ଯୁବକଙ୍କ ସହ ବଟି ମୂଲଚାଲର ଭିଡିଓ ଭାଇରାଲ: ରାତାରାତି ବଦଳିଲେ ବଡ଼ସାହି ଥାନା ଅଧିକାରୀ

ବାରିପଦା ଅଫିସ/ବଡ଼ସାହି,୧୨ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ବଦଳି କରାଯାଇଛି। ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ସବ-ଇନ୍ସପେକ୍ଟର ମଞ୍ଜୁଲତା ଧଡ଼ାଙ୍କୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ସୂଚନା ଦେଇଛନ୍ତି। ଆଡମିନ୍‌ଷ୍ଟ୍ରେଟିଭ ଗ୍ରାଉଣ୍ଡରେ ତାଙ୍କ ବଦଳି କରାଯାଇଥିବା ଦର୍ଶାଯାଇଛି। ତେବେ ବିଭାଗୀୟ ଚିଠି ବଦଳରେ ଡିଆଇବିର ଭିଏଚଏଫରେ ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ଗତ ଅଗଷ୍ଟ ପହିଲାରେ ରାଉତରାୟଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ବଡ଼ସାହି ଥାନା ଅଧିକାରୀ ଭାବେ ବଦଳି କରାଯାଇଥିଲା। ୩ ମାସ ମଧ୍ୟରେ ଜଣେ ଥାନା ଅଧିକାରୀଙ୍କ ହଠାତ୍‌ ବଦଳି କରାଯିବା ନେଇ ସ୍ଥାନୀୟ ଅଞ୍ଚଳ ସମେତ ଜିଲା ପୋଲିସ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଥାନା ଅଧିକାରୀ ରାଉତରାୟ ଓ ବୈଶିଙ୍ଗା ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ହେଉଥିବା ମୂଲଚାଲର ଏକ ୧୪ ମିନିଟ ୧୪ ସେକେଣ୍ଡର ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓ ଏସ୍‌ପିଙ୍କ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆଲୋଚନା ହେଉଛି। ଭିଡିଓରେ ଯୁବକ ଜଣକ ଇନ୍ସପେକ୍ଟର ରାଉତରାୟଙ୍କ ସହିତ ଟଙ୍କା ମୂଲଚାଲ କରୁଛନ୍ତି। ଦଶହରାରେ ଥାନାର ପୂଜା ସହିତ ସମସ୍ତ ଷ୍ଟାଫଙ୍କ ପାଇଁ ନୂଆ ଡ୍ରେସ ଅଣାଯିବ। ଏଥିପାଇଁ ବହୁତ ଖର୍ଚ୍ଚ ହେବ। ଏଣୁ ଅଧିକା ଟଙ୍କା ଦେବାକୁ ଇନ୍ସପେକ୍ଟର ଦାବି କରୁଛନ୍ତି। ସେହିପରି ରାଜସ୍ବ ବିଭାଗର ଅଧିକାରୀଙ୍କ ସହିତ ମଧ୍ୟ ସଲାସୁତୁରା କରିବା ପାଇଁ ସଂପୃକ୍ତ ଯୁବକ ଇନ୍ସପେକ୍ଟର ରାଉତରାୟଙ୍କୁ କହୁଛନ୍ତି। ଘଟଣା ସମ୍ପର୍କରେ ଇନ୍ସପେକ୍ଟର ରାଉତରାୟଙ୍କୁ ପଚାରିବାରୁ କିଛିଦିନ ତଳେ ଏହି ଯୁବକ ବେଆଇନ ଭାବେ ମୋରମ ଚାଲାଣ କରୁଥିବାବେଳେ ତାଙ୍କର ୫ଟି ଗାଡ଼ିକୁ ପୋଲିସ ଅଟକ ରଖିଥିଲା। ସେ ଜାଣିଶୁଣି ଥାନାକୁ ଆସି ସମ୍ପର୍କ ସୃଷ୍ଟିକରିବା ସହ ଭିଡିଓ କରି ତାଙ୍କୁ ଫସାଇବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri