ରଜ ରେକର୍ଡ: ୭ଲକ୍ଷ ଟପିଲା ପିଠା ବିକ୍ରି

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ପୁଣିଥରେ ରଜ ପିଠାକୁ ନେଇ ଚର୍ଚ୍ଚାକୁ ଆସିଛି ପାନ୍ଥନିବାସ। ମାତ୍ର ୪ଦିନ ମଧ୍ୟରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି କରିବାର ରେକର୍ଡ କରିଛି ଓଟିଡିସି ଦ୍ୱାରା ପରିଚାଳିତ ପାନ୍ଥନିବାସ। ବିଶେଷକରି ପ୍ରତିଥର ଭଳି ଏଥର ମଧ୍ୟ ପୋଡ଼ପିଠାର ଚାହିଦା ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ରଜ ସରିଥିଲେ ମଧ୍ୟ ପାନ୍ଥନିବାସରେ ପିଠାବିକ୍ରି ଜାରି ରହିବ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲଗାତାର ୫ମ ଦିନ ପାଇଁ ପାନ୍ଥନିବାସରେ ପିଠା ବିକ୍ରି ହେବ। ବିଶେଷକରି ପୋଡପିଠା ପାଇଁ ଗ୍ରାହକଙ୍କ ଡିମାଣ୍ଡ୍‌ ଯୋଗୁ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ସୋମବାର ପାନ୍ଥନିବାସ ପରିସରରେ ଦିନତମାମ ପୋଡ଼ପିଠା ବିକ୍ରି ପାଇଁ ଉପଲବ୍ଧ ହେବ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତବର୍ଷ ୧୩ ତାରିଖ ସଜବାଜଠାରୁ ପାନ୍ଥନିବାସରେ ରଜ ଉତ୍ସବ ସହ ପିଠା ବିକ୍ରି ଆରମ୍ଭ ହୋଇଥିଲା। ଭୁବନେଶ୍ୱର ସମେତ କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୁଳ ଏବଂ ପାରାଦୀପରେ ଥିବା ପାନ୍ଥନିବାସରେ ୧୬ ତାରିଖ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳିତ ହେବାସହ ବିଭିନ୍ନ ପ୍ରକାର ପିଠା ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ପୋଡ଼ପିଠା, ମଣ୍ଡା, ଆରିସା, କାକରା, ଚକୁଳି ପିଠା ସାଙ୍ଗକୁ ମୁଗବୁନ୍ଦି, କ୍ଷୀରଗଜା, ଦହିବରା, ଛେନାପୋଡ଼ ମୁଖ୍ୟ ଆକର୍ଷଣ ରହିଥିଲା। ଏହାସହ ଚଳିତବର୍ଷ ପ୍ରଥମଥର ପାଇଁ ଆଦିବାସୀମାନଙ୍କ ଲୋକପ୍ରିୟ ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ ପିଠା ଭୁବନେଶ୍ୱର ପାନ୍ଥନିବାସରେ ଉପଲବ୍ଧ ହୋଇଥିଲା। ସେହିଭଳି ସମ୍ବଲପୁର ପ୍ରସିଦ୍ଧ ପିଠା ଖୁଦମଣ୍ଡା, କଦମ୍ବା, ମୁଗପାପ୍‌ଚି ସମ୍ବଲପୁର ପାନ୍ଥନିବାସରେ ଉପଲବ୍ଧ ହୋଇଥିଲା। ତେବେ ସଜବାଜରେ ୭୩ ହଜାର ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ପହିଲି ରଜରେ ସର୍ବାଧିକ ୩ଲକ୍ଷ ୧୧ହଜାର ଟଙ୍କାର ପିଠା ବିକ୍ରି ହୋଇଥିଲା। ସେହିଭଳି ରଜ ସଂକ୍ରାନ୍ତିରେ ୨ଲକ୍ଷ ୫୨ହଜାର ଟଙ୍କାର ପିଠା ବିକ୍ରିବଟା ହୋଇଥିବାବେଳେ ୩ଦିନରେ ପିଠା ବ୍ୟବସାୟ ୬ଲକ୍ଷ ୩୬,୦୦୦ ଟିପିଥିଲା। ଶେଷରଜ ଅର୍ଥାତ୍‌ ୪ର୍ଥ ଦିନ ସନ୍ଧ୍ୟା ସୁଦ୍ଧା କାଉଣ୍ଟର ବନ୍ଦ ହୋଇ ନ ଥିବାବେଳେ ପ୍ରାୟ ୧ଲକ୍ଷ ୩୦ ହଜାର ଟଙ୍କାର ବେପାର ହୋଇଛି। ୫ମ ଦିନ ସୁଦ୍ଧା ପିଠା ବିକ୍ରି ଆହୁରି ବଢିବ ବୋଲି ଆଶା କରାଯାଉଛି। କେବଳ ଭୁବନେଶ୍ୱର ପାନ୍ଥନିବାସରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ପାନ୍ଥନିବାସରେ ମଧ୍ୟ ଏଥର ଭଲ ବିକ୍ରିବଟା ହୋଇଛି ବୋଲି ଥିବା ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri