ଯୋରନ୍ଦା, କପିଳାସ, ସପ୍ତଶଯ୍ୟାର ହେବ ବିକାଶ

ଢେଙ୍କାନାଳ ଅଫିସ, ୧୧।୨

ବିଶ୍ୱ ପ୍ରସିଦ୍ଧ ମାଘମେଳା ଅବସରରେ ଯୋରନ୍ଦାସ୍ଥିତ ମହିମା ଗାଦି ଧୁନି ମନ୍ଦିର ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ୩ୟ ମହିମା ମହୋତ୍ସବ। ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ସାମାଜିକ ବିଚାରଧାରାକୁ ନେଇ ମହିମା ଧର୍ମର ସୃଷ୍ଟି। ମହିମା ସାଧୁସନ୍ଥମାନେ ମତଭେଦ ଭୁଲି ଶାନ୍ତି ବଜାୟ ରଖିବା ସହ ଅଞ୍ଚଳର ବିକାଶ ଦାୟିତ୍ୱ କାନ୍ଧକୁ ନେବା ଉଚିତ। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଞ୍ଚଳରେ ପାନୀୟଜଳ ପ୍ରକଳ୍ପ ସମେତ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। କାଲୁରିଆଠାରେ ବ୍ରାହ୍ମଣୀ ନଦୀ ଉପରେ ୨୫୩ କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ ହେଉଛି ା ଯୋରନ୍ଦା, ସପ୍ତଶଯ୍ୟା ଏବଂ କପିଳାସ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଉଦ୍ୟମ ଜାରି ରହିଥିବା ମନ୍ତ୍ରୀ ଅଭିଭାଷଣରେ କହିଥିଲେ। ସ୍ବତନ୍ତ୍ର ଅତିଥିଭାବେ ଆଇନମନ୍ତ୍ରୀ ପ୍ରତାପ ଜେନା ମହିମା ଧର୍ମ ତ୍ୟାଗ, ଶାନ୍ତିର ପ୍ରତୀକ ବୋଲି ମତ ରଖିଥିଲେ। ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଲେ, ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ମହିମା ଧର୍ମାବଲମ୍ବୀ ଅଛନ୍ତି। ଏହି ଧର୍ମରେ ଶୂନ୍ୟ, ନିରାକାର ବ୍ରହ୍ମଙ୍କ ଉପରେ ଅଗାଧ ବିଶ୍ୱାସ ରହିଛି। ମହିମା ଧର୍ମର ଅନ୍ୟତମ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ପଂକ୍ତି ଜାତିସଂଘରେ ସ୍ଥାନ ପାଇବା ଓଡ଼ିଆ ଜାତି ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ମହିମା ମହୋତ୍ସବ କମିଟି ସଭାପତି ତଥା ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।
ମହିମା ସାଧୁ ବାବା ନିତ୍ୟାନନ୍ଦ ଦାସ କହିଲେ, ଢେଙ୍କାନାଳର ସ୍ବର୍ଣ୍ଣ ତ୍ରିଭୁଜ ହେଉଛି ଯୋରନ୍ଦା, କପିଳାସ ଓ ସପ୍ତଶଯ୍ୟା। ହେଲେ ଏଠାରେ ସେପରି ବିକାଶ ହୋଇପାରି ନାହିଁ। ପର୍ଯ୍ୟଟକଙ୍କ ପାଇଁ ଯାତ୍ରୀନିବାସ, ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏସବୁ ସମସ୍ୟାର ସମାଧାନ ଲାଗି ସେ ମନ୍ତ୍ରୀ, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହିମା ସନ୍ନ୍ୟାସୀ ରଘୁନାଥ ବାବା ମହିମା ଧର୍ମର ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ମରଣିକା ‘ମହିମା’ ଉନ୍ମୋଚିତ ହୋଇଥିଲା। କମିଟି ପକ୍ଷରୁ ସାମାଜିକ କର୍ମୀ ତଥା ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ସମ୍ପାଦକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା, ଜିଲା ପ୍ରେସ କ୍ଲବ ସମ୍ପାଦକ ସତ୍ୟସ୍ବରୂପ ଦାସ, କୃଷକ ବିଜେଡି ଜିଲା ସଭାପତି ନରୋତ୍ତମ ସାହୁ, ସ୍ତ୍ରୀ ଓ ପ୍ରସୂତି ରୋଗ ଚିକିତ୍ସକ ଡା. ଦୀପକ ଦେହୁରୀ, ସାମାଜିକ କର୍ମୀ ଅଜିତ ସାହୁ, ନିରାକାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସନ୍ତୋଷ ବିଶ୍ୱାଳ ବିବରଣୀ ପାଠ କରିଥିଲେ। ଶେଷରେ କଳାହାଣ୍ଡି ଲୋକନୃତ୍ୟ, ସମ୍ବଲପୁରର ଘୋଡାନାଚ, ଖଞ୍ଜଣି ଭଜନ, ଆଦିବାସୀ ନୃତ୍ୟ ସମେତ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ରଙ୍କର ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ମହୋତ୍ସବର ଉଦ୍‌ଯାପନୀ ଦିବସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri