ରଙ୍ଗମାଟିଆ ଦୀପକ ହତ୍ୟାକାଣ୍ଡ: ୩୬ ଘଣ୍ଟା ପରେ ପୋଲିସ ହାତ ଖାଲି

ଭୁବନେଶ୍ୱର,୧୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ଦୀପକ ବେହେରା ଓରଫ ଲଣ୍ଡାଙ୍କୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ପୁଅକୁ ଉଦ୍ଧାର କରିବାକୁ ଆସିଥିବା ବାପାଙ୍କୁ ଦୁର୍ବୃତ୍ତମାନେ କାବୁ କରି ତାଙ୍କ ଆଖି ଆଗରେ ଦୀପକଙ୍କୁ ଭୁଜାଲି ଓ ଚାପଡ଼ରେ ହାଣିଚାଲିଥିଲେ। ଏପରିକି ସେ ପେଟମାଡ଼ି ତଳେ ପଡ଼ିଥିବାବେଳେ ସେମାନେ ତାଙ୍କ ଗୋଡ଼କୁ ହାଣି ଗଡ଼ଗଡ଼ କରିପକାଇଥିଲେ। ବୁଧବାର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାବେଳେ ବାପା ଚକ୍ରଧର ଏକଥା କହି ଭୋଭୋ ହୋଇ କାନ୍ଦି ପକାଇଥିଲେ। ସେ କହିଛନ୍ତି, କୌଣସି ଏକ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଥିଲେ। ଦୀପକ ପୋଲିସକୁ ଘର ଦେଖାଇ ଦେବାରୁ ସେବେଠାରୁ ଅଭିଯୁକ୍ତଙ୍କ ଟାର୍ଗେଟରେ ଥିଲେ। ଏହାକୁ ନେଇ ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହ ଧମକ ମଧ୍ୟ ଦେଇ ଆସୁଥିଲେ। ଅଭିଯୁକ୍ତଙ୍କୁ କଡ଼ା ଶାସ୍ତି ମିଳିବା ଦରକାର। ମୋ ପରିବାର ନ୍ୟାୟ ମିଳୁ। ଅନ୍ୟପକ୍ଷରେ ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନି।
ସୂଚନା ମୁତାବକ, ଦୀପକ ରଙ୍ଗମାଟିଆ ତଳ ସାହିରେ ପରିବାର ସହ ରହୁଥିଲେ। ଜମି କିଣାବିକାରେ ମଧ୍ୟସ୍ଥତା କରିବା ସହ ବାପାଙ୍କ ଜଳଖିଆ ଦୋକାନରେ ସାହାଯ୍ୟ କରୁଥିଲେ। ସାନଭାଇ ଲିକନ କୁହନ୍ତି, ଭାଇଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ମଦ ଓ ବ୍ରାଉନସୁଗାର ନିଶାରେ ଦିନ ରାତି ବୁଡି ରୁହନ୍ତି। ଏଥିସହ ମୋବାଇଲ ଓ ସୁନା ଚେନ ଲୁଟ୍‌ପାଟ କରି ପୂର୍ବରୁ ଜେଲ ଯାଇଛନ୍ତି। ପୋଲିିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତାଙ୍କ ଘର ଖୋଜୁଥିବା ବେଳେ ବଡ଼ ଭାଇ ଦୀପକ ପୋଲିସକୁ ଦେଖାଇଦେଇଥିଲା। ଫଳରେ ଅଭିଯୁକ୍ତମାନେ ଗିରଫ ହୋଇ ଜେଲ୍‌ଯାଇଥିଲେ। ଫେରିବା ପରେ ଦେଖିନେବେ ବୋଲି ଧମକ ଦେଇଥିଲେ। ତିନିମାସ ତଳେ ଜଣେ ସମ୍ପର୍କୀୟଙ୍କ ବାହାଘରବେଳେ ଗଣ୍ଡଗୋଳ କରିଥିଲେ। ଉଭୟଙ୍କ ମଧ୍ୟରେ ହଣାକଟା ହୋଇଥିଲା।
ତଦନ୍ତ କରୁଥିବା ଥାନାଧିକାରୀ ଜତୀନ୍ଦ୍ରନାଥ ସେଠୀ କହିଛନ୍ତି, ମୃତକଙ୍କ ଭାଇ ପିକନ ବେହେରାଙ୍କ ଅଭିଯୋଗକ୍ରମେ ୩୭୯/୧୯ରେ ହତ୍ୟା ମାମଲା ପୋଲିସ ରୁଜୁ କରାଯାଇଛି। ପୂର୍ବ ବିଦାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣର ଶିକାର ଦୀପକ ଏବଂ ଆକ୍ରମଣକାରୀଙ୍କ ନାମରେ ଥାନରେ ମାମଲା ରହିଛି। ତେଣୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri