Posted inଫୁରସତ

ଯେଉଁଠି ଗୋଟିଏ ମନ୍ଦିରରେ ପୂଜା କରନ୍ତି ଉଭୟ ହିନ୍ଦୁ ମୁସଲମାନ

ଭାରତ ଓ ବାଂଲାଦେଶ ସୀମାରେ ଥିବା ଡେଲଟାରେ ରହିଛି ସୁନ୍ଦରବନ ଜଙ୍ଗଲ। ଏହା ବିଶ୍ୱର ସବୁଠାରୁ ବଡ ଦଲଦଲି ଜଙ୍ଗଲ ବା ହେନ୍ତାଳ ବଣ ଭାବେ ପରିଚିତ। ୟୁନେସ୍କୋ ଏହାକୁ ବିଶ୍ୱ ଆଶ୍ଚର୍ଯ୍ୟରେ ସ୍ଥାନ ଦେଇଛି। ଏଠାରେ ଆସୁଥିବା ଜୁଆର ଭଟ୍ଟା ଓ ପଙ୍କୁଆ ସ୍ଥାନ ପ୍ରକୃତିର ଏକ ନିଆରା ସମ୍ପର୍କକୁ ସୂଚାଇଥାଏ। ଏହି ସୁନ୍ଦରବନରେ ବିଭନ୍ନ ପ୍ରକାରର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ। ଆଉ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଥାଏ ରୟାଲ ବେଙ୍ଗଲ ଟାଇଗର। ପ୍ରାୟ ୧୦ ହଜାର ବର୍ଗ କିଲୋମିଟର ଅଞ୍ଚଳ ପରିମିତ ଏହି ଜଙ୍ଗଲ ଅଞ୍ଚଳରେ ପାଖାପାଖି ୪୫ ଲକ୍ଷ ଲୋକ ରହିଥାଆନ୍ତି। ଏଠାରେ ଉଭୟ ବାଂଲାଦେଶ ଓ ଭାରତୀୟମାନେ ଗୋଟିଏ ଦେବୀଙ୍କୁ ପୂଜା କରିଥାଆନ୍ତି। ଜଙ୍ଗଲ ଅଞ୍ଚଳରେ ରହୁଥିବା ଏହି ଲୋକେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଉକ୍ତ ମନ୍ଦିରରେ ପୂଜା କରିଥାଆନ୍ତି। ମନ୍ଦିରରେ ପୂଜା ପାଆନ୍ତି ବନବିବି ନାମକ ଦେବୀ। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା ଏହି ଜଙ୍ଗଲରେ ଯେତେବେଳେ ବାଘ ମଣିଷଙ୍କୁ ଆକ୍ରମଣ କରେ ସେତେବେଳେ ସେ ହିନ୍ଦୁ ମୁସଲମାନ ଭେଦଭାବ ରଖି ନ ଥାଏ। ତେଣୁ ଆମ ମଣିଷଙ୍କ ଭିତରେ ସେମିତି କିଛି ଭେଦଭାବ ନ ଥାଏ ଓ ଆମେ ଏକାଠି ଗୋଟିଏ ଦେବୀଙ୍କୁ ପୂଜା କରିଥାଉ। ହିନ୍ଦୁ ମୁସଲମାନ ଉଭୟଙ୍କର ବିଶ୍ୱାସ ରହିଛି ସେ ଜଙ୍ଗଲରେ ସେମାନଙ୍କୁ ରକ୍ଷା କରିବାକୁ ବନବିବି ସ୍ବର୍ଗରୁ ଓହ୍ଲାଇ ଆସିଛନ୍ତି। ଏଠାକାର ବାସିନ୍ଦା କୁହନ୍ତି ବନବିବି ସୌଦି ଆରବର ଏକ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ। ଆଉ ଉକ୍ତ ପରିବାରର ସଦସ୍ୟଙ୍କ ସହ ସେ ହଜ୍‌ ପାଇଁ ମକା ଯାଇଥିବା ବେଳେ ତାଙ୍କୁ ଦୈବିଶକ୍ତି ପ୍ରାପ୍ତ ହୋଇଥିଲା। ଏହାପରେ ସେ ପ୍ରାୟ ୫ହଜାର କିଲୋମିଟର ଚାଲି ଚାଲି ଆସି ସୁନ୍ଦରବନରେ ରହି ଯାଇଛନ୍ତି। ସେବେଠାରୁ ସେ ସୁନ୍ଦରବନରେ ଥିବା ଲୋକଙ୍କର ରକ୍ଷା କରୁଥିବା ବିଶ୍ୱାସ ରହିଛି। ଏମିତିକି ହିନ୍ଦୁ ଓ ମୁସଲମାନ ନାମର ମିଶ୍ରଣରେ ଦେବୀଙ୍କ ନାଁ ବନବିବି ରଖାଯାଇଛି। ଜାନୁୟାରୀ ଓ ଫେବୃୟାରୀରେ ଏଠି ମହାଆଡମ୍ବରରେ ବନବିବିଙ୍କର ପୁଜା କରାଯାଏ। ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ମହିଳାମାନେ ବ୍ରତ ମଧ୍ୟ ରଖିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍‌ ଗେଟସ୍‌ କିଣିଲେ ସୁପର ୟାଚ୍‌: ଦାମ ୪୬୧୨ କୋଟି

ନ୍ୟୁୟର୍କ,୧୦।୨: ପୃଥିବୀର ଦ୍ୱିତୀୟ ଧନୀକ ବିଲ୍‌ ଗେଟସ୍‌ ଏକ ସୁପର ୟାଚ୍‌ କିଣିଛନ୍ତି। ଏହାର ଦାମ ୪୬୧୨କୋଟି ଟଙ୍କା ରହିଛି। ଏହା ତରଳ ହାଇଡ୍ରୋଜେନ୍‌ ଇନ୍ଧନରେ...

ଫ୍ଲାଇଂ ରେଷ୍ଟୁରାଣ୍ଟ

ନୋଏଡା: ୧୬୦ ଫୁଟ୍‌ ଉଚ୍ଚତାରେ ଝୁଲିଛି ରେଷ୍ଟୁରାଷ୍ଟ। ଡାଇନିଂ ଟେବୁଲ ପଡ଼ିଛି। ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଭଳି ସମସ୍ତ ସୁବିଧା ଦିଆଯାଉଛି। ଆଉ ଫ୍ଲାଇଂ...

ଅଜବ ସିରିଏଲ କିଲର୍‌: ଯିଏ ମଣିଷ ନୁହେଁ, ବିଲେଇକୁ କରନ୍ତି ଟାର୍ଗେଟ

ମଣିଷକୁ ମାରୁଥିବା ସିରିଏଲ କିଲର ବିଷୟରେ ତ ଆପଣ ଶୁଣିଥିବେ, କିନ୍ତୁ ବ୍ରିଟେନରେ ଜଣେ ସିରିଏଲ କିଲର୍‌ ଯିଏ ମଣିଷ ନୁହେଁ, ବିଲେଇକୁ ନିଜର ଟାର୍ଗେଟ...

ଭୂତ ଭାବି ଡରୁଥିଲେ, ପରେ ଏଥିରୁ ଯାହା ମିଳିଲା ଲୋକେ ଦେଖି ଆଶ୍ଚର୍ଯ୍ୟ

ଝାଡ଼ଖଣ୍ଡର ପାଲାମୁ ଜିଲାର ଏକ କ୍ଷେତରୁ ଗୋଟିଏ ପାତ୍ର ମିଳିଛି। ଯାହାର ରୂପ ତଥା ଆକୃତି ଦେଖି ଲୋକେ ଭୂତ ଭାବି ଡରି ଏହାର ପାଖ...

୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’

ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା...

ଅଜବ ଡ୍ରାଇଭିଂ ରୁଲ୍ସ: କାର୍‌ ମଇଳା ଥିଲେ ଜରିମାନା; ଟ୍ରାଫିକ୍‌ ପୋଲିସ୍‌କୁ ରାଗିକି ଅନାଇଲେ ବି ଦଣ୍ଡ

ପୃଥିବୀରେ ଅଛି ଅନେକ ଦେଶ। ସବୁ ଦେଶର ଚଳଣି, ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ଯେଉଁଠିକୁ ଗଲେ ସେଠାକାର ନିୟମ ମାନିବାକୁ ହୁଏ।...

କିପରି କରିବେ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ

ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ କରିବାକୁ ଚାହୁଁଥିଲେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ନଜର ଦେବାକୁ ପଡ଼ିଥାଏ। ତେଣୁ ଏଭଳି ନିଷ୍ପତ୍ତି  ନେବା ପୂର୍ବରୁ  ନିମ୍ନଲିଖିତ ବିଷୟ...

ନାଗପଞ୍ଚମୀ: ନାଗଦେବତାଙ୍କ ପୂଜାରେ ଅବଲମ୍ବନ କରନ୍ତୁ ଏହିସବୁ ସାବଧାନତା

ଶ୍ରାବଣ ମାସରେ ଅନେକ ପର୍ବପର୍ବାଣି ପଡ଼ିଥାଏ। ଏହି ମାସ ଭଗବାନ ଶିବଙ୍କ ପ୍ରିୟ ହୋଇଥିବାରୁ ବିଶେଷକରି ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାସହିତ ମାସର ପଞ୍ଚମୀ ତିଥିରେ...

Advertisement


Archives

Model This Week