ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ ଦେଖିବାକୁ ମିଳେ। ହେଲେ ଛତିଶଗଡ଼ ବସ୍ତର ଅଞ୍ଚରେ ଥିବା ଆଦିବାସୀମାନଙ୍କ ଅଦାଲତରେ ଦେବୀ ଦେବତାଙ୍କୁ ଦଣ୍ଡ ବିଧାନ କରାଯାଇଥାଏ। ଯାହା ବିଶ୍ୱାସ ନ ହୋଇଥିଲେ ବି ସତ। ଜିଲା ମୁଖ୍ୟାଳୟରୁ ପ୍ରାୟ ୬୦ କିଲୋମିଟର ଦୂର ସର୍ପିଳାକାୟ କେଶକାଲ ଘାଟର ଜଙ୍ଗଲରେ ବହୁ ପୁରାତନ ଭଙ୍ଗାରାମ ବାବାଙ୍କ ମନ୍ଦିର ରହିଛି। ଏହାକୁ ଦେବୀ ଦେବତାଙ୍କ ନ୍ୟାୟଳୟ ବୋଲି କୁହାଯାଏ। ଲୋକଙ୍କର ବିଶ୍ୱାସ ରହିଛି ଯେ ଭଙ୍ଗାରାମଙ୍କ ବିନା ଅନୁମତିରେ ଆଖାପାଖ ଅଞ୍ଚଳରେ ଥିବା ଦେବାଦେବୀଙ୍କର କୌଣସି ଅସ୍ତିତ୍ୱ ନ ଥାଏ। ବର୍ଷରେ ଗୋଟିଏ ଦିନ ଭାଦ୍ରବ ଶୁକ୍ଳପକ୍ଷ ପ୍ରତିପଦ ତିଥିରେ ମନ୍ଦିର ପ୍ରାଙ୍ଗଣରେ ବିଶାଳ ଯାତ୍ରା ବା ମେଳାର ଆୟୋଜନ କରାଯାଇଥାଏ। ଏହି ମେଳାରେ ଶ୍ରଦ୍ଧାଳୁମାନେ ସେମାନଙ୍କ ଦେବୀ ଦେବତାଙ୍କ ସହ ଆସି ପହଞ୍ଚିଥାଆନ୍ତି। ହେଲେ ଏଠାକୁ ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନ ଥାଏ। ଆସ୍ଥା ଓ ବିଶ୍ୱାସ ଅନୁଯାୟୀ ଯିଏ ଯେଉଁ ଦେବୀ ଅବା ଦେବତାଙ୍କୁ ପୂଜା କରୁଥାଆନ୍ତି ସେମାନେ ଯଦି ସେମାନଙ୍କ ମନସ୍କାମନା ପୂରଣ ନ କରନ୍ତି ତେବେ ସେମାନଙ୍କୁ କାଠ ଗଡାରେ ଠିଆ ହେବାକୁ ପଡିଥାଏ। ଆଉ ଏହି ସମୟରେ ଭଙ୍ଗାରାମ ବିଚାର ପତି ଭାବେ ଦେବୀ ଅବା ଦେବତାଙ୍କୁ ଦଣ୍ଡ ଦେଇଥାଆନ୍ତି। କୁହାଯାଏ ଗାଁରେ କୌଣସି ରୋଗ ବ୍ୟାଧି ଅବା ବିଶୃଙ୍ଖଳା ପରିସ୍ଥିତି ଦୂର ନ ହେଲେ ଦେବୀ ଦେବତାଙ୍କୁ ଦୋଷୀ ବୋଲି ଧରାଯାଇଥାଏ। ଏଥିରେ ଯଦି କୌଣସି ଦେବୀ ଅବା ଦେବତା ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି ତେବେ ତାଙ୍କ ନାଁରେ ଥିବା ବା ସେ ପୂଜା ପାଉଥିବା ଦୋଳି, ତାଙ୍କର ବସ୍ତ୍ର ସହ ଅନ୍ୟାନ୍ୟ ଉପକରଣକୁ ନିକଟରେ ଥିବା ଏକ ଗଭୀର ଗାତରେ ଫୋପାଡି ଦିଆଯାଇଥାଏ। ଉକ୍ତ ଗର୍ତ୍ତଟିକୁ ଜେଲ୍‌ ବୋଲି ଲୋକେ ଭାବନ୍ତି। ତେବେ ଏହି ବିଚାର ସମୟରେ ମନ୍ଦିରର ପୂଜକ, ମାଝି, ସିରହା, ଗାୟତା, ପଟେଲ ଆଦି ଗାଁ ମୁଖିଆ ୨ ଭାଗରେ ବିଭକ୍ତ ହୋଇ ବିଚାର କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri