଷ ପରେ ଅର୍ଥାତ୍‌ ୧ା୬ା୨୦୧୯ରେ ପଞ୍ଚାୟତ ଓ ବ୍ଲକର କ୍ଷେତ୍ରିୟ ଅଧିକାରୀଙ୍କୁ ଧରି ବକେୟା ଥିବା ୬୦ହଜାର ଲେଖାଏ ୧ଲକ୍ଷ ୨୦ହଜାର ଟଙ୍କା ଉଠାଇ ନେଇଛନ୍ତି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଜାଲିଆତି ହୋଇଛି। ହିତାଧିକାରୀ ଗୃହ ନ କରି ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ପିସି ଦେଇ ବିଲ୍‌ ପାସ୍‌ କରାଇ ନେଇଛନ୍ତି। ଭେରୁପଡା ଗ୍ରାମର ଚଇନି ସାହୁ କୁହନ୍ତି, ବ୍ଲକ ଓ ପଞ୍ଚାୟତକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ପିସିଦେଇ ନ ପାରିବାରୁ ଇନ୍ଦିରାଆବାସ କିମ୍ବା ଆବାସ ଖଣ୍ଡେ ମିଳିଲା ନାହିଁ। ଜରି ପାଲ ଘୋଡା ମାଟିଘରେ ୭ଜଣ କୁଟୁମ୍ବ ରହୁଛୁ। ୪ମାସ ତଳେ ଘର ଭିତରେ ସାପ କାମୁଡାରେ ମୋ ବାପାଙ୍କ ମୃତ୍ୟୁ ଘଟିଥିଲା। ଭଲଘର ଥିବା ଲୋକେ ପିସି ଦେଇ ଆବାସ ହାତେଇ ନେଉଛନ୍ତି। ବଜ୍ରକୋଟ ସରପଞ୍ଚ ବନିତା ବଳିଆରସିଂ କହନ୍ତି, ଏଭଳି ୮ରୁ ଅଧିକ ହିତାଧିକାରୀ ଘରକାର୍ଯ୍ୟ ନ କରି ଲାଞ୍ଚଦେଇ ବିଲ୍‌ ଟଙ୍କା ନେଇଛନ୍ତି। ଏହାର ତଦନ୍ତ ହେବା ଦରକାର। ବ୍ଲକ କନିଷ୍ଠଯନ୍ତ୍ରୀ ମନୋଜ କୁମାର ବେହେରା କହନ୍ତି, ସେମାନେ ଘର କରିଥିବାରୁ ତାଙ୍କୁ ବିଲ୍‌ ପ୍ରଦାନ କରାଯାଇଛି ା ବିଡିଓ ରଶ୍ମିରେଖା ଦାସଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ ା ନୟାଗଡ଼ ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ଯଦି ହିତାଧିକାରୀ ଗୃହ ନ କରି ବ୍ଲକରୁ ବିଲ୍‌ ପାଇଥିବେ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ସରକାର ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଇନ୍ଦିରାଆବାସ ଯୋଜନ ପ୍ରଣୟନ କରିଥିଲେ ା କିଛିବର୍ଷ ହେବ ଏହି ଯୋଜନାକୁ ବନ୍ଦ କରି ଆବାସ ଯୋଜନା ପ୍ରଣୟନ କରି ଅର୍ଥ ରାଶିକୁ ବଢାଇ ଦେଇଛନ୍ତି। ହେଲେ ଏବେ ବି ବ୍ଲକର ବହୁ ଗରିବ ପରିବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri