Posted inକଟକ

ଯୋଗାଣ ଅନୁନିରୀକ୍ଷିକାଙ୍କ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ

କଣ୍ଟାପଡା,୨୫। ୩ (ଡି.ଏନ.ଏ): କରୋନା ଭାଇରସ ଭୂତାଣୁ ପାଇଁ ସାରା ଭାରତ ୨୧ଦିନିଆ ଲକଡାଉନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏହାସହ କେତେକ ଜରୁରୀ ଆବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ସବୁ ବନ୍ଦ ରହିବାର ଘୋଷଣା ହୋଇଥିଲା। ଫଳରେ ଜନସାଧାରଣ ବ୍ୟତିବ୍ୟସ୍ତ ହୋଇ ସାମଗ୍ରୀ କିଣିବା ନେଇ ଦୋକାନଗୁଡ଼ିକରେ ଭିଡ଼ ଜମାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଚଢ଼ାଦରରେ ବିକ୍ରି ନ କରିବାପାଇଁ କଣ୍ଟାପଡ଼ା ଯୋଗାଣ ଅନୁନିରୀକ୍ଷିକା ନସିମା ବେଗମ ବୁଧବାର ଅଡଶପୁର ଓ ବାଇରୋଇ ବଜାରରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନରେ ପହଞ୍ଚି ଅଚାନକ ଦର ଯାଞ୍ଚ କରିଥିଲେ। ଏହି ସମୟରେ ଆଳୁ ୧୯ରୁ ୨୨ ଓ ପିଆଜ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ। କଳାବଜାର କରିବା ଓ ଚଢ଼ାଦାମରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ। ଦୋକାନକୁ ଜିନିଷ କଣିବାକୁ ଆସୁଥିବା ଗ୍ରାହକମାନଙ୍କୁ ନିଜ ଭିତରେ ଦୂରତ୍ୱ ରଖବାକୁ ସେ ପରାମର୍ଶ ଦେବାସହ କଳାବଜରଙ୍କ ସମ୍ପର୍କରେ ତୁରନ୍ତ ଖବର ଦେବାକୁ ଲୋକମାନଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ଉତ୍ତେଜନା

କଟକ ଅଫିସ,୧୦।୧୧: ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସିଡିଏ ୬ ନଂ ଅଞ୍ଚଳର ଜଣେ ୩ ବର୍ଷର ଶିଶୁ...

ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗ, ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଏତଲା ଦେଲେ ମଞ୍ଜିତ

କଟକ ଅଫିସ,୨୨।୧୦: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପୁଣି ଥରେ ଚର୍ଚ୍ଚାକୁ...

ଏଏସ୍‌ଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ଆଉ ଏକ ମାମଲା

କଟକ ଅଫିସ,୩୦ା୧୧: ଓପିଏସ୍‌ସି ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ତୁଟୁନି ବିବାଦ। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର କରିଛନ୍ତି...

ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ

କଟକ ଅଫିସ୍‌,୨।୧୨:ଅଗ୍ନିଶମ ବିଭାଗର ଡିଜି ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଆପିଏସ୍‌ ସୁନୀଲ ରାୟ। କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି।...

ଟେଷ୍ଟିଂ କିଟ୍‌ ଅଭାବ, ଫେରିଗଲେ ୪୦ ରୋଗୀ

କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ...

‘୧୭ରେ ବ୍ୟକ୍ତିଗତ ଭାବେ ହାଜର ହୁଅ’

କଟକ ଅଫିସ,୩।୮: ଜଣେ ଅଧ୍ୟାପକଙ୍କୁ ବକେୟା ପ୍ରାପ୍ୟ ମାମଲାରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ସୋମବାର ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ବ୍ୟକ୍ତିଗତ...

ଆକାଉଣ୍ଟ ସେଟେଲ କର, ନଚେତ ଦରମା ବନ୍ଦ

କଟକ ଅଫିସ,୧୨।୧୨: ସମ୍ବଲପୁର ହୀରାକୁଦ ଡ୍ୟାମର ଜଣେ ପୂର୍ବତନ କର୍ମଚାରୀଙ୍କ ଆକାଉଣ୍ଟ ଦୀର୍ଘ ବର୍ଷ ଧରି ସେଟେଲମେଣ୍ଟ ହୋଇ ନ ଥିବା ଘଟଣାରେ ହାଇକୋର୍ଟ କ୍ଷୁବ୍ଧ...

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ

କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ...

Advertisement
Archives

Model This Week