ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଭୁବନ, ୧୫।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଆନନ୍ଦପୁର ଗ୍ରାମର ଅମ୍ବୁଜ ମଳିକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଯୁବତୀ ଜଣକ ଟିପିଲେଇ ହାଟଛକକୁ ବୁଧବାର ରାଖୀ କିଣିବାକୁ ଆସିଥିଲେ। ଏହି ସମୟରେ ଅମ୍ବୁଜ ଘରେ ଛାଡ଼ିଦେବାକୁ କହି ତାଙ୍କୁ ଲିଫ୍ଟ ଦେଇଥିଲେ। ଜଙ୍ଗଲିଆ ରାସ୍ତାରେ କେହି ନ ଥିବା ସୁଯୋଗରେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏ ନେଇ ପୀଡ଼ିତା ଘର ଲୋକଙ୍କୁ ଅବଗତ କରିବା ପରେ ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଅମ୍ବୁଜଙ୍କୁ ଯୁବତୀଙ୍କ ପରିବାର ସଦସ୍ୟ ମାର୍‌ପିଟ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିବାବେଳେ ପୋଲିସ ଅଟକ ରଖିଥିବା ତାଙ୍କ ଘର ଲୋକେ କହିଛନ୍ତି।
ଏ ନେଇ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ କୁହନ୍ତି, ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ପଦାକୁ ଆସିବ। ଏହାପରେ ମାମଲା ରୁଜୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରୀକ୍ଷା ପାଇଁ ଚାପଗ୍ରସ୍ତ ହେବା ଉଚିତ ନୁହେଁ’

ଢେଙ୍କାନାଳ ଅଫିସ,୨୨ା୧ – କୌଣସି ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଢେଙ୍କାନାଳ ଜିଲାକୁ ପରୀକ୍ଷାପର୍ବ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ପାଇଁ...

ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ  ଅଫିସ,୧।୬-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ ଗଁଦେଇ ଗ୍ରାମରେ ଶନିବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ...

ଆବାସ ଦୁର୍ନୀତିକୁ ଆଖିପାଉନି

ଢେଙ୍କାନାଳ ଅଫିସ, ୧୯।୮: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, କେହି ବାସହୀନ ହୋଇ ରହିବେ ନାହିଁ। ସବୁ ପରିବାରକୁ ମିଳିବ ମୁଣ୍ଡ ଉପରେ ଛାତ। ବସ୍ତିମୁକ୍ତ ହେବ...

ବ୍ରାଉନ୍‌ସୁଗାର ବ୍ୟବସାୟରେ ପୂର୍ତ୍ତ କର୍ମଚାରୀ

ଢେଙ୍କାନାଳ ଅଫିସ, ୭।୧୧:  ଢେଙ୍କାନାଳ ଟାଉନ ଥାନା ପୋଲିସ ସ୍ଥାନୀୟ ମହାବୀର ବଜାର ନିକଟ ପୂର୍ତ୍ତ ବିଭାଗ କଲୋନୀର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ାଉ କରି...

ସୋମବାରଠାରୁ କାମାକ୍ଷାନଗର ଏନ୍‌ଏସି ଶଟ୍‌ଡାଉନ

କାମାକ୍ଷାନଗର,୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିକୁ ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏନ୍‌ଏସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା...

ବନ୍ଧୁକ ମୁନରେ ବ୍ୟାଙ୍କମିତ୍ରଙ୍କଠାରୁ ୧.୭୬ ଲକ୍ଷ ଲୁଟ୍‌

କାମାକ୍ଷାନଗର, ୧୬।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ତଣ୍ଡିମୁଣ୍ଡା ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରାଇ ବାଟଗାଁ ଏସ୍‌ବିଆଇ ଗ୍ରାହକ...

କରୋନା ଭାଙ୍ଗିନି ଦମ୍ଭ: ଛାଇରେ ଚାଲିଛି ଛତୁଚାଷ

କାମାକ୍ଷାନଗର, ୧୩।୫ – କରୋନା ପାଇଁ ବୃତ୍ତି ହରାଇଲେଣି ଅନେକେ। ଜୀବନ ବଞ୍ଚାଇବା ଲାଗି କାମଧନ୍ଦା ଛାଡ଼ି ଗଣପଳାୟନ କରୁଛନ୍ତି ପ୍ରବାସୀ। ହେଲେ ଭିଟାମାଟିରେ ନିଜ...

ସହରରେ ମାତିଲେ ଡକାୟତ: ଆକ୍ରମଣରେ ୪ ଫାଇନାନ୍ସ କର୍ମଚାରୀ ଗୁରୁତର

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ସହରର ଅନ୍ୟତମ ଜନବହୁଳପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ କୁଞ୍ଜକାନ୍ତ ଲଳିତ ନଗରରେ ଶନିବାର ରାତି ୯ଟାରେ ସଶସ୍ତ୍ର ଡକାୟତି...

Advertisement


Archives

Model This Week