Posted inଖେଳ

ରଣଜୀ ଟ୍ରଫି: ସୌରାଷ୍ଟ୍ର ୪୨୫, ବେଙ୍ଗଲ ୧୩୪/୩

ରାଜକୋଟ, ୧୨।୩- ଏଠାରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ବୁଧବାର ଶେଷ ହୋଇଛି। ଅର୍ପିତ ବାସବଦାଙ୍କ ଶତକ ସହାୟତାରେ ସୌରାଷ୍ଟ୍ର ୪୨୫ ରନ କରିଥିବାବେଳେ ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ବେଳକୁ ବେଙ୍ଗଲ ୩ ଉଇକେଟ ହରାଇ ୧୩୪ ରନ କରିଛି। ୭ ଉଇକେଟ ସୁରକ୍ଷିତ ଥିବାବେଳେ ବେଙ୍ଗଲ ଆହୁରି ୨୯୧ ରନ ପଛରେ ରହିଛି।
ଅର୍ପିତଙ୍କ ୮ମ ଶତକ
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ସୌରାଷ୍ଟ୍ର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ବଳରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ହାର୍ଭିକ ଦେଶାଇ (୩୮) ଓ ଅଭି ବାରୋଟ(୫୪) ଓପନିଂ ଯୋଡ଼ିରେ ୨୨୭ ବଲ୍‌ରୁ ୮୨ ରନ ସଂଗ୍ରହ କରିଥିଲେ। ବାସବରାଜ ଜାଡେଜା ୯୨ ବଲ୍‌ରୁ ୫୪ ରନ କରିଥିବାବେଳେ ଅର୍ପିତ ୨୮୭ ବଲ୍‌ ଖେଳି କ୍ୟାରିୟରର ୮ମ ପ୍ରଥମଶ୍ରେଣୀ ଶତକ(୧୦୬ ରନ) ହାସଲ କରିଥିଲେ। ମିଡଲ ଅର୍ଡରରେ ଚେତେଶ୍ୱର ପୂଜାରା ୨୩୭ ବଲ୍‌ରୁ ୬୬ ଓ ଶେଷଭାଗରେ ଧର୍ମେନ୍ଦ୍ରସିନ୍‌ ଜାଡେଜା ୩୩ ରନରେ ଅପରାଜିତ ରହିବାରୁ ପାଖାପାଖି ଅଢ଼େଇ ଦିନ ଖେଳି ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୨୫ ରନ ସ୍କୋର କରିଥିଲା। ବେଙ୍ଗଲର ଆକାଶଦୀପ ୪ଟି, ଶାହାବାଜ ଅହମ୍ମଦ ୩ଟି, ମୁକେଶ କୁମାର ୨ଟି ଓ ଈଶାନ ପୋରେଲ ଗୋଟିଏ ଉଇକେଟ ନେଇଥିଲେ।
ରଣଜୀ ଟ୍ରଫି ଟାଇଟଲ ହାସଲ କରିବାକୁ ହେଲେ ବେଙ୍ଗଲକୁ ପ୍ରଥମେ ପ୍ରଥମ ଇନିଂସରେ ସୌରାଷ୍ଟ୍ରଠାରୁ ଅଧିକ ସ୍କୋର କରିବା ଆବଶ୍ୟକ ହେଉଛି। ୩୫ ରନରେ ଦୁଇ ଓପ୍‌ନରଙ୍କୁ ହରାଇ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଲାଭ କରିଥିବାବେଳେ ସୁଦୀପ ଚାଟାର୍ଜୀ ଓ ମନୋଜ ତିଓ୍ବାରୀ ୩ୟ ଉଇକେଟ ଯୋଡ଼ିରେ ୮୯ ରନ ଯୋଗକରି କିଛି ସମୟ ସ୍ଥିତି ସମ୍ଭାଳିଥିଲେ। ତେବେ ଦିବସର ଶେଷଭାଗରେ ମନୋଜଙ୍କ ଉଇକେଟ ହରାଇବାରୁ ବେଙ୍ଗଲ ପୁଣି ଆଶଙ୍କା ମଧ୍ୟରେ ରହିଛି। ୧୧୬ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମନୋଜ ୩୫ ରନ କରିଥିବାବେଳେ ପ୍ରତିପକ୍ଷ ଚିରାଗ ଜାନିଙ୍କ ବଲ୍‌ରେ ଏଲବିଡବଲ୍ୟୁ ଆଉଟ ହୋଇ ଯାଇଥିଲେ। ତୃତୀୟ ଦିବସ ଷ୍ଟମ୍ପ୍ସ ବେଳକୁ ସୁଦୀପ ୧୪୫ ବଲ୍‌ରୁ ୪୭ ଓ ଅଭିଜ୍ଞ ରିଦ୍ଧିମାନ ଶାହା ୪୩ ବଲ୍‌ରୁ ୪ ରନ କରି ଅପରାଜିତ ଅଛନ୍ତି। ସୌରାଷ୍ଟ୍ରର ଡି. ଜାଡେଜା, ପ୍ରେରକ ମଙ୍ଗଡ ଓ ଚିରାଗ ଜାନି ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି।
ସଂକ୍ଷିପ୍ତ ସ୍କୋର
ସୌରାଷ୍ଟ୍ର ପ୍ରଥମ ଇନିଂସ: ୪୨୫/ଅଲଆଉଟ(ଅର୍ପିତ-୧୦୬, ପୂଜାରା-୬୬, ବାରୋଟ-୫୪, ବାସବରାଜ-୫୪, ଡି. ଜାଡେଜା-୩୩*, ଆକାଶ-୪/୯୮, ଶାହବାଜ ଅହମ୍ମଦ-୩/୧୦୩, ମୁକେଶ-୨/୧୦୩, ପୋରେଲ-୧/୫୧)।
ବେଙ୍ଗଲ ପ୍ରଥମ ଇନିଂସ: ୧୩୪/୩(ସୁଦୀପ ଚାଟାର୍ଜୀ-୪୭, ମନୋଜ-୩୫, ଡି. ଜାଡେଜା-୧/୪୩, ପ୍ରେରକ-୧/୭, ଚିରାଗ-୧/୧୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri