Posted inଖେଳ

ରଣଜୀ ଟ୍ରଫି: ମହାରାଷ୍ଟ୍ରର ଇନିଂସ ପରାଜୟ

ନୂଆଦିଲ୍ଲୀ, ୫।୧(ପି.ଟି.)- ମିଡିୟମ ପେସର ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ମହାରାଷ୍ଟ୍ର ବିପକ୍ଷରେ ସର୍ଭିସେସକୁ ଇନିଂସ ବିଜୟୀ କରାଇଛନ୍ତି। ସ୍ଥାନୀୟ ପଲାମ ଏ ଷ୍ଟାଡିୟମରେ ଖେଳାଯାଇଥିବା ରଣଜୀ ଟ୍ରଫି ଗ୍ରୁପ୍‌ ସି’ ମ୍ୟାଚ୍‌ରେ ସର୍ଭିସେସ ରବିବାର ଏକ ଇନିଂସ ୯୪ ରନରେ ମହାରାଷ୍ଟ୍ରକୁ ପରାସ୍ତ କରି ୭ ପଏଣ୍ଟ ହାସଲ କରିଛି। ମୋଟ ୮ ଉଇକେଟ ହାସଲ କରିଥିବା ସଚିଦାନନ୍ଦ ପାଣ୍ଡେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ମହାରାଷ୍ଟ୍ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୦.୨ ଓଭରରେ ୪୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ସର୍ଭିସେସ୍‌ ପ୍ରଥମ ଇନିଂସରେ ୯୫.୨ ଓଭରରେ ୨୮୫ ରନ କରି ଅଲଆଉଟ ହେବା ସହ ୨୪୧ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ମହାରାଷ୍ଟ୍ର ୪୮.୧ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଥିଲା। ଫଳରେ ସର୍ଭିସେସ୍‌ ଏକ ଇନିଂସ ଓ ୯୪ ରନରେ ବିଜୟୀ ହୋଇଥିଲା। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୯୩/୫ରୁ ଖେଳ ଆରମ୍ଭ କରି ମହରାଷ୍ଟ୍ର ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଅଧିନାୟକ ନୌସାଦ୍‌ ଏସ୍‌ ଶେଖ୍‌ ୪୦ ରନରୁ ଖେଳ ଆରମ୍ଭ କରି ୪୧ ରନ କରି ଆଉଟ ହୋଇଥିଲେ। ସେହିପରି ୩୩ ରନରୁ ଖେଳ ଆରମ୍ଭ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ବିଶାନ୍ତ ମୋରେ ୩୬ ରନ କରି ଆଉଟ ହାଇଥିଲେ। ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ସର୍ଭିସେସ୍‌ ତରଫରୁ ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ୫ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ମହାରାଷ୍ଟ୍ର ପ୍ରଥମ ଇନିଂସ- ୩୦.୨ ଓଭରରେ ୪୪ ଅଲଆଉଟ।
ସର୍ଭିସେସ୍‌ ପ୍ରଥମ ଇନିଂସ- ୯୫.୨ ଓଭରରେ ୨୮୫ ଅଲଆଉଟ।
ମହାରାଷ୍ଟ୍ର ଦ୍ୱିତୀୟ ଇନିଂସ- ୪୮.୧ ଓଭରରେ ୧୪୭ ଅଲଆଉଟ
(ନୌସାଦ ଶେକ- ୪୧, ମୋରେ- ୩୬, ପଠାନିଆ- ୫/୪୯, ପାଣ୍ଡେ- ୫/୫୬)।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri