ଯୁବ ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ଟଙ୍କଧର: ଚାକ୍‌ରି ବଦ୍‌ଲା ଚାଷ୍‌କେ କରିଛନ୍‌ ଜିବ୍‌କା

ଭବାନୀପାଟଣା,୩୦।୧(ଡି.ଏନ୍‌.ଏ.)- ଆଜିକାଲିର ସମାଜରେ ବଡ଼ଭାଗି ପଢ଼ାଗୁନା ପିଲା ଚାକ୍‌ରିର ପଛେ ଦଉଡୁଛନ୍‌। ସେନ୍‌ତା ଆରକେତେ ଗରିବ୍‌ ଘରର ପିଲା ଅଭାବ ଅନାଟନରୁ ପେଟ୍‌ପାଟନା ଲାଗି ଦାଦନ ଖଟିଯାଉଛନ୍‌। ହେଲେ କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଁଚେତ୍‌ ଡୁମେରମୁଣ୍ଡାର ଝନେ ଶିକ୍ଷିତ ଯୁବଚାଷୀ ଯୁବକମାନକର ଲାଗି ଉଦାହରନ୍‌ ସାଜିଛନ୍‌।
ସୂଚନା ଅନ୍‌ସାରେ ବିଜମରା ପଁଚେତ୍‌ ଡୁମେରମୁଣ୍ଡାର ଯୁବଚାଷୀ ଟଙ୍କଧର ନାଏକ(୩୧)। ସେ ଝନେ ଶିକ୍ଷିତ ଯୁବକ। ପାଠ୍‌ ପଢ଼ା ସଏଲା ଉତାରୁ ଚାକ୍‌ରି ଖୁଜ୍‌ବାରେ ସମିଆ ନାଇଁ ଗଡ଼େଇ କରି ଚାଷ୍‌ବାସ କରି ରୁଜ୍‌ଗାର କରବାକେ ମନ୍‌ ବଲେଇଛନ୍‌। ବଛର ୩୦ଟା ତଲେ କଳାହାଣ୍ଡି ଜିଲାରେ ଅନେକ୍‌ ଗରିବ୍‌ ଦୁଖି ମର୍‌ଡି, ଭୁଖମରିର ଶିକାର ହେଉଥିଲେ। ହେଲେ ଜିଲାରେ ଇନ୍ଦ୍ରାବତୀ ପ୍ରକଳ୍ପ ହେଲାଦିନୁ ଧର୍ମଗଡ଼ ଉପଖଣ୍ଡର ଚାଷୀ ଜଲସେଚନର ସୁବିଧା ପାଇଛନ୍‌। ଏନ୍‌ତାଥି ଅଂଚଲର ଅନେକ ଚାଷୀ ଦୁଇଫସଲି ଧାନଚାଷ କରି ଭଲ ଦୁଇପଏସା ରୁଜ୍‌ଗାର କରୁଛନ୍‌। ଅଂଚଲର ଅନେକ ଗରିବ୍‌ ଦୁଖି ବି ନିଜର ଜାଗାରେ କୁଲିମଜୁରି କରବାର ସୁଯୋଗ ପାଉଛନ୍‌। ଇ ସବୁକେ ଦେଖି ଟଙ୍କଧର ପାଠ୍‌ପଢ଼ା ସାଏଲା ଉତାରୁ ଧାନ ଚାଷ କଲେ। ହେଲେ ଧାନର ଅଭାବି ବିକ୍‌ରିକେ ଦେଖି ସେ ମିଶାଗୁଲା ଚାଷ୍‌ ଆରମ୍‌ କଲେ। ଟଙ୍କଧର ଏହେଦେ ନିଜର ପରିବାର ଚଲବାର ଲାଗି ଅଲପ ଜମିରେ ଧାନ ଚାଷ କରୁଥିଲାବେଲେ ୨ ଏକରରେ କଦଲି, ୨ ଏକର ପିଆଜ, କୁବି, ବାଇଗନ, ବରଗୁଡ଼ି, ବିନ୍ସ ଲେଖେଁ ପନିପରିବା ଚାଷ୍‌ କରିଛନ୍‌। ଇତାର ବାହାରେ ଏକ୍‌ରେ ଜମିରେ ବଁଧ୍‌ କୁଡ଼ି ମାଛ୍‌ ଚାଷ୍‌ ବି କରୁଛନ୍‌। ଟଙ୍କଧର ଇ ଚାଷବାସ ଲାଗି ବଛରକୁତା ୪ ଝନ୍‌ ଲୋକ୍‌କେ କାମ୍‌ ଦେଇଛନ୍‌। ସେନ୍‌ତା ଦରକାର ବେଲେ ପାଖାପାଖି ୪୦ ଝନ୍‌ ଲୋକ୍‌କେ କାମେ ଲଗଉଥିବାର ସେ କହିଛନ୍‌। ଚାଷୀ ଧାନ ବିକ୍‌ବାକେ ମଣ୍ଡିମାନକେ ମାସ ମାସ ଧରି ଶୀତ କାକର ଖାଉଛନ୍‌। ହେଲେ ପନିପରିବା ଚାଷ୍‌ କଲେ ଚାଷୀକେ କେହେନ୍‌ସି ମଣ୍ଡିକେ ଯିବାକେ ନାଇଁପଡ଼େ। କେତେ ବେପାରି ପନିପରିବା ନେବାକେ ଚାଷୀକର ଖେତେ ଭିଡ଼ ଜମଉଛନ୍‌। ସେନ୍‌ତା ଧାନ ଚାଷ କଲେ ଚାଷୀକେ ବଛରକ ଥରେ କି ଦୁଇ ଥର ଟଁକା ମିଲୁଥିଲାବେଲେ ପନିପରିବା ଚାଷ୍‌ରେ ସବୁଦିନ ଅଲ୍‌ପେ ବହୁତ୍‌ ଟଁକା ମିଲୁଥିସି। ଯେନ୍‌ଟା ଚାଷବାସ ଲାଗି କାହାରଠାନୁ ଧାରଉଧାର କରବାକେ ନାଇଁପଡ଼େ। ଟଙ୍କଧରକଁର କହେବାର ହେଲା ଧାନଚାଷ ବଦଲା ପନିପରିବା ଆର ମାଛ୍‌ ଚାଷରେ ଅଧ୍‌କା ଲାଭ ରହିଛେ। ଟଙ୍କଧର ଖେତ୍‌ ପାସେ ବିଦ୍ୟୁତ୍‌ର କେହେନ୍‌ସି ସୁବିଧା ନଁାଇଁନ। ଏନ୍‌ତାଥି ସେ ଡିଜେଲ ପମ୍ପ ଲଗେଇ ଚାଷ୍‌ କରୁଛନ୍‌। ହେଲେ ଖେତ୍‌ ପାସେ ବିଦ୍ୟୁତ୍‌ ସୁବିଧା ସଂଗେ ଗୁଟେ ଗଭୀର ନଲ୍‌ଚୁଅଁାର ବେବସ୍‌ତା ହେଇପାରଲେ ଟିକେ ଅଧ୍‌କା ଲାଭ ମିଲ୍‌ତା ବିଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri