ରେମୁଣା, ୨୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଟକ ବଡ଼ ଡାକ୍ତରଖାନାରୁ ମହିଳାଙ୍କ ମୃତଦେହ ନେଇ ଆମ୍ବୁଲାନ୍ସ ଯୋଗେ ଫେରୁଥିବାବେଳେ ରାସ୍ତାରୁ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ବିରୁଆଁ ପଞ୍ଚାୟତ ଆମ୍ବଗଳି ଗ୍ରାମର ପିତାମ୍ବର ପଣ୍ଡାଙ୍କ ସାନଝିଅ ଦେବସ୍ମିତା ୨୦୧୮ ଫେବୃୟାରୀ ୨୩ତାରିଖରେ ବୈଦିକ ରୀତିରେ ନୀଳକଣ୍ଠପୁର ଗ୍ରାମର ସୁଧାଂଶୁ କରଙ୍କୁ ବିବାହ କରିଥିଲେ। ସେବେଠାରୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଝିଅକୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ। ଏଥିପାଇଁ ୩ରୁ ଅଧିକ ଥର ବାପଘର ଲୋକେ ଯାଇ ମିଳାମିଶା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଗତ ୨୪ ତାରିଖ ବିଳମ୍ବିତ ରାତିରେ ପାରିବାରିକ ଗଣ୍ଡଗୋଳରୁ ଦେବସ୍ମିତା ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ଗୋପାଳପୁର ଡାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୨୫ ତାରିଖ ରାତି ସାଢେ ଗୋଟାଏ ବେଳେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ କଟକରୁ ମୃତଦେହ ନେଇ ଫେରୁଥିବା ବେଳେ ସ୍ବାମୀ ସୁଧାଂଶୁ କରଙ୍କୁ ଗିରଫ କରି ଅଧିକ ତଦନ୍ତ କରିଛି। ତାଙ୍କର ଏକ ଦେଢ଼ବର୍ଷର ଶିଶୁକନ୍ୟା ଅଛି।
Posted inHome, Home Left, ଆମ ଜିଲା ଖବର, ବାଲେଶ୍ୱର View All
ଅର୍ଶଦୀପ ସିଂହଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବରକୁ ନେଇ ତାଙ୍କ ପିତା କହିଲେ ଏମିତି…
ନୂଆଦିଲ୍ଲୀ,୧୦।୧୧: ଏହା ନିଶ୍ଚିତ ଯେ ଆଇପିଏଲ (IPL) ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ନୂତନ ଦଳ ସହ ରହିବେ। କିଛି ଦିନ ପୂର୍ବରୁ ଆସିଥିବା…
ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …
କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…
ଗୋବର୍ଦ୍ଧନ ପୂଜା ଅବସରରେ ଗାଈକୁ ଘାସ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ବି ଶେୟାର କଲେ
ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ମୋଦି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗାଈକୁ ଘାସ…
ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….
ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍ ୩’ରେ ଅଭିନୟ କରି…
‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କିଛି କଥା ଉଲ୍ଲେଖ ରହିଛି ସୋନିଆଙ୍କ ପୁସ୍ତକରେ, ଜାଣନ୍ତୁ…
ନୂଆଦିଲ୍ଲୀ,୧୦।୧୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ।…
ବିନା ଗୋଟିଏ ବଲରେ ରଦ୍ଦ ହେଲା ତୃତୀୟ ODI, ଭାରତର ଐତିହାସିକ ବିଜୟ ସ୍ବପ୍ନରେ ଲାଗିଲା ବ୍ରେକ୍! ଜାଣନ୍ତୁ କେବେ ହେବ ପରବର୍ତ୍ତୀ ମ୍ୟାଚ
ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ପ୍ରାୟ ୫ ଘଣ୍ଟା ଧରି ପାଗ ଭଲ…
ଗୌତମ ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କୋଚ: ଉଠାଇଲେ ବଡ଼ ପ୍ରଶ୍ନ, କ୍ରିକେଟ୍ ଜଗତରେ ପଡ଼ିଲା ଚହଳ
ନୂଆଦିଲ୍ଲୀ,୧୦।୧୧:ଭାରତୀୟ ଦିନିକିଆ ଦଳରେ ଯୁବ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲଙ୍କୁ ନିୟମିତ ସୁଯୋଗ ନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ସହକାରୀ କୋଚ ରାୟାନ ଟେନ…

