ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  ଦଳୀୟ ପ୍ରାର୍ଥୀ ଯଦୁମଣି ବାରିକଙ୍କ ସହିତ କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ରାଉତ ସମର୍ଥକଙ୍କ ଗହଣରେ ଯୋଡ଼ା ମାର୍କେଟ, ମୁସଲିମ୍‌ ବସ୍ତି ଓ ଯୋଡା ପୌରପାଳିକାର ୪ନଂ ଓ୍ବାର୍ଡରେ ଘର ଘର ବୁଲି ପ୍ରଚାର କରିଥିଲେ। ମୁସଲିମ୍‌ ବସ୍ତିର ବରିଷ୍ଠ ନାଗରିକ ମହମ୍ମଦ ଆୟୁବ୍‌, ମହମ୍ମଦ ଆବୁଲୁ, ମହମ୍ମଦ ଗୁଲାମ, ମହମ୍ମଦ ଓ୍ବାହିଦ୍‌ , ମହମ୍ମଦ ଓ୍ବାସିମ, ମହମ୍ମଦ ଦାନିସଙ୍କ ସହ ଏକ ରାଲି କରି ବସ୍ତିର ଘର ଘର ବୁଲି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପ୍ରଚାର କରିଥିଲେ। ବହୁ ସଂଖ୍ୟକ ଅସନ୍ତୁଷ୍ଟ  ବିଜେଡି କର୍ମୀ  ମଧ୍ୟ କଂଗ୍ରେସରେ ଯୋଗ ଦେଇଥିବା ଜିଲା କାର୍ଯ୍ୟକାରୀ ସଭାପତି ରାଉତ କହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର କ୍ଷେତ୍ରରେ ବିଜେଡି ଓ ଭାଜପା ଆଗରେ ରହିଥିବା ବେଳେ କଂଗ୍ରେସ ମଧ୍ୟ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଶ୍ରମିକ ତଥା ଚାଷୀମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଏବଂ  କଂଗ୍ରେସ ଦ୍ୱାରା ଘୋଷଣା କରାଯାଇଥିବା ନ୍ୟାୟ ଯୋଜନା ସମ୍ପର୍କରେ ପ୍ରାର୍ଥୀ ବାରିକ ଭୋଟରମାନଙ୍କୁ  ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା, ନବୀନଙ୍କୁ ପଠାଇଲେ ଇସ୍ତଫାପତ୍ର

ବାଲେଶ୍ୱର, ୧୧।୩:(ବାଞ୍ଛାନିଧି ଦେ) ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼। ଜଣଙ୍କ ପରେ ଜଣେ ଛାଡୁଛନ୍ତି ଦଳ। ଏବେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ବିଜେଡି…

ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇଙ୍କ ଆତ୍ମହତ୍ୟା, କାରଣ ଜାଣିଲେ….

ଜଳେଶ୍ୱର,୧୦।୩ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଆଗକୁ ଡେଇଁ ଶାଳୀ ଓ…

ବାଇକରେ କରୁଥିଲେ ଗଞ୍ଜେଇ ଚାଲାଣ, ଅଚାନକ ମାଡିବସିଲା ଅବକାରୀ ପୋଲିସ, ଜବତ ହେଲା ଏତେ ଟଙ୍କାର…

ବାଲେଶ୍ୱର, ୧୦।୩: (ବାଞ୍ଛାନିଧି ଦେ): ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ ୭୫ କିଗ୍ରା…

ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ : ଜିଲାର ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ବାଲେଶ୍ୱର,୯।୩( ବାଞ୍ଛାନିଧି ଦେ): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୋମବାର ଅପରାହ୍ନରେ ବାଲେଶ୍ୱର ଗସ୍ତରେ ଆସିଛନ୍ତି । ବାଲେଶ୍ୱର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର…

ବସ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌: ୩୫ ଆହତ, ୫ ଯାତ୍ରୀ ଗୁରୁତର

ବାହାନଗା,୮।୩(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପ ନିକଟରେ ରବିବାର ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବାଲେଶ୍ବରରୁ କୁପାରୀ ଆସୁଥିବାବେଳେ ଅଘଟଣ: ଦୋକାନ ଭିତରକୁ ମାଡିଗଲା ବସ୍‌, ତା’ପରେ…

ଖଇରା,୫।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବରରୁ ସୋର ଯାଉଥିବା ଅନନ୍ୟା ବସ୍‌ ଖଇରା ପ୍ରାଣୀ ଚିକିତ୍ସାକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡିଯାଇଛି। ଫଳରେ ଜଣେ ଆହତ…

ପୋଖରୀକୁ ଖସିପଡିଲା ଟ୍ରାକ୍ଟର: ଡ୍ରାଇଭର୍‌ଙ୍କ ସହ ଘଟିଲା…

ବାହାନଗା, ୪। ୩(ଅରୂପ କୁମାର ଦାସ): ହୋଲିରେ ଅଘଟଣ। ବୁଧବାର ବାଲେଶ୍ୱର ଜିଲା ଗୋପାଳପୁର ପଞ୍ଚାୟତ ଆପିତିର ଗ୍ରାମର ଏକ ଟ୍ରାକ୍ଟର ପୋଖରୀକୁ ଖସି ପଡିବାରୁ ପଙ୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri